ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା, ଭିଣୋଇଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ହେଲେ ଜମନକିରା ବ୍ଲକ କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଗ୍ରାମର ଶଳା ତାପସ ନାଏକ (୫୦) ଓ ଭିଣୋଇ ପ୍ରତାପ ପଟେଲ (୫୨)। ପରିବାର ଲୋକଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ପ୍ରଖର ସ୍ରୋତରେ ପାଣିକୁ ଯାଇ କାର କାଚ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏ ନେଇ ଗାଁରେ ଶୋକାକୁଳ ପରିବେଶରେ ଦୁହିଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ପ୍ରତାପ ପେସାରେ ଜଣେ ଇଞ୍ଜିନିୟର। ସେ ସିଙ୍ଗାପୁରରେ ଚାକିରି ଛାଡ଼ି ଏକ ମାସ ହେଲା ଗାଁକୁ ଆସିଥିଲେ। ତାପସ ଜୈବିକ ପ୍ରଣାଳୀରେ ଚାଷକରି ଚର୍ଚ୍ଚାରେ ଥିବା ଜଣେ ପ୍ରତିଷ୍ଠିତ ଚାଷୀ ହୋଇଥିବା ବେଳେ ଦିଲ୍ଲୀରେ ଭାରତୀୟ ଜୀବନ ବୀମା ନିଗମରେ କାମ କରୁଥିଲେ। ସେ ଗ୍ରାମକୁ ମଝିରେ ମଝିରେ ଆସି ରହୁଥିଲେ। ନିକଟରେ ତାପସଙ୍କ ମାମୁଙ୍କ ବିୟୋଗ ଘଟିଛି। ତେଣୁ ତାଙ୍କର ଏକାଦଶାହ ପାଇଁ ଶଳା ଭିଣୋଇ ଶନିବାର ଅପରାହ୍ନରେ କାର୍ଡ ବଣ୍ଟନ କରିବାକୁ ଗୁଣ୍ଡୁରୁଚୁଆଁ ଗ୍ରାମରୁ ଏକ କାରରେ ବାହାରିଥିଲେ। ଯିବା ସମୟରେ ଉକ୍ତ ନାଳରେ ପାଣିର ସ୍ରୋତ ଅଧିକ ନ ଥିଲା । ସେମାନେ ଫାସିମାଲ ରାସ୍ତା ଦେଇ ଲଇଡ଼ା ଅଞ୍ଚଳକୁ ଯାଇଥିଲେ । ସମ୍ପର୍କୀୟଙ୍କ ଘରେ କାର୍ଡ ବଣ୍ଟନ କରି ସନ୍ଧ୍ୟାରେ ଫେରୁଥିଲେ। ହେଲେ ପ୍ରବଳ ବର୍ଷା ହେବାରୁ ବାରଟେଙ୍ଗରା ନାଳରେ ପାଣିସ୍ରୋତ ବଢ଼ିଯାଇଥିଲା l ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ସେତିକିବେଳେ ଉକ୍ତ ନାଳ ପାର ହେବା ପାଇଁ ଅନ୍ୟ ଲୋକମାନେ ଉପସ୍ଥିତ ଥିଲେ। ହେଲେ ଶଳା ଭିଣୋଇ ସାହସ କରି ନାଳ ପାର ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଖର ସ୍ରୋତରେ କାର୍‌ଟି ଭାସି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri