Categories: ଖେଳ

ଇଡେନ୍‌ ଗାର୍ଡେନ୍ସ ନାମରେ ଝିଅ ନାଁ ରଖିଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର, କହିଲେ ଏମିତି

ନୂଆଦିଲ୍ଲୀ,୧୦।୨: ହୃଦୟ ଜିତିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ। ସେ ନିଜ ଝିଅଙ୍କ ନାମ ଐତିହାସିକ କ୍ରିକେଟ ମଇଦାନ ଇଡେନ ଗାର୍ଡେନ୍ସ ନାମରେ ରଖି ଅନେକଙ୍କୁ ଚମକାଇଛନ୍ତି। ତେବେ ୨୦୧୬ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଆଇସିସି ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କ ବଲ୍‌ରେ ଲଗାତର ୪ଟି ଛକା ମାରି ବ୍ରାଥୱେଟ ୱେଷ୍ଟଇଣ୍ଡିଜକୁ ଚାମ୍ପିୟନ କରାଇଥିଲେ। ଏହି ଐତିହାସିକ ସଫଳତା ଲାଗି ସେ ନିଜ ଝିଅଙ୍କ ନାମ ଉକ୍ତ ମଇଦାନ ନାମରେ କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ବ୍ରାଥୱେଟ ଝିଅଙ୍କ ସହ ଫଟୋ ଶେୟାର କରି ତାଙ୍କ ନାମ ବିଷୟରେ ଘୋଷଣା କରିଛନ୍ତି। କୋଲକାତାର ଇଡେନ ଗାର୍ଡେନ୍ସ ନାମରେ ତାଙ୍କ ଝିଅଙ୍କ ନାଁ ଇଡେନ ରୋଜ୍‌ ରଖିଛନ୍ତି, ଯାହା ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଭେନ୍ୟୁ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।

Share