ଇଜିପ୍ଟ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କ୍ୟାରିକେଚର

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଇଜିପ୍ଟର ଗିଜା ପ୍ରାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଅହମଦ ସୌକି ମ୍ୟୁଜିୟମର କର୍ମା ଇବନ୍‌ ହେନୀ ସଂସ୍କୃତି କେନ୍ଦ୍ରଠାରେ ଆୟୋଜିତ ‘ସାଦି ଇନ୍‌ ଦ ଆଏଜ୍‌ ଅଫ୍‌ ଦ ୱାର୍ଲଡ୍‌’ ଅନ୍ତର୍ଜାତୀୟ କ୍ୟାରିକେଚର ଏକ୍‌ଜିବିଶନ୍‌ରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ ଓ ଅବନୀଙ୍କ ଏକ କୃତି ସ୍ଥାନ ପାଇବାର ସୌଭାଗ୍ୟ ଲାଭ କରିଛି। ଅଲ୍‌ ମୋମିଆ (ଦ ମମି) ପରି ବହୁଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ତଥା ଇଜିପ୍ଟ ସିନେ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ସାଦି ଆବ୍‌ଦେଲ୍‌ ସାଲାମଙ୍କ ସ୍ମୃତିରେ ଇଜିପ୍ଟ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଇଜିପ୍ଟ କ୍ୟାରିକେଚର ଆସୋସିଏଶନର ମୁଖ୍ୟ ମୁସ୍ତାଫା ଅଲ୍‌ ଶେଖ୍‌ ଗତ ଡିସେମ୍ବର ୧୧ରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଇଜିପ୍ଟର କାଏରୋଠାରେ ଅବସ୍ଥାପିତ ଗ୍ରୀସ୍‌, ମାଲ୍‌ଟା ଏବଂ ପର୍ତ୍ତୁଗାଲର ରାଷ୍ଟ୍ରଦୂତଗଣ, କର୍ମା ଇବନ୍‌ ହେନୀ ସଂସ୍କୃତି କେନ୍ଦ୍ରର ଡାଇରେକ୍ଟର ହେସାମ ଆବୁ ଅଲ୍‌ ଫୋତୋ ଏବଂ ଆୟୋଜକ ତଥା ଇଜିପ୍ଟ କ୍ୟାରିକେଚର ଆସୋସିଏଶନର ସେକ୍ରେଟେରି ଜେନେରାଲ ଫୌଜି ମର୍ସୀ ଉପସ୍ଥିତ ଥିଲେ। ଏଥିରେ ଭାରତ ସମେତ ବ୍ରାଜିଲ, ରୋମାନିଆ, ଇଟାଲି, ସୁଇଡେନ୍‌, ସାଉଦି ଆରବ ପରି ବିଶ୍ୱର କୋଣ ଅନୁକୋଣରୁ ପ୍ରାୟ ୧୦୦ଟି କାର୍ଟୁନ୍‌କୁ ପ୍ରଦର୍ଶନୀ ପାଇଁ ନିର୍ବାଚିତ କରାଯାଇଥିଲା।
ପ୍ରକାଶଯୋଗ୍ୟ, ନିକଟ ଅତୀତରେ ‘ରାମ ଆଏଙ୍ଗେ’ ବିଷୟକ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ ତଥା ପ୍ରକାଶିତ ହେବାର ସୌଭାଗ୍ୟ ଲାଭ କରିଥିଲା। ଏହାସହ କାଏରୋଠାରେ ଆୟୋଜିତ ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ’ ଇଣ୍ଟରନ୍ୟାଶନାଲ ଏକ୍‌ଜିବିଶନରେ ମଧ୍ୟ ଏମାନଙ୍କ କୃତି ସ୍ଥାନ ପାଇଥିଲା। ସୂଚନାଯୋଗ୍ୟ, ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି କାର୍ଟୁନ୍‌ର ଧାରାକୁ ପ୍ରବହମାନ କରିବାରେ ଯୋଗଦାନ କରିଆସୁଥିବା ଓଡ଼ିଶାର ଏହି ଭ୍ରାତୃଦ୍ୱୟ ବିଶ୍ୱ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ। ପୂର୍ବରୁ ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇ ସାରିଥିବା ଅଶ୍ୱିନୀ-ଅବନୀ ଅନେକ ଥର ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ଭ୍ରାତୃଦ୍ୱୟଙ୍କ ଦ୍ୱାରା ଆୟୋଜିତ ପି.ସି. ରଥ ମେମୋରିଆଲ ଇଣ୍ଟରନ୍ୟାଶନାଲ ୱେବ୍‌ କାର୍ଟୁନ୍‌ କଣ୍ଟେଷ୍ଟ ବିଶ୍ୱସ୍ତରରେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri