Posted inଫୁରସତ

କ୍ୟାରିଅର ରିଜୋଲ୍ୟୁଶନ୍‌

ଦିନେ ନୁହେଁ କି ମାସେ ନୁହେଁ, ବର୍ଷେ ବିତି ଆଉ ଗୋଟିଏ ଶିକ୍ଷାବର୍ଷକୁ ପ୍ରଭାବିତ କରିଛି କରୋନା ମହାମାରୀ। ଏମିତିରେ ଦିନକୁ ଦିନ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉପରେ ଯେମିତି ମାଡ଼ିଯାଉଛି କଳାବାଦଲ। ସ୍କୁଲ କଲେଜ ବନ୍ଦ ସାଙ୍ଗକୁ ପରୀକ୍ଷା ନ ହେବା ଅନେକଙ୍କୁ କରିଛି ପ୍ରଭାବିତ। ତା’ଛଡ଼ା ବିନା ପରୀକ୍ଷାରେ ଯୁକ୍ତ ୨ ଏବଂ ମାଟ୍ରିକ୍‌ ପରୀକ୍ଷାର ରେଜଲ୍ଟକୁ ନେଇ ମଧ୍ୟ ଅସନ୍ତୁଷ୍ଟ ଅନେକେ। ସେହିପରି ଯୁକ୍ତ ୩, ପିଜି, ଅନ୍ୟାନ୍ୟ ହାୟର ଷ୍ଟଡି ହେଉ କିମ୍ବା ବିଭିନ୍ନ ଜବ୍‌ ଇଣ୍ଟରଭ୍ୟୁ ଲାଗି ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ। ହେଲେ ଏଭଳି ପରିସ୍ଥିତିରେ ଅଳସୁଆମି କରିବା କିମ୍ବା ନିଜ ଲକ୍ଷ୍ୟପଥରୁ ଓହରିଯିବା ବୁଦ୍ଧମତ୍ତାର କାର୍ଯ୍ୟ ନୁହେଁ। ତେଣୁ ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଲାଗି ଏକ କ୍ୟାରିଅର ରିଜୋଲ୍ୟୁଶନ୍‌ ରହିବା ନିହାତି ଆବଶ୍ୟକ…

ମାନସିକସ୍ତରରେ ସୁଦୃଢ଼ ହୁଅନ୍ତୁ: କୌଣସି ପରିସ୍ଥିତିରେ ବ୍ୟସ୍ତ ବିବ୍ରତ ନ ହୋଇ ନିଜକୁ ମାନସିକ ସ୍ତରରେ ସୁଦୃଢ଼ କରନ୍ତୁ। ପାଠପଢ଼ା ଏବଂ ନିଜ କ୍ୟାରିଅର୍‌କୁ ଫୋକସ୍‌ କରନ୍ତୁ। କାରଣ ମନୋବଳ ଦୃଢ଼ ହେଲେ ହିଁ ଆପଣ ସଫଳତା ହାସଲ କରିପାରିବେ, ସେଥିରେ ସନ୍ଦେହ ନାହିଁ।

ସାଧନା ଜାରି ରଖନ୍ତୁ: ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ଅଧିକାଂଶଙ୍କର ଦୈନିକ ପଢ଼ିବା ଏବଂ ବିଭିନ୍ନ ଜବ୍‌ ପାଇଁ ପ୍ରସ୍ତୁତି ହେବାର ସମୟସୀମା ଏବଂ ପରିଶ୍ରମ ବହୁମାତ୍ରାରେ ହ୍ରାସ ହୋଇଯାଇଛି। ଘରେ ରହି ଟିଭି, ମୋବାଇଲ୍‌ ଆଦିରେ ସମୟ ବିତାଇବା ସହ ଶୋଇବା-ଉଠିବାର ରୁଟିନ୍‌ ବି ବଦଳିଯାଇଛି। ହେଲେ କ୍ୟାରିଅର୍‌କୁ ମଜଭୁତ୍‌ କରିବାକୁ ଚାହୁଁଥିଲେ ଘରେ ଥାଇ ମଧ୍ୟ ଦିନକୁ ଅତିକମ୍‌ରେ ୭-୮ ଘଣ୍ଟା ପଢ଼ନ୍ତୁ। ବର୍ତ୍ତମାନ ବିଭିନ୍ନ ଅର୍ଗାନାଇଜେଶନ୍‌ ପକ୍ଷରୁ ଶର୍ଟଟର୍ମ ଅନ୍‌ଲାଇନ୍‌ କୋର୍ସ ମଧ୍ୟ କରାଯାଉଛି। ସୋସିଆଲ୍‌ ସାଇଟ୍‌, ଭିଡିଓ ଗେମ୍‌ ଆଦିରେ ଅଧିକ ସମୟ ନ ବିତାଇ ଏଭଳି ଅନ୍‌ଲାଇନ୍‌ କ୍ଲାସ୍‌ ଜଏନ୍‌ କଲେ ଉପକୃତ ହୋଇପାରିବେ। ମନେ ରଖନ୍ତୁ ଥରେ କମ୍ଫର୍ଟ ଜୋନ୍‌ରୁ ବାହାରି ପୁନର୍ବାର ନିଜ ସାଧନା ଜାରି ରଖିଲେ କ୍ୟାରିଅର୍‌ ସଫଳତା ପାଇବା ସହଜ ହୋଇଯିବ।

ନିଜକୁ ଅପ୍‌ଡେଟ୍‌ କରନ୍ତୁ: ନିଜର ଭବିଷ୍ୟତ ଲକ୍ଷ୍ୟ କ’ଣ ଏବଂ ଏହାକୁ ହାସଲ କରିବାକୁ ହେଲେ ଆପଣଙ୍କୁ କ’ଣ ସବୁ କରିବାକୁ ହେବ ସେ ଦିଗରେ ନିଜକୁ ସର୍ବଦା ଅପ୍‌ଡେଟ୍‌ ରଖନ୍ତୁ। ପାଠ ପଢା ଦିଗରେ କେବେ ଅନ୍‌ଲାଇନ୍‌ କ୍ଲାସ୍‌, ପରୀକ୍ଷା, ନୂଆ ଆଡ୍‌ମିଶନ୍‌ ଆଦି ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରତିଟି ଖବର ଜାଣନ୍ତୁ। ଠିକ୍‌ ସେହିପରି ଜବ୍‌ କ୍ଷେତ୍ରରେ କେଉଁଠାରେ କେଉଁ ପୋଷ୍ଟ ବାହାରୁଛି, ଏହାର ଫର୍ମ, ଇଣ୍ଟରଭ୍ୟୁ ସମୟ ଆଦି ମଧ୍ୟ ଭଲ ଭାବେ ଜାଣି ରଖନ୍ତୁ।

ଜ୍ଞାନର ପରିସର ବୃଦ୍ଧି କରନ୍ତୁ: ମଣିଷ ଯେତେ ଅଧିକ ଶିଖିବ, ସେତେ ଅଧିକ ଆଗକୁ ବଢ଼ିବା ସହଜ ହେବ। ତେଣୁ ବର୍ତ୍ତମାନ ସମୟକୁ ଆଦୌ ଅଯଥାରେ ନଷ୍ଟ ନ କରି ନିଜର ଜ୍ଞାନର ପରିସର ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ବର୍ତ୍ତମାନ ଇଣ୍ଟରନେଟ୍‌ ଏକ ବଳିଷ୍ଠ ମାଧ୍ୟମ। ଆପଣ ଚାହିଁଲେ ନିଜ କ୍ୟାରିଅର୍‌ ସ୍ବପ୍ନ ସାକାର କରିବା ଲାଗି କ’ଣ କରିବା ଆବଶ୍ୟକ ସେ ସମ୍ପର୍କରେ ବିଭିନ୍ନ କ୍ୟାରିଅର୍‌ କାଉନ୍ସିଲରଙ୍କ ମତାମତ ବି ଅନ୍‌ଲାଇନ୍‌ରେ ନେଇପାରିବେ। ଯାହାକି ଆପଣଙ୍କୁ ନିଜକୁ ଏଥିପାଇଁ ପ୍ରସ୍ତୁତ କରିବା ସରଳ ହୋଇପାରିବ।

କ’ଣ କରନ୍ତି ଏମାନେ…
ରହୁଛି କ୍ୟାରିଅର୍‌ ଚିନ୍ତା: ବର୍ତ୍ତମାନ ମୁଁ ରେଭେନ୍‌ଶା ବିଶ୍ବବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଜ୍ଞାନର ଶେଷ ବର୍ଷ ଛାତ୍ରୀ। କଟକରେ ରହିି ପଢ଼ା ସହ ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି। ହେଲେ କରୋନା ପାଇଁ କଲେଜ ବନ୍ଦ ହେବା ପରେ ପଢ଼ାରେ ଅନେକ ଅସୁବିଧା ହେଉଛି। ସମ୍ପୂର୍ଣ୍ଣ ଘରେ ରହିବା ଯୋଗୁ ପଢ଼ା ରୁଟିନ୍‌ରେ କିଛିମାତ୍ରାରେ ଅବହେଳା ହୋଇଯାଇଛି। ହେଲେ ପରିସ୍ଥିତି ସହ ତାଳ ମିଳାଇ ଚଳିବାକୁ ହେବ। ତେଣୁ ନିଜ କ୍ୟାରିଅର୍‌ ପାଇଁ ଚିନ୍ତା ରହୁଥିବାରୁ ଘରେ ରହି ପ୍ରିପାରେଶନ ଚଲାଇଛି। ବର୍ତ୍ତମାନ ମାର୍କେଟ୍‌ ବନ୍ଦ ଥିବାରୁ କମ୍ପିଟେଟିଭ ବହି କିଣି ହେଉନାହିଁ। ତେଣୁ ସାଙ୍ଗମାନେ ପରସ୍ପରର ବହି ଅଦଳ ବଦଳ କରି ପଢୁଛୁ। ଏହା ବ୍ୟତୀତ ଅନ୍‌ଲାଇନ୍‌ କ୍ଲାସ୍‌ର ମଧ୍ୟ ସାହାଯ୍ୟ ନେଉଛି। ଆଗକୁ ବିଭିନ୍ନ ସ୍ତରରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି। ତେଣୁ ପଢ଼ାରେ ଅବହେଳା ନ କରିବା ପ୍ରତି ସର୍ବଦା ଯତ୍ନଶୀଳ ରହୁଛି।
– ସୁମିତ୍ରା ଦଳେଇ, ପୁରୀ

ଭଲ ମିଳିବାର ଆଶା ରହିଛି: ଏକ ଭଲ କ୍ୟାରିଅର୍‌ ଗଢ଼ିବାକୁ ସମସ୍ତଙ୍କର ଲକ୍ଷ୍ୟ ଥାଏ। ହେଲେ ଏହି ମାର୍ଗ ଏତେ ସହଜ ନୁହେଁ, କାରଣ ଏଥିରେ ଅନେକ ବାଧାବିଘ୍ନ ଆସେ। ଠିକ୍‌ ଯେମିତି ବର୍ତ୍ତମାନ କରୋନା ପାଇଁ ପ୍ରାୟ ଦୁଇ ବର୍ଷ ହେବ ଶିକ୍ଷା କ୍ଷେତ୍ରରୁ ଆରମ୍ଭ କରି ଜବ୍‌ ପର୍ଯ୍ୟନ୍ତ ସବୁଥିରେ ଅସୁବିଧା ହେଉଛି। ନିଜ କଥା କହିବି, ବ୍ୟାଙ୍କିଙ୍ଗ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲି, ଏଥିପାଇଁ କୋଚିଂ ବି ନେଉଥିଲି। ହେଲେ ଗତବର୍ଷଠାରୁ ଏସବୁ କରୋନା ଲାଗି ବନ୍ଦ ହୋଇଯିବା ଫଳରେ ମାନସିକ ସ୍ତରରେ ଏହା ଖୁବ୍‌ ପ୍ରଭାବିତ କରିଥିଲା। ସମୟ ବଢ଼ି ଚାଲିବା ସହ କ୍ୟାରିଅର୍‌ ଚିନ୍ତା ମଧ୍ୟ ବଢ଼ିଲା। ତେଣୁ ଘରେ ନ ବସି ଏକ ଅନ୍‌ଲାଇନ୍‌ କୋର୍ସ କରିବାର ନିଷ୍ପତ୍ତି ନେଇ ଏମ୍‌ସିଏ ପଢ଼ା ଆରମ୍ଭ କଲି। ବର୍ତ୍ତମାନ ପ୍ରଥମ ସେମିଷ୍ଟର୍‌ ଶେଷ ହୋଇ ସାରିଛି, ପଢ଼ା ସରିବା ବେଳକୁ କରୋନା ପରିସ୍ଥିତି ସୁଧୁରିଯାଇଥିବ ଏବଂ ସଫ୍ଟଓ୍ବେର୍‌ ଫିଲ୍ଡରେ ଭଲ ଜବ୍‌ଟିଏ ମିଳିବ ବୋଲି ଆଶା ରହିଛି।
– ଚନ୍ଦନ ମିର୍‌କାପ୍‌ (ଚନରପୁର, ଜଗତସିଂହପୁର)

ଉଦ୍ୟମ ଜାରିରଖିବା ଆବଶ୍ୟକ: ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ମଣିଷ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଉଦ୍ୟମ ଜାରି ରଖିବା ଆବଶ୍ୟକ। କରୋନାରେ ଅର୍ଥନୀତି ସହ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘଦିନ ଧରି ସ୍କୁଲ, କଲେଜ ସହ କୋଚିଂ ସେଣ୍ଟର ଭଳି ବିଭିନ୍ନ ଶିକ୍ଷାକେନ୍ଦ୍ର ବନ୍ଦ ଥିବାରୁ ବିଦ୍ୟାର୍ଥୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମୋର ଆଡ୍‌ମିନିଷ୍ଟ୍ରେଟିଭ୍‌ ସର୍ଭିସ୍‌ରେ ଯୋଗଦେବାକୁ ଇଚ୍ଛା ଥିବାରୁ ଏଥିପାଇଁ କୋଚିଂ ନେଉଥିଲି। ବର୍ତ୍ତମାନ କୋଚିଂ ସେଣ୍ଟର ବନ୍ଦ ଥିବାରୁ ଘରେ ରହି ଅନ୍‌ଲାଇନ୍‌ କ୍ଲାସ୍‌ କରୁଛି। ଯେକୌଣସି ସମୟରେ ଅନ୍‌ଲାଇନ୍‌ ଅବା ଅଫ୍‌ଲାଇନ୍‌ ପରୀକ୍ଷା ହେଲେ ଯେପରି ନିଜର ବେଷ୍ଟ ଦେଇପାରିବି ସେଥିପାଇଁ ପ୍ରସ୍ତୁତି ଚଳାଇଛି। ଦୃଢ଼ ମନ, ଏକାଗ୍ରତା ଓ ପରିଶ୍ରମ କଲେ ଲକ୍ଷ୍ୟ ହାସଲ କରିବା ସହଜ ବୋଲି ମୋର ବିଶ୍ୱାସ।

– ଜ୍ୟୋତିର୍ମୟୀ ପଣ୍ଡା(ପୁରୀ)


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri