ଥିଲାବାଲାଙ୍କୁ କାର୍ଡ, ଗରିବଙ୍କୁ ମିଳୁନି ରାଶନ

ପଟ୍ଟାମୁଣ୍ଡାଇ,୯ା୫ (କଳ୍ପତରୁ ନାୟକ)ଦେଶରେ କେହି ଭୋକିଲା ରହିବେ ନାହିଁ। ପେଟ ପାଇଁ ଆଉ କେହି ଭିକ୍ଷାବୃତ୍ତି କରିବେ ନାହିଁ। ଏ ନେଇ ୨୦୧୩ରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ବଳରେ ଓଡ଼ିଶାର ସାଢ଼େ ୪ କୋଟି ଜନସଂଖ୍ୟାରୁ ୩.୨୫ କୋଟି ଲୋକ ଉପକୃତ ହେଉଛନ୍ତି। ସେହି ମୁତାବକ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶତକଡା ୮୦ ଭାଗ ପରିବାରଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏହି କାର୍ଡ ଜରିଆରେ ପରିବାରଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଛି। ମାତ୍ର ସର୍ଭେରେ ଅଯୋଗ୍ୟ ପରିବାରକୁ ବାଦ୍‌ ଦିଆଯାଇ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ କି ଜାଣି ନ ଥିବା ଯୋଗ୍ୟ ହିତାଧିକାରୀ ମଧ୍ୟ ବାଦ୍‌ ପଡ଼ି ଚୁପ୍‌ ରହିଥିଲେ। ମାତ୍ର ତାଲିକାରୁ ବାଦ୍‌ ପଡ଼ିଥିବା ମାଗଣାଖିଆ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହି ଅସନ୍ତୋଷ ୨୦୧୯ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଆଶଙ୍କାରେ ୨୦୧୮ରେ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରି ସାମିଲ କରାଇଥିଲେ। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଖାଦ୍ୟ ସୁରକ୍ଷା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଥିଲାବାଲା କାର୍ଡ ହାତେଇଥିବା ବେଳେ ବହୁ ଯୋଗ୍ୟ ହିତାଧିକାରୀ ରାଶନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଥିଲାବାଲା ବୁଲେଟ୍‌ ଓ କାରରେ ରାଶନ ସାମଗ୍ରୀ ନେଇ ବିକ୍ରି କରୁଛନ୍ତି। ଆଉ କେତେଜଣ ଲୋକଲଜ୍ଜାକୁ ନେଇ ଡିଲରଙ୍କ ସହ ମୂଲଚାଲ କରି ରାଶନ ସମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି।
ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ, ଅନନ୍ତ ଦାଶ, ପ୍ରମୋଦ ସାହୁ, ଉତ୍କଳ ଯୁବକ ସଂଘ ସଭାପତି ଗୌତମ ବେହେରା ପ୍ରମୁଖ କହିଛନ୍ତି, ୨୦୧୧ ସାମାଜିକ ଅର୍ଥନୈତିକ ଗଣନା ଦୃଷ୍ଟିରୁ ପଟ୍ଟାମୁଣ୍ଡାଇ ବ୍ଲକର ୧୫୩ଟି ଗ୍ରାମରେ ମୋଟ ୩୬,୫୨୮ ପରିବାର ଥିବା ବେଳେ ଜନସଂଖ୍ୟା ୨ ଲକ୍ଷ ୧୯ ହଜାର ୬୩ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ୮୦ ଶତକଡା ହାରରେ ୨୭,୬୯୮ ପରିବାରର ୧ ଲକ୍ଷ ୨୫ ଲୋକଙ୍କୁ ରାଶନ କାର୍ଡ ମିଳିଛି। ଅନ୍ତ୍ୟୋଦୟ ଯୋଜନା ଜରିଆରେ ୩,୮୬୪ ପରିବାର ଲୋକଙ୍କୁ ସୁବିଧା ମିଳୁଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା-୨୦୧୮ରେ ବ୍ଲକର ୨,୮୮୨ ପରିବାରଙ୍କୁ ସାମିଲ କରାଯାଇଛି। ଏହାଛଡ଼ା ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୦୦ରୁ ଊର୍ଦ୍ଧ୍ୱ ଓ ଖାଦ୍ୟ ସୁରକ୍ଷା ଆଇନରେ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ଆବେଦନ କରିଛନ୍ତି। ମାତ୍ର ସେମାନଙ୍କୁ ଏଯାଏ କାର୍ଡ ମିଳିନାହିଁ। ଏ ସବୁକୁ ମିଶାଇଦେଲେ ସାମାଜିକ, ଅର୍ଥନୈତିକ, ଜାତିଗତରେ ଉଲ୍ଲେଖ ଥିବା ପରିବାର ସଂଖ୍ୟାଠାରୁ ଖାଦ୍ୟ ସୁରକ୍ଷା ଆଇନ ଓ ଯୋଜନା କାର୍ଡ ସଂଖ୍ୟାକୁ ଟପିଯାଇଛି। ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଖାଦ୍ୟ ସୁରକ୍ଷାକୁ ନେଇ ଆଇନ ପ୍ରଣୟନ ହେବା ସତ୍ତ୍ୱେ ଯୋଜନା କରିବାର ପ୍ରାସଙ୍ଗିକତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏଥିରେ ଅଯୋଗ୍ୟଙ୍କୁ ବାଦ୍‌ ଦିଆଯାଇ ଯୋଗ୍ୟଙ୍କୁ ତାଲିକାରେ ଯୋଡ଼ାଯିବାନେଇ ଆଇନରେ ଉଲ୍ଲେଖ ରହିଛି। ତେବେ ଓଡ଼ିଶାରେ ୮୦ ପ୍ରତିଶତର ଊର୍ଦ୍ଧ୍ୱ ଲୋକ ଗରିବ ଥିବା ଦର୍ଶାଯିବା ନେଇ ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବି ଥାଆନ୍ତି ଆଇନ ବଳରେ ସେସବୁ ପରିବାରକୁ ପର୍ଯ୍ୟାୟକ୍ରମେ ତାଲିକାଭୁକ୍ତ କରାଯାଇପାରିବ। ଯୋଗ ଓ ବିଯୋଗ ପ୍ରକ୍ରିୟା ସମ୍ଭବ ହୋଇପାରିବ। ମାତ୍ର ଏଠାରେ ତାହା ନ ହୋଇ ଆଉ ଏକ ଯୋଜନା କାର୍ଯ୍ୟକାରୀ କରାଗଲା। ଏ ନେଇ ସାଧାରଣ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ହଟି ନ ଥିବା ବେଳେ ଏହି ଯୋଜନା ଜରିଆରେ ଥିଲାବାଲାଙ୍କୁ ଚାଉଳ ଦେବାକୁ ପ୍ରୟାସ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଥିରେ ସାମିଲ ହିତାଧିକାରୀ ରିଟେଲର ନିକଟରୁ ବୁଲେଟ୍‌ ଓ କାରରେ ଚାଉଳ ଆଣି ବାହାରେ ବିକ୍ରି କରୁଛନ୍ତି। ଆଉ କେତେଜଣ ଥିଲାବାଲା ହିତାଧିକାରୀ ଲୋକଲଜ୍ଜା ଭୟରେ ଡିଲରଙ୍କଠାରୁ ଚାଉଳ ନ ଆଣି ଡିଲରଙ୍କ ସହ ମୂଲଚାଲ କରି କେବଳ ପିଓଏସ୍‌ ମେଶିନରେ ଟିପଚିହ୍ନ ଦେଇ ଦେଉଥିବା ଜଣାପଡ଼ିଛି। ଏ ବାବଦରେ ସେମାନେ ଡିଲରଠାରୁ ମାସିକିଆ ଅର୍ଥ ହାତେଇ ନେଉଛନ୍ତି। ଚାଉଳ ବଣ୍ଟନ ସରିବା ଓ କ୍ଲୋଜ୍‌ ବାଲାନ୍ସ ତଥ୍ୟ ପ୍ରଦାନ ପରେ ଯୋଗାଣ ଅଧିକାରୀଙ୍କ ବିଭିନ୍ନ ବଣ୍ଟନ କେନ୍ଦ୍ରରେ ଚଢାଉ ବେଳେ ହିସାବଠାରୁ ଅଧିକ ଚାଉଳ ଗଚ୍ଛିତ ରହିବା ଘଟଣା ପଦାକୁ ଆସିବାର ନଜିର ଏହାକୁ ପ୍ରମାଣିତ କରୁଛି। ଏହାଛଡା ଆଇନର ପରିସରଭୁକ୍ତ ହିତାଧିକାରୀଙ୍କୁ ଗହମ, ଚାଉଳ, କିରୋସିନ ଆଦି ମିଳୁଥିବା ବେଳେ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ କେବଳ ଚାଉଳ ମିଳୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଯୋଗାଣ ବିଭାଗ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରେ ରାଶନ କାର୍ଡ ଟାର୍ଗେଟ ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ ପୂରଣ କରିସାରିଛି। ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ କାଟିଲେ ଯୋଗ୍ୟଙ୍କୁ ଯୋଡ଼ାଯାଇ ପାରିବ। ବ୍ଲକ ଯୋଗାଣ ଅଧିକାରୀ ଜଣେ ଥିବାରୁ ଗଁା ଗଁାରେ ସର୍ଭେ କରି ଯୋଗ୍ୟ ଓ ଅଯୋଗ୍ୟ ଜାଣିବା ସମ୍ଭବପର ହେଉନାହିଁ। ବ୍ଲକରେ ସର୍ଭେହେଲେ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?