ବିବାହ ପରେ କ୍ୟାରିୟର

ବିବାହ ପରେ ନାରୀ ଜୀବନରେ ଆସିଥାଏ ଅନେକ କିଛି
ପରିବର୍ତ୍ତନ। ପରିବର୍ତ୍ତିତ ସମୟ ସହ କେତେଜଣ ସାଲିସ କରି ନିଅନ୍ତି ତ ଆଉ କେତେଜଣ ନିଜେ ଗଢିଥିବା କ୍ୟାରିୟରକୁ ବାଛନ୍ତି। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ଜୀବନସାଥୀଙ୍କ ପ୍ରେରଣାରେ ନୂଆ କରି ଆରମ୍ଭ କରନ୍ତି କ୍ୟାରିୟର…

 

ଗୋଟିଏ ପଟେ ଶୈଶବରୁ ଯୌବନ ମଧ୍ୟରେ ଭବିଷ୍ୟତର ଯୋଜନା ତ ଅନ୍ୟ ପଟେ ଭାଗ୍ୟକୁ ଅପେକ୍ଷା। ଅର୍ଥାତ ବିବାହର ପୂର୍ବ ପର ଦୁଇ ଅବସ୍ଥାରେ ବହୁତ କିଛି ପରିବର୍ତ୍ତନ ଆସେ ନାରୀ ଜୀବନରେ। ହେଲେ ଆଧୁନିକ ନାରୀ ଆଜି ବିବାହ ଆଗରୁ ପ୍ରଥମେ ନିଜ ଗୋଡରେ ଛିଡା ହେବାକୁ ପସନ୍ଦ କରୁଛି। କିନ୍ତୁ ଏମିତି ବି କେତେଜଣ ଅଛନ୍ତି ଯେଉଁମାନେ ପରିବର୍ତ୍ତନକୁ ସ୍ବୀକାର କରି ତା’ପରେ ଆରମ୍ଭ କରନ୍ତି କ୍ୟାରିୟର।
ବିଚିତ୍ର ଲକ୍ଷ୍ୟ ନେଇ ଜୀବନ ଆରମ୍ଭ କରେ ନାରୀଟିଏ। ପ୍ରଥମେ ସମସ୍ତଙ୍କ ଭଳି ଧୂଳିଖେଳରୁ ଆରମ୍ଭ କରି ପାଠ ପଢି ନିଜକୁ ଯୋଗ୍ୟ କରି ଗଢି ତୋଳିବାକୁ ଭରପୂର ପ୍ରୟାସ କରେ। ଆଉ ପରିବାରର ସହଯୋଗରେ ସେ ଢେର୍‌ ବାଟ ଆଗେଇ ଯାଏ। କିନ୍ତୁ ଝିଅଟିଏ ଯେ ଦିନେ ବିବାହ କରି ଅନ୍ୟ ଏକ ପରିବାରର ସଦସ୍ୟ ହେବ ଏକଥାକୁ ବାରମ୍ବାର ତାକୁ ମନେ ପକେଇବାକୁ ହୁଏ। ଯୌବନ ଅବସ୍ଥା ଆସିଲେ କ୍ୟାରିୟର ଗଢା ହୋଇଥାଉ କି ନାହିଁ ବିବାହ ଖୋଜା ଆରମ୍ଭ ହୁଏ।
କ୍ୟାରିୟର ପ୍ରାଥମିକତା:ଆଜିକାଲିର ଉଚ୍ଚଶିକ୍ଷିତା ଝିଅମାନେ ପ୍ରଥମେ ଚାକିରି କରି ନିଜ ଗୋଡରେ ନିଜେ ଛିଡା ହେବା ପାଇଁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଚାକିରି ଲକ୍ଷ୍ୟରେ ହିଁ ବିଭିନ୍ନ ପ୍ରକାରର ପାଠ ପଢୁଛନ୍ତି। ବିବାହ ହେଉ କି ନ ହେଉ କିନ୍ତୁ କ୍ୟାରିୟର କରି ଚାକିରି କରିବା ସବୁ ଝିଅଙ୍କ ପ୍ରାଥମିକତା ହେଉଛି। ଅବଶ୍ୟ କେତେଜଣ ବିଭିନ୍ନ କାରଣରୁ ବିବାହ ପୂର୍ବରୁ ଚାକିରି କରି ପାରି ନ ଥାନ୍ତି କିନ୍ତୁ ଚାକିରି କରିବା ନିମନ୍ତେ ଯୋଗ୍ୟତା ନିଶ୍ଚୟ ହାସଲ କରିଥାନ୍ତି।
ସବୁବେଳେ ସମ୍ମତି ମିଳେନି: ଝିଅମାନେ ଏବେ ସବୁକ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇ ପାରୁଛନ୍ତି। ତେଣୁ କେତେଜଣ ଏମିତି କିଛି କ୍ୟାରିୟର ବାଛୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ ଘର ଛାଡି ଦୂରକୁ ଯିବାକୁ ପଡୁଛି। ତେଣୁ ଅନେକ ସମୟରେ ପରିବାର ଲୋକେ ଝିଅମାନଙ୍କୁ ଘର ଠାରୁ ଦୂରକୁ ଛାଡିବା ପାଇଁ ରାଜି ହୁଅନ୍ତି ନାହିଁ। ସେହି କାରଣରୁ କିଛି ଯୁବତୀ ବିବାହ ପୂର୍ବରୁ ଚାକିରି ବି କରି ପାରି ନ ଥାନ୍ତି।
ଊଣା ହୁଏ ସମ୍ମାନ:ବେଳେବେଳେ ଝିଅକୁ ପାଠ ପଢାଇ ସମ୍ପୂର୍ଣ୍ଣ ଯୋଗ୍ୟ କରିବାକୁ ସବୁ ପ୍ରକାରର ସହଯୋଗ କରିଥାନ୍ତି ପରିବାର ଲୋକେ। କିନ୍ତୁ ଚାକିରି କରିବା ସମୟ ଆସିଲେ ସେମାନେ ପ୍ରତିବନ୍ଧକ ସାଜିଥାନ୍ତି। ଝିଅମାନେ ଚାକିରି କରି ରୋଜଗାର କରିବାକୁ ଅନେକେ ସମ୍ମାନରେ ଆଞ୍ଚ ଆସିବା ଭଳି ମନେ କରିଥାନ୍ତି। ଏହି କାରଣରୁ ବି ବିବାହ ପୂର୍ବରୁ ଚାକିରି କରିବାର ସୁଯୋଗ ପାଆନ୍ତି ନାହିଁ କିଛି ଯୁବତୀ।
ଶାଶୁଘର କେଉଁଠି:ବିବାହ ପରେ ଝିଅ ଶାଶୁଘର କେଉଁଠି ହେବ ସେକଥା ଅନେକଙ୍କୁ ଜଣା ନ ଥାଏ। ତେଣୁ ବିବାହ ପରେ ଅନେକ ସମୟରେ ଝିଅମାନଙ୍କୁ ଚାକିରି ଛାଡିବାକୁ ପଡିଥାଏ। କିନ୍ତୁ ବେଳେବେଳେ ଭଲ ଚାକିରି ଛାଡି ହୁଏନି କି ଭଲ ବିବାହ ପ୍ରସ୍ତାବକୁ ବି ଛାଡିହୁଏନି। ତେଣୁ ଏଭଳି ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ କେତେକ ପରିବାରରେ ଝିଅମାନଙ୍କୁ ବିବାହ ପୂର୍ବରୁ ଚାକିରି କରିବା ପାଇଁ ପ୍ରାୟତଃ ମନା କରିଥାନ୍ତି।

 

ଏମାନେ କ’ଣ କହନ୍ତି

ଘରେ ମନା କରିଥିଲେ
ଇକୋନୋମିକ୍ସରେ ପିଜି ସରିବା ପରେ ମତେ ଚାକିରି କରିବାର ବହୁତ ସୁଯୋଗ ମିଳିଥିଲା। କିନ୍ତୁ ସେତେବେଳେ ବିବାହ ହୋଇ ନ ଥିବାରୁ ଘରେ ଚାକିରି କରିବାକୁ ମନା କରିଥିଲେ। ଆଉ ବାପାଙ୍କ କଥା ଅନୁସାରେ ସେତେବେଳେ ମୁଁ ଏମ୍‌. ଫିଲ୍‌ କରିବା ପରେ ବି ଚାକିରି କରି ନ ଥିଲି। କିନ୍ତୁ ବିବାହ ପରେ ଚାକିରି କରିବା ପାଇଁ ମୋ ସ୍ବାମୀ ହିଁ ମତେ ପ୍ରଥମେ ପ୍ରେରଣା ଦେଇଥିଲେ। ତା’ପରେ ସେ ମତେ ଭୁବନେଶ୍ୱରରେ ପିଏଚ.ଡି କରିବାର ସୁଯୋଗ ଦେବା ସହିତ ବିଭିନ୍ନ ଇଣ୍ଟରଭ୍ୟୁ ଦେବା ପାଇଁ ସହଯୋଗ କରିଥିଲେ। ତାଙ୍କ ସମର୍ଥନ ଆଉ ସହଯୋଗରେ ଏବେ ମୁଁ ପିଏଚ୍‌.ଡି ଶେଷ କରିବା ସହ ଅଧ୍ୟାପିକା ହୋଇପାରିଛି।
-ଡକ୍ଟର ଦୀପ୍ତିରେଖା ନାୟକ
ସହକାରୀ ଅଧ୍ୟାପିକା, ବିପିୟୁଟି ଅଧୀନସ୍ଥ ଏନ୍‌ଏମ୍‌ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର

କ୍ୟାରିୟର ଗଢ଼ିପାରିଛି
ଚାକିରି କରିବା ଉଦ୍ଦେଶ୍ୟରେ ମତେ ଘରେ ପାଠ ପଢ଼ିବା ପାଇଁ ସବୁ ପ୍ରକାରର ସୁଯୋଗ ଦେଇଥିଲେ। କିନ୍ତୁ ଶାଶୁଘର ଲୋକେ ଅନୁମତି ଦେଲେ ଚାକିରି କରିବୁ କହି ବିବାହ ଆଗରୁ ଚାକିରି କରିବାକୁ ଦେଇ ନ ଥିଲେ। ଅବଶ୍ୟ ମୋର ଭାଗ୍ୟ ବହୁତ ଭଲ ଯେ ଶାଶୁ ଘରେ ମତେ ଚାକିରି କରିବାକୁ କେହି ବି ବାରଣ କରି ନ ଥିଲେ। ସ୍ବାମୀ ତଥା ଶାଶୁ ଶ୍ୱଶୁରଙ୍କ ସମର୍ଥନରେ ମୁଁ ଏବେ ମୋ କ୍ୟାରିୟର ଗଢ଼ିବାର ସ୍ବପ୍ନ ପୂରଣ କରିପାରିଛି।
-ସାଇପଦ୍ମା ପରିଜା, ଅଧ୍ୟାପିକା, କୋରୁଆ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା

ସମସ୍ତଙ୍କର ସହଯୋଗ ମିଳିଲା
ପାଠ ପଢା ସରିବା ପରେ ପରେ ମୋର ବିବାହ ହୋଇ ଯାଇଥିଲା। ତେଣୁ ଚାକିରି କରିବାର ସୁଯୋଗ ପାଇ ପାରି ନ ଥିଲି। କିନ୍ତୁ ବିବାହ ପରେ ମତେ ଶାଶୁଘରର ସମସ୍ତେ ଚାକିରି କରିବା ପାଇଁ ଉତ୍ସାହିତ କରିଥିଲେ। ମୋର ଶିକ୍ଷାଗତ ଯୋଗ୍ୟତା ଥିବାରୁ ମୋ ସ୍ବାମୀ ମତେ ଚାକିରି କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ସେଥିପାଇଁ ମୁଁ ଆଜି ଆତ୍ମନିର୍ଭରଶୀଳ ହେବା ସହିତ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି।
-ରାଜଶ୍ରୀ ଧଳ,ସେଲ୍‌ସ କନ୍‌ସଲଟାଣ୍ଟ, ଟାଟା ମୋଟର୍ସ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri