Posted inଖେଳ

କାରିବିୟାନ୍‌ ଟୁର୍‌

ଭାରତୀୟ କ୍ରିକେଟ ଦଳର କାରିବିୟାନ୍‌ ଟୁର୍‌ ଆରମ୍ଭ ହୋଇଯାଇଛି। ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ। ଏହି ଟୁର୍‌ ପାଇଁ ପୂର୍ବରୁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳ ଏବଂ ବୁଧବାର ଟି୨୦ ଦଳ ଘୋଷିତ ହୋଇଛି। ରୋହିତ ଶର୍ମା ଟେଷ୍ଟ ଓ ଦିନିକିଆ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଦଳର ନେତୃତ୍ୱ ନେବେ…

ଅଷ୍ଟ୍ରେଲିଆଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପରାଜିତ ହେବା ପରେ ଭାରତୀୟ ଦଳକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଛି। କ୍ରିକେଟ ବିଶେଷଜ୍ଞମାନେ ବିଭିନ୍ନ କାରଣ ଦର୍ଶାଇ ଟିମ୍‌ ଇଣ୍ଡିଆରେ ସଂସ୍କାର ଆବଶ୍ୟକ ବୋଲି ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି। ଦଳରେ ସଂସ୍କାର ଆଣିବା ପାଇଁ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରୁ ହିଁ ପଦକ୍ଷେପ ନେବାକୁ ହେବ ବୋଲି ଚୟନ କମିଟି ଅନୁଭବ କରିଛି। କାରଣ ଏହି ଗସ୍ତରୁ ହିଁ ଭାରତର ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅଭିଯାନ ଆରମ୍ଭ ହେବ। ଦଳରେ କିପରି ସମନ୍ବୟ ରକ୍ଷା କରିହେବ, ଭବିଷ୍ୟତକୁ ଆଖି ଆଗରେ ରଖି ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଯୁବ ଖେଳାଳିଙ୍କୁ କିପରି ସୁଯୋଗ ମିଳିବ ଏହା ଉପରେ ମନ୍ତବ୍ୟ ଦେଇ ଅନେକ ପୂର୍ବତନ ଖେଳାଳି ଚର୍ଚ୍ଚାରେ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଭାରତୀୟ ଦଳରେ କେତେଜଣ ଖେଳାଳି ୩୫ ବର୍ଷ ବୟସ ଅତିକ୍ରମ କରିଛନ୍ତି। ତେଣୁ ୩ ଫର୍ମାଟ ପାଇଁ ଯୁବଖେଳାଳିଙ୍କୁ ସୁଯୋଗ ଦେବା ସହ ଏବେଠାରୁ ସେମାନଙ୍କୁ ସିନିୟର ଖେଳାଳିଙ୍କ ସହିତ ସୁଯୋଗ ଦେଇ ଅଭିଜ୍ଞତା ହାସଲ କରିବାର ସମୟ ଆସିଛି। ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବା ସହ ଯୁବ ନେତୃତ୍ୱକୁ ନେଇ ୱେଷ୍ଟଇଣ୍ଡିଜ ଗସ୍ତ କରିବାକୁ ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, ବୀରେନ୍ଦ୍ର ସେହ୍ବାଗ ଏବଂ ଦିଲୀପ ଭେଙ୍ଗ୍‌ସରକାର ନିଜର ମତାମତ ରଖିଥିଲେ। ଜାତୀୟ ଚୟନ କମିଟି ଘୋଷଣା କରିଥିବା ଟେଷ୍ଟ ଏବଂ ଏକଦିବସୀୟ ଦଳ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ଅନେକ ଯୁବଖେଳାଳିଙ୍କୁ ସାମିଲ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଦଳର ନେତୃତ୍ୱ ନେବେ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତର ପରାଜୟ ପାଇଁ ଅନେକେ ରୋହିତ ଶର୍ମାଙ୍କ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଥିଲେ। ଇତିମଧ୍ୟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଟିମ୍‌ ଇଣ୍ଡିଆ ୩ଟି ଫର୍ମାଟ୍‌ରେ ୨ଟି ଟେଷ୍ଟମ୍ୟାଚ୍‌, ୩ଟି ଏକଦିବସୀୟ ସହ ୫ଟି ଟି୨୦ ମ୍ୟାଚ ଖେଳିବାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ଜୁଲାଇ ୧ରୁ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ ହୋଇଯାଇଛି। ଡୋମିନିକାରେ ଜୁଲାଇ ୧୨ରୁ ୧୬ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ। ପୋର୍ଟ ଅଫ୍‌ ସ୍ପେନ୍‌ରେ ଜୁଲାଇ ୨୦ରୁ ୨୪ ପର୍ଯ୍ୟନ୍ତ ୨ୟ ଟେଷ୍ଟ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଉଭୟ ଦେଶ ୯୮ଟି ଟେଷ୍ଟରେ ପରସ୍ପରକୁ ଭେଟିଛନ୍ତି। ଏଥିରୁ ଭାରତ ୨୨ଟି ଏବଂ ୱେଷ୍ଟଇଣ୍ଡିଜ ୩୦ଟି ମ୍ୟାଚ ବିଜୟୀ ହୋଇଛି। ୪୬ଟି ମ୍ୟାଚ ଡ୍ର ରହିଛି। ଭାରତ ମାଟିରେ ଟିମ୍‌ ଇଣ୍ଡିଆ ୧୩ଟି ଏବଂ ୱେଷ୍ଟଇଣ୍ଡିଜ ୯ଟି ମ୍ୟାଚ ଜିତିଛି। ସେହିପରି ୱେଷ୍ଟଇଣ୍ଡିଜ ୧୬ଟି ମ୍ୟାଚ୍‌ ନିଜ ମାଟିରେ ଜିତିଥିବା ବେଳେ ୧୪ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଉଭୟ ଦେଶ ନିରପେକ୍ଷ ଭେନ୍ୟୁରେ କୌଣସି ଟେଷ୍ଟ ଖେଳିନାହାନ୍ତି। ଉଭୟ ଦେଶ ମଧ୍ୟରେ ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯିବାକୁ ଥିବା ୧୦୦ତମ ଟେଷ୍ଟ ମ୍ୟାଚ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଏ।
ଟେଷ୍ଟ ସିରିଜ ପାଇଁ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଏହା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ସୁନୀଲ ଗାଭାସ୍କରଙ୍କ ମତରେ ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ତେବେ ରୋହିତ ଶର୍ମା, ବିରାଟ କୋହଲି, କେ.ଏସ୍‌. ଭରତ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ। ସମସ୍ତଙ୍କ ପାଇଁ ସମାନ ନିୟମ ପୋଷଣ କରାଯାଇନାହିଁ କାହିଁକି। ଏହି ସିରିଜ ପାଇଁ ଭେଟେରାନ୍‌ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅନ୍‌ଫିଟ୍‌ ଉମେଶ ଯାଦବଙ୍କୁ ବାଦ୍‌ ଦିଆଯାଇଛି। ୪ଜଣ ଓପନର ରୋହିତ ଶର୍ମା, ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାଡ୍‌, ଯଶସ୍ବୀ ଜୟସ୍ବାଲ ରହିଥିବା ବେଳେ ଡବ୍ଲ୍ୟୁଟିସିରେ ଭଲ ଖେଳିଥିବା ଅଜିଙ୍କ୍ୟ ରାହାନେଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ପେସ୍‌ ବୋଲିଂ ଦାୟିତ୍ୱ ମୁକେଶ କୁମାର, ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର, ଜୟଦେବ ଉନାଡକଟ୍‌ ଏବଂ ନବଦୀପ ସଇନୀଙ୍କ ଉପରେ ନ୍ୟସ୍ତ ରହିଛି। କିପର କେ.ଏସ୍‌. ଭରତଙ୍କ ଉପରେ ଆସ୍ଥା ସ୍ଥାପନ କରାଯାଇଛି। ଇଶାନ କିଶନ ମଧ୍ୟ ଆବଶ୍ୟକ ହେଲେ ଉଇକେଟ କିପିଂ କରିବେ। ରିଷଭ ପନ୍ତ, ଲୋକେଶ ରାହୁଲ, ଯଶପ୍ରୀତ୍‌ ବୁମ୍‌ରା ଏବଂ ଶ୍ରେୟସ ଆୟରଙ୍କ ପରି ଖେଳାଳିଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆ ପାଇଁ କିଛିଟା ସମସ୍ୟା ସୃଷ୍ଟି କରିଛି।
ଚେତେଶ୍ୱର ପୂଜାରା ଯେହେତୁ ଗୋଟିଏ ଫର୍ମାଟ (ଟେଷ୍ଟ ମ୍ୟାଚ)ରେ ଖେଳୁଛନ୍ତି ତାଙ୍କୁ ଆଉ ଥରେ ସୁଯୋଗ ମିଳିବା କଥା। ମାତ୍ର ବିସିସିଆଇ ତାଙ୍କୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନକରି ପ୍ରତ୍ୟାବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ସର୍ଫରାଜ ଖାଁ, ରିଙ୍କୁ ସିଂ, ପ୍ରଭସିମରନ ସିଂ, ତିଲକ ବର୍ମା, ଜିତେଶ ଶର୍ମା, ହର୍ଷିତ ରାଣା, କାର୍ତ୍ତିକ ତ୍ୟାଗୀଙ୍କ ପରି ଯୁବ ଖେଳାଳିମାନଙ୍କୁ ସୁଯୋଗ ନ ଦେବା ମଧ୍ୟ ଆଲୋଚନାରେ ରହିଛି। ଲଗାତର ରଣଜୀ ଟ୍ରଫିରେ ସଫଳତା ହାସଲ କରିଥିବା ସର୍ଫରାଜ ଖାଁଙ୍କୁ ଚୟନ ନ କରିବା ଉପରେ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି। ତେବେ ତାଙ୍କ ଫିଟ୍‌ନେସ୍‌କୁ ନେଇ ସମସ୍ୟା ଥିବା ବିସିସିଆଇ ସ୍ପଷ୍ଟ କରିଛି। ସର୍ଫରାଜ ଲଗାତର ୩ଟି ଘରୋଇ ସିଜନରେ ୨୫୬୬ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କର କ୍ୟାରିୟର ଆଭରେଜ ୩୭ଟି ମ୍ୟାଚରେ ପାଖାପାଖି ୮୦ ରହିଛି। ଅନ୍ୟପକ୍ଷରେ ଟେଷ୍ଟ ମ୍ୟାଚ୍‌ ପାଇଁ ବିଶ୍ୱର ୨ଶ୍ରେଷ୍ଠ ସ୍ପିନ୍‌ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଆବଶ୍ୟକ ହେଲେ ଅକ୍ଷର ପଟେଲ ମଧ୍ୟ ସ୍ପିନ୍‌ ଚ୍ୟାଲେଞ୍ଜ ସମ୍ଭାଳିବେ। ଏକଦିବସୀୟ ମ୍ୟାଚ୍‌ ପାଇଁ ହାର୍ଦ୍ଧିକ ପାଣ୍ଡ୍ୟା ଉପ ଅଧିନାୟକ ମନୋନୀତ ହେବାକୁ ମଧ୍ୟ କ୍ରିକେଟ ସମୀକ୍ଷକ, ପୂର୍ବତନ ଖେଳାଳି ଏବଂ ଭାଷ୍ୟକାରମାନେ କଡ଼ା ସମାଲୋଚନା କରିଛନ୍ତି। ଏଥିପାଇଁ ଶୁବମନ ଗିଲ୍‌ଙ୍କ ପରି ଦକ୍ଷତାସମ୍ପନ୍ନ ଖେଳାଳିଙ୍କୁ ଏବେଠାରୁ ସୁଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି।
ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ ମଧ୍ୟ ବେଶ୍‌ ଶକ୍ତିଶାଳୀ। ନିକୋଲସ୍‌ ପୁରନ, ସାଇ ହୋପ୍‌, କାଇଲ ମେୟର, ସିମ୍‌ରନ ହେଟମେର, ଶେଲ୍‌ଡ୍ରନ କଟ୍ରେଲ, ଏଭିନ୍‌ ଲୁଇସ, ଡାରେନ ବ୍ରାଭୋ, କେମୋ ରୋଚ, ରୋଭମାନ ପାୱେଲଙ୍କ ପରି ବ୍ୟାଟର ଏବଂ ବୋଲର ଅଛନ୍ତି। ଭାରତ ଯଦିଓ ୨୦୧୯ରୁ ୱେଷ୍ଟଇଣ୍ଡିଜ ପରି ଏକ ଶକ୍ତିଶାଳୀ ଦଳକୁ ସବୁ ଫର୍ମାଟରେ ବଡ଼ ବ୍ୟବଧାନରେ ପରାସ୍ତ କରିଛି ତଥାପି ଟି୨୦ରେ ୱେଷ୍ଟଇଣ୍ଡିଜକୁ ହରାଇବା କଷ୍ଟକର। ୨୦୧୯ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଟେଷ୍ଟ ସିରିଜରେ ୨-୦ ଏବଂ ଏକଦିବସୀୟ ସିରିଜରେ ୩-୦ରେ ଏବଂ ଟି୨୦ରେ ୪-୧ରେ ପରାସ୍ତ କରିଥିଲା। ଏହାସତ୍ତ୍ୱେ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri