ଅସାବଧାନତାରୁ ଯାଉଛି ଜୀବନ

ବାଲେଶ୍ୱର ଅଫିସ,୨୨ା୫: ଦିନକୁ ଦିନ ବଢୁଛି ରେଳ ଲାଇନ୍‌ ଉପରେ ଦୁର୍ଘଟଣା। ରେଳ ବିଭାଗ ତରଫରୁ ନିଆଯାଇଥିବା ନିୟମ କାନୁନ୍‌କୁ ମାନୁନାହାନ୍ତି ଲୋକମାନେ। ରେଳ ଫାଟକ ପଡ଼ିଥିବାବେଳେ କାନରେ ମୋବାଇଲ୍‌ ଲଗାଇ ପାର୍‌ ହେବା ଏବଂ ରେଳ ଲାଇନ ଡେଇଁ ପ୍ଲାଟଫର୍ମ ପାର ହେଉଥିବା ବେଳେ ବାଲେଶ୍ୱର ଜିଲାରେ ୨ଦିନରେ ୨ଟି ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ରାଜଘାଟ ରେଳ ଷ୍ଟେଶନରେ ଜଣେ ୬୦ ବର୍ଷୀୟ ଲୋକ ରେଳ ଧାରଣାରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌ ତଳ ଦେଇ ଷ୍ଟେଶନ ଆଡ଼କୁ ଆସୁଥିବାବେଳେ ଅପ୍‌ଲାଇନରେ ଜଳେଶ୍ୱର ପୁରୀ ମେମୋ ଟ୍ରେନ୍‌ରେ ବାଡ଼େଇ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ଜୀବନ ଯାଇଥିଲା। ବାଲେଶ୍ୱର ଜିଆର୍‌ପି ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା (ନଂ. ୪୫/୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନାହଁି। ସେହିପରି ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଟାଉନ୍‌ ଥାନା ଅଧୀନ ସୁନହଟ୍‌ ଗ୍ରାମର ସମିମା ବିବି (୫୦) ନାମ୍ନୀ ମହିଳା ସାଇକେଲ ଧରି ବାଲେଶ୍ୱର ସହର ଅଙ୍ଗାରଗଡ଼ିଆସ୍ଥିତ ରେଳ ଫାଟକ ନିକଟରେ ପହଞ୍ଚତ୍ଥିଲେ। ଫାଟକ ପଡ଼ିଥିବା ବେଳେ ଅପେକ୍ଷା ନ କରି ବେପରୁଆ ଭାବେ ପାର ହେଉଥିଲେ। ଏହି ସମୟରେ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଲେଶ୍ୱର ଜିଆର୍‌ପି ଥାନାରେ ମାମଲା (ନଂ. ୪୪।୨୩) ରୁଜୁ କରାଯାଇଛି। ଏହିଭଳି ପ୍ରାୟ ପ୍ରତିମାସ ୧୦ରୁ ଅଧିକ ଜୀବନ ଯାଉଛି।
ଏନେଇ ବାଲେଶ୍ୱର ଜିଆର୍‌ପି ଥାନା ଅଧିକାରୀ ପପୁ କୁମାର ନାୟକ କହନ୍ତି, ସର୍ବଦା ରେଳ ଫାଟକ ପଡ଼ିଥିବା ବେଳେ ରେଳଲାଇନ୍‌ ପାର ନ ହେବା କିମ୍ବା ଷ୍ଟେଶନରେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ଶିଡ଼ି ବ୍ୟବହାର କରିବା ସହିତ ପ୍ରତ୍ୟେକ ସମୟରେ ରେଳ କର୍ମଚାରୀଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଉଥିବା ନିୟମକୁ ମାନିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। କିନ୍ତୁ କେତେକ ଲୋକ ବିଭିନ୍ନ କାରଣବଶତଃ ଏହାକୁ ଅବମାନନା କରିବା ଫଳରେ ଅକାଳରେ ଜୀବନ ଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?