ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ ପୃଥିବୀରେ ଜନ୍ମ ନିଅନ୍ତି ୧୩.୪ ନିୟୁତ ଶିଶୁ (ପ୍ରାୟ ପ୍ରତି ୧୦ ଜଣରେ ଜଣେ)। ଭାରତରେ ଏମାନଙ୍କ ସଂଖ୍ୟା ସର୍ବାଧିକ, ପ୍ରାୟ ୩.୦୨ ନିୟୁତ। ସମଗ୍ର ପୃଥିବୀର ମାତ୍ର ୮ଟି ଦେଶରେ ଏହା ୫୦ ଶତାଂଶ ବୋଲି ୨୦୨୩ରେ ସୂଚନା ଦେଇଥିଲା ପ୍ରଖ୍ୟାତ ସ୍ବାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନସେଟ୍‌’। ଭାରତକୁ ବାଦ୍‌ ଦେଲେ କ୍ରମ ଅନୁସାରେ ସେଗୁଡ଼ିକ ହେଲେ ପାକିସ୍ତାନ, ଚାଇନା, ଇଥିଓପିଆ, ଶ୍ରୀଲଙ୍କା, ବାଂଲାଦେଶ, କଙ୍ଗୋ ଏବଂ ଆମେରିକା।
ଏପରି ଶିଶୁମାନେ ସାଧାରଣତଃ ଜନ୍ମକାଳରୁ କମ୍‌ ଓଜନବିଶିଷ୍ଟ (୨.୫ କିଲୋଗ୍ରାମରୁ କମ୍‌) ହୋଇଥାନ୍ତି। ସେମାନଙ୍କଠାରେ ରୋଗ ପ୍ରତିରୋଧ ଶକ୍ତି କମ୍‌ ହୋଇଥାଏ। ତାଙ୍କ ଶରୀରର ବୃଦ୍ଧି ମନ୍ଥର ଗତିରେ ହୁଏ ଏବଂ ତାଙ୍କଠାରେ ଦେଖାଯାଏ ପୁଷ୍ଟିହୀନତା ସମେତ ବିବିଧ ଜଟିଳ ଶାରୀରିକ ତଥା ମାନସିକ ଅକ୍ଷମତା। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ସୂଚନା ମୁତାବକ ବୟସ ୫ବର୍ଷ ହେବା ଆଗରୁ ମୃତ୍ୟୁବରଣ କରୁଥିବା ୫ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଏହି ଶ୍ରେଣୀୟ। ଅନ୍ୟପକ୍ଷରେ, ୧ବର୍ଷ ବୟସ ହେବା ପୂର୍ବରୁ ଏମାନଙ୍କ ମଧ୍ୟରୁ ୧୪.୮ ଶତାଂଶଙ୍କର ମୃତ୍ୟୁ ଘଟିଥାଏ। ଅତଏବ ସେମାନଙ୍କୁ ଦୀର୍ଘ ଜୀବନ ଏବଂ ସୁସ୍ବାସ୍ଥ୍ୟ ପ୍ରଦାନ ବିଶ୍ୱ ସମ୍ମୁଖରେ ଏକ ଆହ୍ବାନ ରୂପେ ଉଭାହୋଇଛି। ଏ ସମସ୍ୟାର ସମାଧାନ ପାଇଁ ଏବେ ଉଦ୍ୟମ ଜାରିରହିଛି। ଫଳରେ କ୍ରମେ ବାହାରୁଛି ଏହାର ନାନାଦି ସୂତ୍ର। ତନ୍ମଧ୍ୟରୁ ସଦ୍ୟଜାତ, ବିଶେଷକରି ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମଲାଭ କରୁଥିବା ଶିଶୁଙ୍କୁ କଙ୍ଗାରୁ ମା’ର ଯନତ୍ ବା କଙ୍ଗାରୁ ଯନତ୍ ଯୋଗାଇବାକୁ ଏକ ସଫଳ ପ୍ରୟାସ ରୂପେ ଆବିଷ୍କାର କରିଛନ୍ତି କଲମ୍ବିଆସ୍ଥିତ ବାଗୋଟାର ଚିକିତ୍ସାବିଜ୍ଞାନୀ ଏଜର୍‌ ରେ ଏବଂ ହେକ୍ଟର ମାର୍ଟିନେଜ୍‌।
ସେଠାରେ ୧୯୭୦ ଦଶକର ଶେଷଭାଗକୁ ଅକାଳଜାତ ବା ପ୍ରିଟର୍ମ ବୋଲି କୁହାଯାଉଥିବା ଏ ପ୍ରକାର ଶିଶୁମାନଙ୍କ ମୃତ୍ୟୁସଂଖ୍ୟା ଖୁବ୍‌ ଅଧିକ ଥିଲା। ଏ ସମସ୍ୟାର ସମାଧାନ ଖୋଜୁଥିଲା ବେଳେ ଥରେ ସେମାନେ ଜଣେ ଗ୍ରାମୀଣ ସେବିକାଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଏହାର ସୂଚନା ପାଇଥିଲେ। ସେ ତାଙ୍କୁ ବୁଝାଇ ଦେଲେ ଯେ କିପରି ନବଜାତ ଶିଶୁଙ୍କୁ ମା’ମାନେ ଖୋଲା ଛାତିରେ ଜଡ଼ାଇ ଧରିବା ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ଶାରୀରିକ ଅଭିବୃଦ୍ଧି ଉପରେ ସୁଫଳ ପଡୁଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମଲାଭ କରୁଥିବା ଅକାଳଜାତମାନେ ଏହାଦ୍ୱାରା ବିଶେଷଭାବେ ଉପକୃତ ହେଉଛନ୍ତି।
ଏଜର୍‌ ରେ ଏବଂ ମାର୍ଟିନେଜ ତାଙ୍କ ଡାକ୍ତରଖାନାରେ ଏହା ଉପରେ ପରୀକ୍ଷା ଚଳାଇଲେ। ସେମାନେ ଏହାର ନାମ ଦେଲେ କଙ୍ଗାରୁ ମାଆର ଯନତ୍ ବା କଙ୍ଗାରୁ ଯନତ୍। କାରଣ ଏ ଜୀବଟି ତା’ର ନବଜାତ ଶିଶୁକୁ ନିଜ ମୁଣା ଭିତରେ ଏହିଭଳି ବହୁ ମାସ ଧରି ଜଡ଼ାଇ ରଖିଥାଏ। ସେ ନିଜେ ନିଜର ଖାଦ୍ୟ ଅନ୍ବେଷଣ କରିବାକୁ ସମର୍ଥ ହେଲା ପର୍ଯ୍ୟନ୍ତ ବାଗୋଟାର ଏହି ଚିକିତ୍ସା ବିଜ୍ଞାନମାନେ ମା’ ତାଙ୍କ ଖୋଲା ଛାତିରେ ଅକାଳଜାତ ଶିଶୁଙ୍କୁ ଦିନକୁ ୮/୧୦ ଘଣ୍ଟା ଧରି ରଖିବା ଫଳରେ ପ୍ରଥମବର୍ଷରେ ସେମାନଙ୍କ ମୃତ୍ୟୁ ହାର ୭୦ ପ୍ରତିଶତ ହ୍ରାସ ପାଇବାର ଦେଖିବାକୁ ପାଇଲେ।
ଇତି ମଧ୍ୟରେ ଆମେରିକାର ଗବେଷକମାନେ ଚର୍ମ ସହିତ ଚର୍ମର ସ୍ପର୍ଶ ନବଜାତ ଶିଶୁ ଏବଂ ମା’ଙ୍କୁ କିପରି ସାହାଯ୍ୟ କରେ ତାହା ଉପରେ ଅନ୍ବେଷଣ ଚଳାଇଥିଲେ। ସେମାନେ ଆବିଷ୍କାର କଲେ ଯେ, ଜନ୍ମ ହେବା ପରେ ପରେ ଏପରି କରିବା ସେମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ। ପରବର୍ତ୍ତୀ ଦଶକଗୁଡ଼ିକରେ ଗବେଷକମାନେ ଏହି ତଥାକଥିତ ‘କଙ୍ଗାରୁ ଯତ୍ନ’ର ଉପକାରମାନ ଉନ୍ମୁକ୍ତ କରିବାକୁ ଲାଗିଲେ। ଅତଏବ ସେମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଶିଶୁ ଏବଂ ମାତାଙ୍କର (ସ୍ଥଳବିଶେଷରେ ପିତାଙ୍କର ମଧ୍ୟ) ଚର୍ମ ସହିତ ଚର୍ମ ସ୍ପର୍ଶ ନବଜାତକକୁ ସୁନିଦ୍ରା ପ୍ରଦାନ କରିବା ସହିତ ତା’ର ଶ୍ୱାସକ୍ରିୟାକୁ ନିୟମିତ କରେ। ସେ ଅଧିକ ସକ୍ରିୟ ଏବଂ ସତେଜ ରହେ। ବର୍ତ୍ତମାନ ଗବେଷକମାନେ ଭିନ୍ନ ଭିନ୍ନ ପରିବେଶରେ ଏବଂ ଉନ୍ନତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକରି ଏହା କରୁଛନ୍ତି। ଫଳରେ ନବଜାତ ଶିଶୁ, ବିଶେଷକରି ଅକାଳଜାତ ଶିଶୁଙ୍କ ପାଇଁ ଏହା ଜୀବନ ରକ୍ଷାକାରୀ, ସୁସ୍ବାସ୍ଥ୍ୟ ପ୍ରଦାନକାରୀ ଏବଂ ଶାରୀରିକ ବୃଦ୍ଧିରେ ସହାୟକ ହୋଇପାରେ ବୋଲି ପ୍ରମାଣିତ ହୋଇପାରିଛି।
ବର୍ତ୍ତମାନ ‘କଙ୍ଗାରୁ ଯତ୍ନ’ ଲାଗି ମାର୍ଗଦର୍ଶିକା ବାହାରି ସାରିଲାଣି। ତଦନୁଯାୟୀ ଏହା କଲାବେଳେ ମା’କୁ ଆରାମଦାୟକ ପୋଷାକ ପରିଧାନ କରିବା ଉଚିତ। ତା’ ପରେ ସେ ଶିଶୁକୁ ଏପରି ସଳଖ ଭାବେ ଧରିରଖିବା ଦରକାର ଯେ, ତା’ର ମୁଣ୍ଡ ତାଙ୍କ ଛାତିର ଗୋଟିଏ ପାର୍ଶ୍ୱକୁ ଲାଗିରହିବ। ଏ ସମୟରେ ଶିଶୁଟି ଡାଇପର୍‌, ହ୍ୟାଟ୍‌ ଓ ମୋଜା ବ୍ୟତୀତ ଅନ୍ୟ କିଛି ପିନ୍ଧିବ ନାହିଁ। ତତ୍ପରେ ଶିଶୁର ଶରୀରକୁ ଉଷୁମ ରଖିବା ପାଇଁ ତାକୁ ଚାଦରଟିଏ ଘୋଡ଼ାଇ ଦିଆଯାଇପାରେ। ଏ ସମୟରେ ଉଭୟ ଶିଶୁ ଓ ମା’ ଆରାମରେ ରହିବା ଉଚିତ। ଶିଶୁଟି ନିଦ୍ରାଗଲେ ଭଲ। ପ୍ରତିଦିନ ଏହା ଏକାଧିକବାର କରିବାକୁ ପଡିବ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ସୂଚନା ଅନୁସାରେ ଏହା ଦୈନିକ ୮ରୁ ୨୪ ଘଣ୍ଟା କରିବା ଦରକାର। ‘କଙ୍ଗାରୁ ଯତ୍ନ’ ସମୟରେ ମା’ ଫୋନ୍‌ କିମ୍ବା କୌଣସି ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରିବା ଉଚିତ ନୁହେଁ। ଅନ୍ୟପକ୍ଷରେ, ଶିଶୁଟି ଯେପରି କୌଣସି ସଂକ୍ରମଣକାରୀ ପରିବେଶର ସମ୍ମୁଖୀନ ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ।
ଏଥିରୁ ଶିଶୁକୁ ମିଳୁଥିବା ଉପକାରଗୁଡ଼ିକ ମଧ୍ୟରେ ରହିଛି ତା’ର ହୃତ୍‌ପିଣ୍ଡର ସ୍ପନ୍ଦନ ହାର ସ୍ଥିର ରହିବା, ଶ୍ୱାସକ୍ରିୟା ନିୟମିତ ହେବା ଏବଂ ତାକୁ ସୁନିଦ୍ରା ହେବା। ପୁନଶ୍ଚ ଏହା ଫଳରେ ଶାରୀରିକ ଅଭିବୃଦ୍ଧି ମଧ୍ୟ ଅଧିକ ହେବାର ଦେଖାଯାଉଛି ଏବଂ ତା’ ଶରୀର ଯନ୍ତ୍ରଣାମୁକ୍ତ ରହିଲା ବେଳେ ତା’ଠାରେ ସଂକ୍ରମଣ, ରୋଗବ୍ୟାଧି ଏବଂ ଅକାଳ ମୃତ୍ୟୁର ସମ୍ଭାବନା ହ୍ରାସ ପାଉଛି। ଅନ୍ୟପକ୍ଷରେ ମା’ ଓ ଶିଶୁଙ୍କ ବନ୍ଧନ ଅଧିକ ଦୃଢ଼ ହେଉଛି ଏବଂ ମା’ଠାରେ ଅଧିକ କ୍ଷୀର ଉତ୍ପନ୍ନ ହେଉଛି।
ଏସବୁ ଦୃଷ୍ଟିରୁ ବିଚାର କଲେ ଅକାଳଜାତ (ପ୍ରିଟର୍ମ) ତଥା କମ୍‌ ଓଜନର ସଦ୍ୟଜାତ ଶିଶୁମାନଙ୍କ ପାଇଁ ‘କଙ୍ଗାରୁ ଯତ୍ନ’ ବିଶେଷ ଭାବେ ଫଳପ୍ରଦ। ତେବେ ସାଧାରଣ ଶିଶୁମାନଙ୍କ ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ଅତଏବ ଏହାକୁ ଜନପ୍ରିୟ କରାଯାଇ ପାରିଲେ ବିଶ୍ୱର ନିୟୁତ ନିୟୁତ ଶିଶୁଙ୍କୁ ଏହା ରୋଗ ଏବଂ ଅକାଳ ମୃତ୍ୟୁରୁ ସୁରକ୍ଷା ପ୍ରଦାନ କରିପାରିବ ବୋଲି ମନେ କରାଯାଏ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri