ଜନସେବା କେନ୍ଦ୍ରରେ ଶୋଷିତ ହେଉଛନ୍ତି କାର୍ଡଧାରୀ: ପ୍ରଶାସନ ଦୃଷ୍ଟିଦେବାକୁ…

ରସୁଲପୁର,୧୬।୧୦(ରଞ୍ଜିତ ରାଉତ): ଆଧାର କାର୍ଡ ଏକ ଅତ୍ୟାବଶ୍ୟକୀୟ ପରିଚୟପତ୍ର ଭାବରେ ବ୍ୟବହାର ହେଉଛି। ସରକାରୀ ଓ ବେସରକାରୀସ୍ତରରେ ଆଧାରକାର୍ଡକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି। ଏହି କାର୍ଡରେ ରହିଆସୁଥିବା ତ୍ରୁଟିବିଚ୍ୟୁତି ଓ ଆବଶ୍ୟକ ସଂଶୋଧନ ବିନା ମୂଲ୍ୟରେ କରାଯିବ ବୋଲି କେନ୍ଦ୍ର ସରକାର ଓ ୟୁଆଇଡିଏଆଇ(ୟୁନିକ୍‌ ଆଇଡେଣ୍ଟଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ) ପକ୍ଷରୁ ସୂଚନା ଦିଆଯାଇଛି। ନିଃଶୁଳ୍କ ସେବା ଡିସେମ୍ବର ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି ୟୁଆଡିଏଆଇ ପକ୍ଷରୁ ଘୋଷଣା କରାଯାଇଛି। ମାତ୍ର ବାସ୍ତବରେ ସେଭଳି ସୁବିଧା ରସୁଲପୁର ବ୍ଲକ ଅଞ୍ଚଳର କାର୍ଡଧାରୀମାନଙ୍କୁ ମିଳୁନାହିଁ। ଏହି ଘୋଷଣା ପ୍ରହସନରେ ପରିଣତ ହୋଇଛି। ଫଳରେ ଦୈନିକ ଶତାଧିକ କାର୍ଡଧାରୀ ଜନସେବା କେନ୍ଦ୍ରଗୁଡ଼ିକରେ ଆଧାରକାର୍ଡ ସଂଶୋଧନ କରିବା ଆଳରେ ଆର୍ଥିକ ଶୋଷଣର ଶିକାର ହେଉଥିବା ଲକ୍ଷ୍ୟ କରାଯାଉଛି।
ଆଧାର କାର୍ଡ ବିନା କୌଣସି ଅନ୍‌ଲାଇନ ଓ ଅଫ୍‌ଲାଇନ ସରକାରୀ ଏବଂ ବେସରକାରୀ ଅଫିସିଆଲ କାର୍ଯ୍ୟ ସମ୍ଭବପର ହୋଇ ପାରୁନାହିଁ। ଶ୍ରମିକ ବର୍ଗଙ୍କଠାରୁ ଆରମ୍ଭ କରି ବେସରକାରୀ ଓ ସରକାରୀ ଚାକିରିଆଙ୍କ ଯାବତୀୟ କାର୍ଯ୍ୟ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାର ସୁବିଧା ଆଧାରକାର୍ଡକୁ ବ୍ୟବହାର କରି ଡିବିଟି ଜରିଆରେ ପ୍ରଦାନ କରାଯାଉଛି। ଦେଶରେ ଆଧାରକାର୍ଡଧାରୀଙ୍କ ଗୋଟିଏ ନମ୍ବର ରହିବ। କାର୍ଡଧାରୀ ଚାହିଁଲେ ସେମାନଙ୍କ କାର୍ଡରୁ ନାମ, ଜନ୍ମତାରିଖ, ଠିକଣା, ବାପା/ସ୍ବାମୀଙ୍କ ନାମ ଆଦି ପରିବର୍ତ୍ତନ ଓ ସଂଶୋଧନ କରିପାରିବେ। ଏହି ସେବାକେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଥିଲା। ସେଥିସକାଶେ ଗ୍ରାମାଞ୍ଚଳରେ ଥିବା ଡାକଘର, ବ୍ୟାଙ୍କ, ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ଭଳି କେତେକ ସରକାରୀ ସ୍ଥାନରେ ଏହି କାର୍ଯ୍ୟ ମାଗଣାରେ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିଲା। ମାତ୍ର ଉକ୍ତ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବାରୁ କାର୍ଡ ସଂଶୋଧନ କାର୍ଯ୍ୟ ମାଗଣାରେ ଉପଲବ୍ଧ ହୋଇପାରୁନାହିଁ। ଆବଶ୍ୟକ ସଂଶୋଧନ ବିନା କାର୍ଡଧାରୀ ନାନା ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି।
କେତେକ ଜନସେବାକେନ୍ଦ୍ରର ପରିଚାଳକ ଆଧାର କେନ୍ଦ୍ର ପାଇଁ ୟୁଆଇଡିଏଆଇ କୋଡ୍‌ ହାତେଇ କାର୍ଡ ସଂଶୋଧନ କରୁଛନ୍ତି। ଏଥିପାଇଁ କାର୍ଡ ପିଛା ୧୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦାବି କରୁଥିବା ଅଭିଯୋଗ ହେଉଛି। ୟୁଆଇଡିଏଆଇ ପକ୍ଷରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ଆଧାରକାର୍ଡ ସଂଶୋଧନ ହୋଇପାରିବ ବୋଲି ଘୋଷଣା କରାଯାଇଥିଲା। ଏହି ଅବଧିକୁ ୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅର୍ଥାତ ୩ମାସ ବୃଦ୍ଧି କରାଯାଇଛି। ଏହି ଅବଧି ପରେ ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିବା କାର୍ଡଧାରୀଙ୍କୁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଅନଲାଇନ ଜରିଆରେ ମାଗଣା ଆଧାର ସଂଶୋଧନ ପାଇଁ କାର୍ଡଧାରୀ ଆବେଦନ କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ କାର୍ଡଧାରୀମାନଙ୍କୁ ୟୁଆଇଡିଏଆଇ ୱେବସାଇଟ୍‌କୁ ଯାଇ ଆବେଦନ କରିବାକୁ ପଡ଼ିବ। ଏହିଭଳି ଜରିଆରେ ଆଧାରକାର୍ଡ ସଂଶୋଧନ କାର୍ଯ୍ୟ କରାଯାଇ ପାରିବ ବୋଲି କୁହାଯାଉଛି। ତେବେ ବାସ୍ତବ କ୍ଷେତ୍ରରେ ଏଭଳି ସୁବିଧା କାର୍ଡଧାରୀମାନଙ୍କୁ ଉପଲବ୍ଧ ହେଉନାହିଁ ବୋଲି ଅଭିଯୋଗ ହେଉଛି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ୟୁଆଇଏଡିଆଇ ପକ୍ଷରୁ ଯାଜପୁର ଜିଲା ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ଉତ୍କଳ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri