ଇଜିପ୍ଟ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କ୍ୟାରିକେଚର

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଇଜିପ୍ଟର ଗିଜା ପ୍ରାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଅହମଦ ସୌକି ମ୍ୟୁଜିୟମର କର୍ମା ଇବନ୍‌ ହେନୀ ସଂସ୍କୃତି କେନ୍ଦ୍ରଠାରେ ଆୟୋଜିତ ‘ସାଦି ଇନ୍‌ ଦ ଆଏଜ୍‌ ଅଫ୍‌ ଦ ୱାର୍ଲଡ୍‌’ ଅନ୍ତର୍ଜାତୀୟ କ୍ୟାରିକେଚର ଏକ୍‌ଜିବିଶନ୍‌ରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ ଓ ଅବନୀଙ୍କ ଏକ କୃତି ସ୍ଥାନ ପାଇବାର ସୌଭାଗ୍ୟ ଲାଭ କରିଛି। ଅଲ୍‌ ମୋମିଆ (ଦ ମମି) ପରି ବହୁଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ତଥା ଇଜିପ୍ଟ ସିନେ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ସାଦି ଆବ୍‌ଦେଲ୍‌ ସାଲାମଙ୍କ ସ୍ମୃତିରେ ଇଜିପ୍ଟ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଇଜିପ୍ଟ କ୍ୟାରିକେଚର ଆସୋସିଏଶନର ମୁଖ୍ୟ ମୁସ୍ତାଫା ଅଲ୍‌ ଶେଖ୍‌ ଗତ ଡିସେମ୍ବର ୧୧ରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଇଜିପ୍ଟର କାଏରୋଠାରେ ଅବସ୍ଥାପିତ ଗ୍ରୀସ୍‌, ମାଲ୍‌ଟା ଏବଂ ପର୍ତ୍ତୁଗାଲର ରାଷ୍ଟ୍ରଦୂତଗଣ, କର୍ମା ଇବନ୍‌ ହେନୀ ସଂସ୍କୃତି କେନ୍ଦ୍ରର ଡାଇରେକ୍ଟର ହେସାମ ଆବୁ ଅଲ୍‌ ଫୋତୋ ଏବଂ ଆୟୋଜକ ତଥା ଇଜିପ୍ଟ କ୍ୟାରିକେଚର ଆସୋସିଏଶନର ସେକ୍ରେଟେରି ଜେନେରାଲ ଫୌଜି ମର୍ସୀ ଉପସ୍ଥିତ ଥିଲେ। ଏଥିରେ ଭାରତ ସମେତ ବ୍ରାଜିଲ, ରୋମାନିଆ, ଇଟାଲି, ସୁଇଡେନ୍‌, ସାଉଦି ଆରବ ପରି ବିଶ୍ୱର କୋଣ ଅନୁକୋଣରୁ ପ୍ରାୟ ୧୦୦ଟି କାର୍ଟୁନ୍‌କୁ ପ୍ରଦର୍ଶନୀ ପାଇଁ ନିର୍ବାଚିତ କରାଯାଇଥିଲା।
ପ୍ରକାଶଯୋଗ୍ୟ, ନିକଟ ଅତୀତରେ ‘ରାମ ଆଏଙ୍ଗେ’ ବିଷୟକ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ ତଥା ପ୍ରକାଶିତ ହେବାର ସୌଭାଗ୍ୟ ଲାଭ କରିଥିଲା। ଏହାସହ କାଏରୋଠାରେ ଆୟୋଜିତ ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ’ ଇଣ୍ଟରନ୍ୟାଶନାଲ ଏକ୍‌ଜିବିଶନରେ ମଧ୍ୟ ଏମାନଙ୍କ କୃତି ସ୍ଥାନ ପାଇଥିଲା। ସୂଚନାଯୋଗ୍ୟ, ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି କାର୍ଟୁନ୍‌ର ଧାରାକୁ ପ୍ରବହମାନ କରିବାରେ ଯୋଗଦାନ କରିଆସୁଥିବା ଓଡ଼ିଶାର ଏହି ଭ୍ରାତୃଦ୍ୱୟ ବିଶ୍ୱ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ। ପୂର୍ବରୁ ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇ ସାରିଥିବା ଅଶ୍ୱିନୀ-ଅବନୀ ଅନେକ ଥର ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ଭ୍ରାତୃଦ୍ୱୟଙ୍କ ଦ୍ୱାରା ଆୟୋଜିତ ପି.ସି. ରଥ ମେମୋରିଆଲ ଇଣ୍ଟରନ୍ୟାଶନାଲ ୱେବ୍‌ କାର୍ଟୁନ୍‌ କଣ୍ଟେଷ୍ଟ ବିଶ୍ୱସ୍ତରରେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri