Posted inଖେଳ

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନବାଗୋର କ୍ରମାଗତ ପଞ୍ଚମ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ତା’ର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତ୍ରିନବାଗୋ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଗୁରୁବାର ତ୍ରିନବାଗୋ ୭ ଉଇକେଟରେ ଗୁୟାନା ଅମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଫଳରେ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟୀ ହେବା ସହ ତ୍ରିନ୍‌ବାଗୋ ୧୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଗୁୟାନା ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସିମରନ ହେଟମେୟର ୨୬, ରସ୍‌ ଟେଲର ୨୬, କିମୋ ପଲ ଅପରାଜିତ ୨୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ତ୍ରିନବାଗୋ ତରଫରୁ ଖାରି ପିଏର ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ତ୍ରିନବାଗୋ ୧୮.୨ ଓଭରରେ ୩ ଉଇକେଟ ହରାଇ ୧୧୫ ରନକରି ବିଜୟ ହୋଇଥିଲା। ଦଳ ପକ୍ଷରୁ ଡାରେନ ବ୍ରାଭୋ ୨୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ୩୯ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେଣ୍ଡଲ ସିମନ୍ସ ୧୯, ଟିଅନ ଓ୍ବେବ୍‌ଷ୍ଟର ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଗୁୟାନ ତରଫରୁ ଇମ୍ରାନ ତାହିର ୨, କ୍ରିସ୍‌ ଗ୍ରୀନ ଗୋଟିଏ ଉଇକେଟ ହାସଲ କରିଛନ୍ତି।
ସେଣ୍ଟ ଲୁସିଆ ୬ ଉଇକେଟରେ ବିଜୟୀ
ଗୁରୁବାର ଅନୁଷ୍ଠିତ ଅନ୍ୟଏକ ମ୍ୟାଚ୍‌ରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍‌ ପାଟ୍ରିଅଟ୍‌କୁ ୬ ଉଇକେଟରେ ପରାସ୍ତ କରିଛି ସେଣ୍ଟ ଲୁସିଆ ଜୌକାସ୍‌। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ସେଣ୍ଟ କିଟ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ବେନ୍‌ ଡଙ୍କ ସର୍ବାଧିକ ୩୩, ଅଲଜାରି ଜୋସେଫ ଅପରାଜିତ ୨୧, ଅଧିନାୟକ ରେୟାଡ ଏମ୍‌ରିଟ୍‌ ୧୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ ଲୁସିଆ ତରଫରୁ ମହମ୍ମଦ ନବୀ ୧୫ ରନ ବ୍ୟୟ କରି ସର୍ବାଧିକ ୫ ଉଇକେଟ ହାସଲ କରିଥିଲେ। ଜବାବରେ ସେଣ୍ଟ ଲୁସିଆ ୧୪.୪ ଓଭରରେ ୪ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ସେଣ୍ଟ ଲୁସିଆ ତରଫରୁ ନାଜିବୁଲ୍ଲା ଜଡ୍ରାନ ସର୍ବାଧିକ ୩୩, ରୋଷ୍ଟନ ଚେଜ୍‌ ଅପରାଜିତ ୨୭, ରାହାଖିମ୍‌ କର୍ନଓ୍ବାଲ ୨୬, ଆନ୍ଦ୍ରେ ଫ୍ଳେଚର ୧୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ କିଟ୍ସ ତରଫରୁ ଇମ୍ରାନ ଖାନ୍‌ ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri