କ୍ୟାରେଟ୍‌ଲେନ୍‌ର ନୂତନ କଲେକ୍ସନ ‘ମୋଗ୍ରା’ ଉନ୍ମୋଚିତ

ଭୁବନେଶ୍ୱର,୩୦।୯:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କ୍ୟାରେଟ୍‌ଲେନ୍‌ ପକ୍ଷରୁ ଗୁରୁବାର ବ୍ରାଣ୍ଡର ନୂଆ କଲେକ୍ସନ ‘ମୋଗ୍ରା’ର ଉନ୍ମୋଚନ କରାଯାଇଛି। ‘ମୋଗ୍ରା’କୁ ହୀରା ଏବଂ ପ୍ରଥମ ଥର ପାଇଁ ରାଇସ୍‌ ୱାଟର ପର୍ଲରେ ପ୍ରସ୍ତୁତ କରାଯାଇଛି। ମାଇକ୍ରୋ-ସେଟିଂ ଟେକ୍‌ନିକ୍‌କୁ ବ୍ୟବହାର କରାଯାଇଛି। ଏପରିକି ଉକ୍ତ ଗହଣାଗୁଡ଼ିକୁ ଅତି ନିଖୁଣ ଭାବେ କାରିଗରଙ୍କ ଦ୍ୱାରା ପ୍ରସ୍ତୁତି କରାଯାଇଛି, ଯାହାକି ହୀରାର ଚମକକୁ ବହୁଗୁଣିତ କରୁଛି। ବିଶେଷ କରି ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ଟେଙ୍କ ନିକଟରେ ଏହି କଲେକ୍ସନ ଦେଖିବାକୁ ମିଳିଥିଲା। ସେହିପରି ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଉକ୍ତ ଡିଜାଇନଗୁଡିକରେ କୌଣସି ଅଭାବ ନାହିଁ। ଅପରପକ୍ଷରେ ଉପହାର ଦେବା ପାଇଁ କ୍ୟାରେଟ୍‌ଲେନ୍‌ରେ ବିସ୍ତୃତ ଡିଜାଇନ ମଧ୍ୟ ରହିଛି, ଯେଉଁଗୁଡ଼ିକର ମୂଲ୍ୟ ୫୦୦୦ଟଙ୍କାରୁ ଆରମ୍ଭ ହେଉଛି। ଦମ୍ପତିିଙ୍କ ପ୍ରଥମ ଦୀପାବଳି ହେଉ କିମ୍ବା ପରିବାର ତଥା ପ୍ରିୟବର୍ଗଙ୍କୁ ଉପହାର ପ୍ରଦାନ, କ୍ୟାରେଟ୍‌ଲେନ୍‌ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି। ଏ ସମ୍ପର୍କରେ କ୍ୟାରେଟ୍‌ଲେନ୍‌ର ଭିପି (ମାକେଟିଂ) ଜେନିଫର ପାଣ୍ଡ୍ୟା କହିଛନ୍ତି, ଗ୍ରାହକ କ୍ୟାରେଟ୍‌ଲେନ୍‌କୁ ପସନ୍ଦ କରନ୍ତି। କାରଣ ଆମ ଗହଣାଗୁଡ଼ିକର ଡିଜାଇନ ଅତି ଜଟିଳ ଏବଂ ସବୁ ଷ୍ଟାଇଲ ସହ ଭଲ ଭାବେ ଖାପ ଖାଇଥାଏ। ଗ୍ରାହକଙ୍କ ସୁବିଧା ପାଇଁ ବର୍ତ୍ତମାନ ଭୁବନେଶ୍ୱରରେ କ୍ୟାରେଟ୍‌ଲେନ୍‌ର ୩ଟି ଷ୍ଟୋର ରହିଛି। ଏପରିକି ରାଜ୍ୟରେ ମୋଟ ୫ଟି ଷ୍ଟୋର ଥିବା ବେଳେ ପୂର୍ବାଞ୍ଚଳରେ କମ୍ପାନୀର ମୋଟ ୩୨ ଷ୍ଟୋର ଅଛି। ଗ୍ରାହକ କମ୍ପାନୀର ଯେକୌଣସି ଷ୍ଟୋରକୁ ଯାଇ ଉକ୍ତ ଗହଣା କିଣିପାରିବେ କିମ୍ବା ‘ଟ୍ରାଏ ଆଟ୍‌ ହୋମ୍‌’ସେବାକୁ ମଧ୍ୟ ଉପଲବ୍ଧ କରିପାରିବେ। ସର୍ବାଧିକ ବିକ୍ରି ହେଉଥିବା ଡିଜାଇନଗୁଡ଼ିକ ପାଇଁ କ୍ୟାରେଟ୍‌ଲେନ୍‌ ୨୪ରୁ ୪୮ ଘଣ୍ଟାର ଦ୍ରୁତ ଡେଲିଭରି ସର୍ଭିସ ମଧ୍ୟ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri