Posted inଫୁରସତ

ବୃତ୍ତି ବିସମ୍ବାଦ

ଥରେ ଓଡ଼ିଶାରୁ ଦିଲ୍ଲୀ ଯିବା ବାଟରେ ପାଖ ସିଟ୍‌ରେ ବସିଥା’ନ୍ତି ପଞ୍ଜାବୀ ଭଦ୍ରଲୋକ। କଥାଛଳରେ ଜାଣିବାକୁ ପାଇଲି ସେ ଭୁବନେଶ୍ୱରରେ ମୋଟର ପାଟର୍‌ସ ବ୍ୟବସାୟ କରନ୍ତି। ପଞ୍ଜାବରେ ତାଙ୍କ ଗାଁରେ ଥିବା ବାକି ପରିବାର ପାଇଁ ଘର ତିଆରି କରୁଛନ୍ତି । ସେଥିପାଇଁ ଏବେ ପ୍ରାୟ ଦୁଇ ତିନିମାସରେ ଥରେ ପଞ୍ଜାବ ଯାଇ ସବୁ କାମ ଦେଖାରଖା କରିବାକୁ ପଡୁଛି ।
ମୋର ଉତ୍ସୁକତା ବଢ଼ିଲା । ପଚାରିଲି, ଗୋଟେ କଥା ପଚାରିବି ଯଦି କିଛି ମନେ ନ କରନ୍ତି । ସେ କହିଲେ, ପଚାରନ୍ତୁ । କହିଲି, ଆମେମାନେ ଅଧିକ ରୋଜଗାର ହେଉ କି ଶସ୍ତାରେ ଅଧିକ ଜିନିଷ କିଣିବାକୁ ବଡ଼ ସହରଗୁଡ଼ିକୁ ଯାଉ । ଆମର ଧାରଣା ବଡ଼ ସହରରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ରୋଜଗାର ଅଧିକ । ପଞ୍ଜାବକୁ ଓଡ଼ିଶାଠାରୁ ଅଧିକ ବିତ୍ତଶାଳୀ ରାଜ୍ୟ ବୋଲି ଆମମାନଙ୍କ ଧାରଣା ଅଛି । ଅଥଚ ପାଖରେ ଚଣ୍ଡୀଗଡ଼ କିମ୍ବା ଦିଲ୍ଲୀ ଭଳି ବଡ଼ ସହର ଥାଉ ଥାଉ ଆପଣ ଏତେଦୂର ଓଡିଶା କାହିଁକି ବ୍ୟବସାୟ ପାଇଁ ଆସିଲେ? ମୋ କଥା ଶୁଣି ଭଦ୍ରଲୋକ ହସିଲେ । କହିଲେ, ସବୁ କାରଣ ଜାଣିଲେ ଆପଣଙ୍କୁ ବାଧିବ । ତଥାପି ଆପଣ ଚାହୁଁଛନ୍ତି ଯଦି ସଂକ୍ଷେପରେ କହୁଛି, ଆଶା ଦେହକୁ ନେବେନି । ମୋ ବାପା ଆମକୁ କହିଥିଲେ ପ୍ରଥମରେ ଯେଉଁଠି ଲୋକ ଦିନରେ ଶୁଅନ୍ତି ଓ ଦ୍ୱିତୀୟରେ ଯେଉଁଠି ଲୋକମାନେ ଆଜନ୍ମ ଦୁଃଖୀ ଥାନ୍ତି ସେ ଜାଗାରେ ବ୍ୟବସାୟ କଲେ ଶୀଘ୍ର ସଫଳତା ପାଇବୁ । ଆଉ ଅଧିକ କିଛି କହିବିନି ଆପଣ ବୁଝିଯାଆନ୍ତୁ । ମୁଁ କହିଲି, ହଁ ପ୍ରଥମଟି ବୁଝିପାରିଲି ହେଲେ ଆମେ ସବୁ ଆଜନ୍ମ ଦୁଃଖୀ ବୋଲି ଆପଣ କେମିତି ଭାବିଲେ? ଭଦ୍ରଲୋକ କଥା ବୁଲେଇ ‘ମୁଁ କ’ଣ କରୁଛି’, ‘ଆଉ ସବୁ କେମିତି ଚାଲିଛି’ ବୋଲି ପ୍ରଶ୍ନ ପଚାରି ମୋର ଅସଲ ଜିଜ୍ଞାସାକୁ ଆଡେଇ ଯାଉଥାନ୍ତି। କିଛି ସମୟର ଭଲ ମନ୍ଦ ବୁଝିବା ପରେ ମୁଁ ସୁଯୋଗ ଦେଖି ପୁଣିଥରେ ମୋ’ ପ୍ରଶ୍ନ ଦୋହରାଇଲି । ଏଥର ମୋ ମୁହଁକୁ ଚାହିଁ କହିଲେ, ସତରେ କ’ଣ ଆପଣ ଏ ପର୍ଯ୍ୟନ୍ତ ବୁଝିପାରିଲେ ନାହିଁ ? ମୁଁ ଅତି ନିରୀହ ଭାବେ କହିଲି, ନା ବୁଝିପାରୁନି । ହଉ ତେବେ ଶୁଣନ୍ତୁ । ଏଇ ଆପଣଙ୍କୁ ପଚାରୁଥିଲି କେମିତି ଅଛନ୍ତି, କ’ଣ କରନ୍ତି, ବ୍ୟବସାୟ କେମିତି ଚାଲିଛି ଇତ୍ୟାଦି । ଆପଣ କହିଲେ ହଁ ଭଲ । ବ୍ୟବସାୟ ଠିକ୍‌ଠାକ୍‌ । ଦୁଃଖ କରୁଥିଲେ, ଆଗ ଭଳି ଆଉ ଲାଭ ନାହିଁ ଏବେ କମ୍ପିଟେଶନ ଅଧିକ । ବାସ୍‌ ଚାଲିଛି ଇତ୍ୟାଦି । ମୁଁ କହିଲି , ହଁ ଠିକ୍‌ ତ । ଏଥିରେ ପୁଣି ବୁଝିବାରେ ଅସୁବିଧା କ’ଣ ! ସୌଜନ୍ୟରେ ଏମିତି ସବୁ କୁହାଯାଏ । ଏଥର ଭଦ୍ରବ୍ୟକ୍ତି ଜଣଙ୍କ ହସିଲେ । କହିଲେ ଏହା ସୌଜନ୍ୟ ନୁହେଁ, ମାନସିକତା । ମୁଁ ଏଠି ରହିବାର ଅନେକ ବର୍ଷ ହୋଇଗଲାଣି କିନ୍ତୁ କ୍ୱଚିତ ଏପରି କାହା ସହ ଭେଟ ହୋଇଛି, ଯାହାକୁ କିପରି ଅଛନ୍ତି ପଚାରିଲେ ଉତ୍ତର ମିଳିବ ଫାଷ୍ଟ କ୍ଲାସ୍‌ । ବହୁତ ଖୁସିରେ । ଗତକାଲି ଅପେକ୍ଷା ଆଜି ଅଧିକ ଖୁସିରେ ଅଛି । ବରଂ ହଁ, ଭାଇ ସେମିତି ସୁଖେ ଦୁଃଖେ ଚାଲିଛି ନଚେତ କୁନ୍ଥେଇକି କହିବେ ଭଲ ଅଛି ବା ଗାଡ଼ି ଧକେଇ ଧକେଇ ଚାଲିଛି। ଯଦି ସାମ୍ନାବାଲାଠାରୁ ଆପଣଙ୍କୁ କୌଣସି ଅର୍ଥ ହାନିର ସମ୍ଭାବନା ନାହିଁ କି ଈର୍ଷାନ୍ବିତ ହେବାର ନାହିଁ ତେବେ ଆନନ୍ଦରେ ଅଛି ବୋଲି କହିବାରେ କିଛି ଅସୁବିଧା ଅଛି କି? ଏବେ କୁହନ୍ତୁ, ଏହାକୁ ଆପଣ ଔପଚାରିକତା କହିବେ ନା ମାନସିକତା ? ଯଦି କହିଲିଣି ତେବେ କହିଦେଉଛି ଦିନରେ ଶୋଇବା ଅଭ୍ୟାସ ଯେତେ ଓଡ଼ିଶାରେ ଦେଖିଛି ସେତେ ଅନ୍ୟ କୌଣସି ବିକଶିତ ରାଜ୍ୟରେ ଦେଖିନି । ସେଥିପାଇଁ ମୁଁ ଏଇଠି ବ୍ୟବସାୟ କରୁଛି । ବିଶ୍ୱାସ କରନ୍ତୁ ପଞ୍ଜାବରେ ଥିବା ଅନ୍ୟ ଦୁଇ ଭାଇଙ୍କଠାରୁ ମୁଁ ଅଧିକ ରୋଜଗାର କରୁଛି । ଓଡ଼ିଶାରେ ମୋ ପରିବାର ବେଶ୍‌ ଆନନ୍ଦରେ ଅଛନ୍ତି । ମୋ ପିଲାମାନେ ଦାମୀ ସ୍କୁଲରେ ପଢୁଛନ୍ତି । ପତ୍ନୀ ଏଠି ଘର ପାଖରେ ଏକ ବ୍ୟବସାୟ ସଂସ୍ଥା ଖୋଲି ନିଜ ଖର୍ଚ୍ଚ ସହ ଘର ଖର୍ଚ୍ଚରେ ସାହାଯ୍ୟ କରୁଛନ୍ତି । ଗାଁରେ ଘର ତୋଳୁଛି । ମୁଁ ଏଠି ଯେଉଁ ବଜାରରେ ଦୋକାନ କରିଛି ସେଠାରେ ଖରାବେଳେ ଷାଠିଏ ଭାଗ ଦୋକାନ ବନ୍ଦ । ଦିନରେ ତିନିଘଣ୍ଟା ଦୋକାନ ବନ୍ଦ କରି ରାତି ଦଶଟା ଯାଏଁ ଦୋକାନ ଖୋଲିବା ଏଠି ଦେଖୁଛି । ପରିବାର ସହ ସମୟ କାଟିବାର ମହତ୍ତ୍ୱ ପ୍ରାୟ ମୋ ବ୍ୟବସାୟୀ ବନ୍ଧୁମାନେ ଜାଣନ୍ତି ନାହିଁ ।

ଏତେ ସମୟ ଧରି ତାଙ୍କ କଥା ଧୈର୍ଯ୍ୟର ସହ ଶୁଣିଲାପରେ ମୁଁ କହିଲି ସୌଜନ୍ୟ ଦୃଷ୍ଟିରୁ ପଚରା ଯାଉଥିବା ଆପଣ କେମିତି ଅଛନ୍ତିର ଉତ୍ତରରେ ଅନ୍ୟ ଜଣେ ସୌଜନ୍ୟ ଦେଖେଇ ଉତ୍ତର ଦିଏ ଠିକ୍‌ ଅଛି । ଥରେ ଭାବନ୍ତୁ ଯଦି ଆପଣ କାହାକୁ ପଚାରିବେ କେମିତି ଅଛନ୍ତି ଓ ତାହାର ଉତ୍ତରରେ ଜଣେ ନିଜର ଦୁଃଖ ଓ ଅସୁବିଧା କଥା ଆପଣଙ୍କୁ ଶୁଣେଇବ, ତେବେ ଅନ୍ୟ କାହାକୁ କିପରି ଅଛନ୍ତି ପଚାରିବା ପୂର୍ବରୁ ଦୁଇଥର ଚିନ୍ତା କରିବେ । ଆଜିର ତାରିଖରେ କେହିବି ଠିକ୍‌ ନାହାନ୍ତି । ଏହା ପଚାରିବା ଲୋକ ଜାଣିଛି ଓ ଉତ୍ତର ଦେବା ଲୋକ ଜାଣିଛି । କେବଳ ସୌଜନ୍ୟ ଦୃଷ୍ଟିରୁ ଭଲରେ ଅଛି କୁହାଯାଉଛି । କାରଣ ଅନ୍ୟର ଦୁଃଖ କଥା ଶୁଣିବାକୁ ଆଜି କାହା ପାଖରେ ଧୈର୍ଯ୍ୟ ଅଛି ନା ସମୟ । ହୁଏତ ଏମିତି ହୋଇପାରେ ଆମେ ଅନ୍ୟର ଦୁଃଖ ଶୁଣିବାକୁ ଭଲପାଉନା । ବରଂ ନିଜର ପ୍ରାୟୋଜିତ, କଳ୍ପିତ ଦୁଃଖକୁ ସାମ୍ନା ଲୋକଟିକୁ ଶୁଣେଇ ଆମେ ନିଜକୁ ବିଚରା କହିବାରେ ଆତ୍ମପ୍ରସାଦ ଲାଭ କରିଥାଉ।

ଆମର ଏଠାକାର ବାପା ପିଲାଙ୍କୁ କୁହନ୍ତି ଭଲ ପଢ଼, ବେଶି ପଢ଼ିଲେ ଅଧିକ ଜ୍ଞାନ ହେବ । ଅଧିକ ଜ୍ଞାନୀ ହେଲେ ବଡ଼ ଚାକିରି କରିବୁ । ଏହା କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତର ପ୍ରମୁଖ ତିନି ରାଜ୍ୟର ଏଇ ଅବସ୍ଥା ।
ଏଠି ବାହାର ରାଜ୍ୟରୁ ଆସି କାରଖାନା କରିବେ। ଏଠାକାର ଜ୍ଞାନୀ ପିଲାମାନେ ତାଙ୍କ ପାଖରେ ଚାକିରି କରି କୃତ୍ୟ କୃତ୍ୟ । ଛାଡ଼ନ୍ତୁ ଅଧିକ କହି ଆପଣଙ୍କୁ ନୂ୍ୟନ ଦେଖେଇବାର ଅଭିପ୍ରାୟ ମୋର ନାହିଁ । ଆପଣ ଜାଣିବା ପାଇଁ ବାଧ୍ୟ କଲେ ବୋଲି ଏତକ କହିଲି । ମୁଁ ତାଙ୍କଠାରୁ ମୁହଁ ଫେରେଇ ଭାବିବାକୁ ଲାଗିଲି। ସତେତ ଅତି ସାଧାରଣ ଦୃଶ୍ୟ ମନେହେଉଥିବା ଆମ ଆଚରଣ ଆମ ସଫଳତାକୁ କିପରି ପ୍ରଭାବିତ କରୁଛି । ମୁଁ ନିଜେ ଜଣେ ବ୍ୟବସାୟୀ ଭାବେ ଏ ସବୁ କଥାକୁ ବେଶ୍‌ ହୃଦୟଙ୍ଗମ କରୁଛି।

ପହଞ୍ଚିବାରେ ଏବେ ଆହୁରି ଅନେକ ସମୟ ବାକି ଅଛି । ସିଟ୍‌ର ପିଠି ଆଉଜାକୁ ପଛକୁ ନେଇ ଆରାମରେ ନିଜକୁ ଲମ୍ବେଇଇଦେଲି । ଆଖି ବନ୍ଦକରି ସଦ୍ୟ ଭଦ୍ରବ୍ୟକ୍ତିଙ୍କଠାରୁ ଶୁଣିଥିବା କଟୁ ସତ୍ୟକୁ ଆହୁରି ଥରେ ଭାବିବାକୁ ଲାଗିଲି । ଆମ ଜୀବନଶୈଳୀ ଓ ବ୍ୟବହାରିକ ମାନସିକତାକୁ କେତେ ନିଖୁଣ ଭାବେ ଅନୁଧ୍ୟାନ କରିଛନ୍ତି ସତରେ । ବୋଧେ ସେଇଥିପାଇଁ ପଞ୍ଜାବରେ ଥିବା ତାଙ୍କ ଅନ୍ୟ ଦୁଇ ଭାଇଙ୍କଠାରୁ ସେ ଅଧିକ ସଫଳ । ଆମ ଚାକିରି ମାନସିକତା ଏବେକାର ନୁହେଁ, ଚଉଦ ପୁରୁଷ ଧରି ଏ ମାନସିକତା ଆମ ଭିତରେ ବିକଶିତ ହେଇଛି। ମୋଗଲଙ୍କ ଭଳି ବାହାର ନୃଶଂସ ଲୁଟେରା ଶତ୍ରୁମାନେ ଉତ୍ତର ପଶ୍ଚିମ ଦିଗରୁ ଭାରତ ପ୍ରବେଶ କଲାବେଳେ ସେଠାରେ ପ୍ରବଳ ବିରୋଧର ସାମ୍ନା କଲେ । ପୁରୁଷ ପୁରୁଷ ଧରି ଏପରି ବାହ୍ୟ ଅନୁପ୍ରବେଶକାରୀଙ୍କ ଆକ୍ରମଣ ଯୋଗୁ ଲୋକମାନେ କ୍ରମେ ଲଢୁଆ ଓ ନିଜକୁ ଶକ୍ତ କରିବାରେ ଅଧିକ ଧ୍ୟାନ ଦେଲେ । ପର୍ତ୍ତୁଗୀଜ୍‌, ଫ୍ରେଞ୍ଚ୍‌, ପାର୍ସୀଙ୍କ ଭଳି ବ୍ୟବସାୟୀମାନେ ଭାରତ ପ୍ରବେଶ କଲାପରେ ନିଜ ବିପଣିର ବିକ୍ରୟ ପାଇଁ ନୂଆ ନୂଆ ବଜାର ବସେଇଲେ । ବଜାରକୁ ବଢ଼େଇବା ପାଇଁ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ସହ ମିଶି ସେଠାରେ ବ୍ୟବସାୟ କରିବାକୁ ଉତ୍ସାହିତ କଲେ । ତେଣୁ ପୁରୁଷାନୁକ୍ରମେ ସେଠାରେ ବାଣିଜି୍ୟକ ମାନସିକତା ଲୋକଙ୍କ ଭିତରେ ବୃଦ୍ଧି ପାଇଲା। ସେପଟେ ଫ୍ରେଞ୍ଚ୍‌ମାନେ ଦକ୍ଷିଣ ପୂର୍ବ ଦିଗରେ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରଯୁକ୍ତି ଓ ବିଜ୍ଞାନ ବିଦ୍ୟାରେ ଶିକ୍ଷିତ କରି ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ବାହାରକୁ ରପ୍ତାନି କଲେ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ବିସ୍ତାରବାଦୀ ମୁନାଫାଖୋର ବ୍ୟବସାୟୀ ପୂର୍ବ ଭାରତ ପଟେ ଭାରତକୁ ପ୍ରବେଶ କଲେ। ନିଜର ବ୍ୟବସାୟ କାମରେ ସାହାଯ୍ୟ ଓ ସ୍ଥାନୀୟ ଲୋକଙ୍କ ଶ୍ରଦ୍ଧାଭାଜନ ପାଇଁ ଅଧିକରୁ ଅଧିକ ଚାକିରି ନିଯୁକ୍ତି ସୃଷ୍ଟି କଲେ। ମାଲିକ ହୋଇ ବ୍ୟବସାୟ କରିବା ଅପେକ୍ଷା ଚାକିରି କରିବାରେ ଅଧିକ ତୃପ୍ତି ଓ ଶାନ୍ତି ବୋଲି ବୁଝେଇବାରେ ସଫଳ ହେଲେ। ସହଜ ରୋଜଗାର ଓ ମାଲିକ ହୋଇ ଅଧିକ ଝମେଲା ନେବା ଅପେକ୍ଷା ଚାକିରି ଅଧିକ ଆରାମଦାୟକ ବୋଲି ସ୍ଥାନୀୟ ଲୋକଙ୍କୁ ବୁଝେଇଦେଲେ । କାଳକ୍ରମେ ପୂର୍ବ ଭାରତର ପ୍ରମୁଖ ରାଜ୍ୟ ଯଥା ଓଡ଼ିଶା, ବେଙ୍ଗଲ ଓ ଆସାମରେ ଚାକିରି ମାନସିକତା ବୃଦ୍ଧି ପାଇଲା । ପାଠ ପଢି ଆମେ ଚାକିରି କରିବୁ ଭଳି ମାନସିକତା ଆଜି ବି ଦେଖିବାକୁ ମିଳେ । ଆଜିବି ଏସବୁ ରାଜ୍ୟରେ ପ୍ରମୁଖ ଶିଳ୍ପ ବାହାର ରାଜ୍ୟରୁ ଆସିଥିବା ବିସ୍ତାରବାଦୀ ମୁନାଫାଖୋରଙ୍କ ଦ୍ୱାରା ସ୍ଥାପିତ । ଏସବୁ ରାଜ୍ୟର ଅଧିକ ପାଠ ପଢିଥିବା ବିଦ୍ୱାନ୍‌ମାନେ ସେଠାରେ ଚାକିରି ପାଇ ନିଜକୁ ଧନ୍ୟ ଭାବନ୍ତି।

-ବନମାଳୀ ଭବନ, ଖାନ୍‌ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri