କ୍ୟାରେଟ୍‌ଲେନ୍‌ର ନୂତନ କଲେକ୍ସନ ‘ମୋଗ୍ରା’ ଉନ୍ମୋଚିତ

ଭୁବନେଶ୍ୱର,୩୦।୯:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କ୍ୟାରେଟ୍‌ଲେନ୍‌ ପକ୍ଷରୁ ଗୁରୁବାର ବ୍ରାଣ୍ଡର ନୂଆ କଲେକ୍ସନ ‘ମୋଗ୍ରା’ର ଉନ୍ମୋଚନ କରାଯାଇଛି। ‘ମୋଗ୍ରା’କୁ ହୀରା ଏବଂ ପ୍ରଥମ ଥର ପାଇଁ ରାଇସ୍‌ ୱାଟର ପର୍ଲରେ ପ୍ରସ୍ତୁତ କରାଯାଇଛି। ମାଇକ୍ରୋ-ସେଟିଂ ଟେକ୍‌ନିକ୍‌କୁ ବ୍ୟବହାର କରାଯାଇଛି। ଏପରିକି ଉକ୍ତ ଗହଣାଗୁଡ଼ିକୁ ଅତି ନିଖୁଣ ଭାବେ କାରିଗରଙ୍କ ଦ୍ୱାରା ପ୍ରସ୍ତୁତି କରାଯାଇଛି, ଯାହାକି ହୀରାର ଚମକକୁ ବହୁଗୁଣିତ କରୁଛି। ବିଶେଷ କରି ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ଟେଙ୍କ ନିକଟରେ ଏହି କଲେକ୍ସନ ଦେଖିବାକୁ ମିଳିଥିଲା। ସେହିପରି ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଉକ୍ତ ଡିଜାଇନଗୁଡିକରେ କୌଣସି ଅଭାବ ନାହିଁ। ଅପରପକ୍ଷରେ ଉପହାର ଦେବା ପାଇଁ କ୍ୟାରେଟ୍‌ଲେନ୍‌ରେ ବିସ୍ତୃତ ଡିଜାଇନ ମଧ୍ୟ ରହିଛି, ଯେଉଁଗୁଡ଼ିକର ମୂଲ୍ୟ ୫୦୦୦ଟଙ୍କାରୁ ଆରମ୍ଭ ହେଉଛି। ଦମ୍ପତିିଙ୍କ ପ୍ରଥମ ଦୀପାବଳି ହେଉ କିମ୍ବା ପରିବାର ତଥା ପ୍ରିୟବର୍ଗଙ୍କୁ ଉପହାର ପ୍ରଦାନ, କ୍ୟାରେଟ୍‌ଲେନ୍‌ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି। ଏ ସମ୍ପର୍କରେ କ୍ୟାରେଟ୍‌ଲେନ୍‌ର ଭିପି (ମାକେଟିଂ) ଜେନିଫର ପାଣ୍ଡ୍ୟା କହିଛନ୍ତି, ଗ୍ରାହକ କ୍ୟାରେଟ୍‌ଲେନ୍‌କୁ ପସନ୍ଦ କରନ୍ତି। କାରଣ ଆମ ଗହଣାଗୁଡ଼ିକର ଡିଜାଇନ ଅତି ଜଟିଳ ଏବଂ ସବୁ ଷ୍ଟାଇଲ ସହ ଭଲ ଭାବେ ଖାପ ଖାଇଥାଏ। ଗ୍ରାହକଙ୍କ ସୁବିଧା ପାଇଁ ବର୍ତ୍ତମାନ ଭୁବନେଶ୍ୱରରେ କ୍ୟାରେଟ୍‌ଲେନ୍‌ର ୩ଟି ଷ୍ଟୋର ରହିଛି। ଏପରିକି ରାଜ୍ୟରେ ମୋଟ ୫ଟି ଷ୍ଟୋର ଥିବା ବେଳେ ପୂର୍ବାଞ୍ଚଳରେ କମ୍ପାନୀର ମୋଟ ୩୨ ଷ୍ଟୋର ଅଛି। ଗ୍ରାହକ କମ୍ପାନୀର ଯେକୌଣସି ଷ୍ଟୋରକୁ ଯାଇ ଉକ୍ତ ଗହଣା କିଣିପାରିବେ କିମ୍ବା ‘ଟ୍ରାଏ ଆଟ୍‌ ହୋମ୍‌’ସେବାକୁ ମଧ୍ୟ ଉପଲବ୍ଧ କରିପାରିବେ। ସର୍ବାଧିକ ବିକ୍ରି ହେଉଥିବା ଡିଜାଇନଗୁଡ଼ିକ ପାଇଁ କ୍ୟାରେଟ୍‌ଲେନ୍‌ ୨୪ରୁ ୪୮ ଘଣ୍ଟାର ଦ୍ରୁତ ଡେଲିଭରି ସର୍ଭିସ ମଧ୍ୟ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri