ଥିଲାବାଲାଙ୍କୁ କାର୍ଡ, ଗରିବଙ୍କୁ ମିଳୁନି ରାଶନ

ପଟ୍ଟାମୁଣ୍ଡାଇ,୯ା୫ (କଳ୍ପତରୁ ନାୟକ)ଦେଶରେ କେହି ଭୋକିଲା ରହିବେ ନାହିଁ। ପେଟ ପାଇଁ ଆଉ କେହି ଭିକ୍ଷାବୃତ୍ତି କରିବେ ନାହିଁ। ଏ ନେଇ ୨୦୧୩ରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ବଳରେ ଓଡ଼ିଶାର ସାଢ଼େ ୪ କୋଟି ଜନସଂଖ୍ୟାରୁ ୩.୨୫ କୋଟି ଲୋକ ଉପକୃତ ହେଉଛନ୍ତି। ସେହି ମୁତାବକ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶତକଡା ୮୦ ଭାଗ ପରିବାରଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏହି କାର୍ଡ ଜରିଆରେ ପରିବାରଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଛି। ମାତ୍ର ସର୍ଭେରେ ଅଯୋଗ୍ୟ ପରିବାରକୁ ବାଦ୍‌ ଦିଆଯାଇ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ କି ଜାଣି ନ ଥିବା ଯୋଗ୍ୟ ହିତାଧିକାରୀ ମଧ୍ୟ ବାଦ୍‌ ପଡ଼ି ଚୁପ୍‌ ରହିଥିଲେ। ମାତ୍ର ତାଲିକାରୁ ବାଦ୍‌ ପଡ଼ିଥିବା ମାଗଣାଖିଆ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହି ଅସନ୍ତୋଷ ୨୦୧୯ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଆଶଙ୍କାରେ ୨୦୧୮ରେ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରି ସାମିଲ କରାଇଥିଲେ। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଖାଦ୍ୟ ସୁରକ୍ଷା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଥିଲାବାଲା କାର୍ଡ ହାତେଇଥିବା ବେଳେ ବହୁ ଯୋଗ୍ୟ ହିତାଧିକାରୀ ରାଶନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଥିଲାବାଲା ବୁଲେଟ୍‌ ଓ କାରରେ ରାଶନ ସାମଗ୍ରୀ ନେଇ ବିକ୍ରି କରୁଛନ୍ତି। ଆଉ କେତେଜଣ ଲୋକଲଜ୍ଜାକୁ ନେଇ ଡିଲରଙ୍କ ସହ ମୂଲଚାଲ କରି ରାଶନ ସମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି।
ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ, ଅନନ୍ତ ଦାଶ, ପ୍ରମୋଦ ସାହୁ, ଉତ୍କଳ ଯୁବକ ସଂଘ ସଭାପତି ଗୌତମ ବେହେରା ପ୍ରମୁଖ କହିଛନ୍ତି, ୨୦୧୧ ସାମାଜିକ ଅର୍ଥନୈତିକ ଗଣନା ଦୃଷ୍ଟିରୁ ପଟ୍ଟାମୁଣ୍ଡାଇ ବ୍ଲକର ୧୫୩ଟି ଗ୍ରାମରେ ମୋଟ ୩୬,୫୨୮ ପରିବାର ଥିବା ବେଳେ ଜନସଂଖ୍ୟା ୨ ଲକ୍ଷ ୧୯ ହଜାର ୬୩ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ୮୦ ଶତକଡା ହାରରେ ୨୭,୬୯୮ ପରିବାରର ୧ ଲକ୍ଷ ୨୫ ଲୋକଙ୍କୁ ରାଶନ କାର୍ଡ ମିଳିଛି। ଅନ୍ତ୍ୟୋଦୟ ଯୋଜନା ଜରିଆରେ ୩,୮୬୪ ପରିବାର ଲୋକଙ୍କୁ ସୁବିଧା ମିଳୁଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା-୨୦୧୮ରେ ବ୍ଲକର ୨,୮୮୨ ପରିବାରଙ୍କୁ ସାମିଲ କରାଯାଇଛି। ଏହାଛଡ଼ା ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୦୦ରୁ ଊର୍ଦ୍ଧ୍ୱ ଓ ଖାଦ୍ୟ ସୁରକ୍ଷା ଆଇନରେ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ଆବେଦନ କରିଛନ୍ତି। ମାତ୍ର ସେମାନଙ୍କୁ ଏଯାଏ କାର୍ଡ ମିଳିନାହିଁ। ଏ ସବୁକୁ ମିଶାଇଦେଲେ ସାମାଜିକ, ଅର୍ଥନୈତିକ, ଜାତିଗତରେ ଉଲ୍ଲେଖ ଥିବା ପରିବାର ସଂଖ୍ୟାଠାରୁ ଖାଦ୍ୟ ସୁରକ୍ଷା ଆଇନ ଓ ଯୋଜନା କାର୍ଡ ସଂଖ୍ୟାକୁ ଟପିଯାଇଛି। ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଖାଦ୍ୟ ସୁରକ୍ଷାକୁ ନେଇ ଆଇନ ପ୍ରଣୟନ ହେବା ସତ୍ତ୍ୱେ ଯୋଜନା କରିବାର ପ୍ରାସଙ୍ଗିକତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏଥିରେ ଅଯୋଗ୍ୟଙ୍କୁ ବାଦ୍‌ ଦିଆଯାଇ ଯୋଗ୍ୟଙ୍କୁ ତାଲିକାରେ ଯୋଡ଼ାଯିବାନେଇ ଆଇନରେ ଉଲ୍ଲେଖ ରହିଛି। ତେବେ ଓଡ଼ିଶାରେ ୮୦ ପ୍ରତିଶତର ଊର୍ଦ୍ଧ୍ୱ ଲୋକ ଗରିବ ଥିବା ଦର୍ଶାଯିବା ନେଇ ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବି ଥାଆନ୍ତି ଆଇନ ବଳରେ ସେସବୁ ପରିବାରକୁ ପର୍ଯ୍ୟାୟକ୍ରମେ ତାଲିକାଭୁକ୍ତ କରାଯାଇପାରିବ। ଯୋଗ ଓ ବିଯୋଗ ପ୍ରକ୍ରିୟା ସମ୍ଭବ ହୋଇପାରିବ। ମାତ୍ର ଏଠାରେ ତାହା ନ ହୋଇ ଆଉ ଏକ ଯୋଜନା କାର୍ଯ୍ୟକାରୀ କରାଗଲା। ଏ ନେଇ ସାଧାରଣ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ହଟି ନ ଥିବା ବେଳେ ଏହି ଯୋଜନା ଜରିଆରେ ଥିଲାବାଲାଙ୍କୁ ଚାଉଳ ଦେବାକୁ ପ୍ରୟାସ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଥିରେ ସାମିଲ ହିତାଧିକାରୀ ରିଟେଲର ନିକଟରୁ ବୁଲେଟ୍‌ ଓ କାରରେ ଚାଉଳ ଆଣି ବାହାରେ ବିକ୍ରି କରୁଛନ୍ତି। ଆଉ କେତେଜଣ ଥିଲାବାଲା ହିତାଧିକାରୀ ଲୋକଲଜ୍ଜା ଭୟରେ ଡିଲରଙ୍କଠାରୁ ଚାଉଳ ନ ଆଣି ଡିଲରଙ୍କ ସହ ମୂଲଚାଲ କରି କେବଳ ପିଓଏସ୍‌ ମେଶିନରେ ଟିପଚିହ୍ନ ଦେଇ ଦେଉଥିବା ଜଣାପଡ଼ିଛି। ଏ ବାବଦରେ ସେମାନେ ଡିଲରଠାରୁ ମାସିକିଆ ଅର୍ଥ ହାତେଇ ନେଉଛନ୍ତି। ଚାଉଳ ବଣ୍ଟନ ସରିବା ଓ କ୍ଲୋଜ୍‌ ବାଲାନ୍ସ ତଥ୍ୟ ପ୍ରଦାନ ପରେ ଯୋଗାଣ ଅଧିକାରୀଙ୍କ ବିଭିନ୍ନ ବଣ୍ଟନ କେନ୍ଦ୍ରରେ ଚଢାଉ ବେଳେ ହିସାବଠାରୁ ଅଧିକ ଚାଉଳ ଗଚ୍ଛିତ ରହିବା ଘଟଣା ପଦାକୁ ଆସିବାର ନଜିର ଏହାକୁ ପ୍ରମାଣିତ କରୁଛି। ଏହାଛଡା ଆଇନର ପରିସରଭୁକ୍ତ ହିତାଧିକାରୀଙ୍କୁ ଗହମ, ଚାଉଳ, କିରୋସିନ ଆଦି ମିଳୁଥିବା ବେଳେ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ କେବଳ ଚାଉଳ ମିଳୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଯୋଗାଣ ବିଭାଗ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରେ ରାଶନ କାର୍ଡ ଟାର୍ଗେଟ ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ ପୂରଣ କରିସାରିଛି। ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ କାଟିଲେ ଯୋଗ୍ୟଙ୍କୁ ଯୋଡ଼ାଯାଇ ପାରିବ। ବ୍ଲକ ଯୋଗାଣ ଅଧିକାରୀ ଜଣେ ଥିବାରୁ ଗଁା ଗଁାରେ ସର୍ଭେ କରି ଯୋଗ୍ୟ ଓ ଅଯୋଗ୍ୟ ଜାଣିବା ସମ୍ଭବପର ହେଉନାହିଁ। ବ୍ଲକରେ ସର୍ଭେହେଲେ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri