Categories: ଜାତୀୟ

ଜଳପ୍ରପାତ ବୁଲିବାକୁ ଯାଇଥିଲେ ଯୁବତୀ ଯୁବକ, ହଠାତ୍‌ ମାଡ଼ିଆସିଲା ପାଣି; ଆଉ ତା’ ପରେ…

ଭୋପାଳ,୨୦ା୯: ଇନ୍ଦୋର ନିକଟସ୍ଥ ଟିଲୋରରୁ ଟିଙ୍ଗଚା ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଏକ କାର୍‌ ପାଣିରେ ଭାସିଯାଇଥିଲା। ଫଳରେ ଏଥିରେ ବସିଥିବା ୪ ଯୁବତୀ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।


ତଦନ୍ତରୁ ଜଣାପଡ଼ିଛି, କାର୍‌ରେ ବସିଥିବା ଦୁଇ ଯୁବକ ଏବଂ ଦୁଇ ଯୁବତୀ ଜଳପ୍ରପାତ ଦେଖିବାକୁ ବୁଲି ଆସିଥିଲେ। ଜୋର୍‌ରେ ବର୍ଷା ହୋଇଥିବାରୁ ପାଣିର ସ୍ରୋତ ଖୁବ୍‌ ବେଗରେ ବହୁଥିଲା। ଏହା ଦେଖି କିଛି ଗ୍ରାମବାସୀ ଦେଖି ସେମାନଙ୍କୁ ଆଗକୁ ଯିବା ପାଇଁ ବାରଣ କରିଥିଲେ। ମାତ୍ର କାର୍‌ର କାଚ ବନ୍ଦ ଥିବାରୁ ସେମାନଙ୍କୁ କିଛି ଶୁଭି ନ ଥିଲା। ଫଳରେ ଚାହୁଁ ଚାହୁଁ କାର୍‌ଟି ପାଣିରେ କିଛି ଦୂର ପର୍ଯ୍ୟନ୍ତ ଭାସିଗଲା। ପରେ ଗ୍ରାମବାସୀ କାର୍‌ଟିକୁ ଉଦ୍ଧାର କରିଥିଲେ। ଏଥିରେ ବସିଥିବା ୪ ଯୁବତୀ ଯୁବକ ସୁସ୍ଥ ଥିବା ଜଣାପଡ଼ିଛି।


ଆଉଟପୋଷ୍ଟ ଇନ୍‌ଚାର୍ଜ ବିଶ୍ୱଜିତ୍‌ ସିଂ ଟୋମର କହିଛନ୍ତି, ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଟିଲୋର ଗାଁ ନିକଟରେ ଥିବା ଏକ ନାଳରେ ହଠାତ୍‌ ପାଣି ବଢ଼ିଯାଇଥିଲା। ଏହି ସମୟରେ ଇନ୍ଦୋରରୁ ଏକ କାର୍‌ରେ ଆସିଥିବା ୪ ଜଣ ଯୁବତୀ ଯୁବକ ଏଥିରେ ଫସିଯାଇଥିଲେ। ଗ୍ରାମବାସୀ ଏମାନଙ୍କୁ ବାରଣ କରିଥିଲେ ମଧ୍ୟ ଏମାନେ ମାନି ନ ଥିଲେ। ଫଳରେ କାର୍‌ଟି ନାଳ ପାଣିରେ ବହୁ ଦୂରକୁ ଭାସିଯାଇଥିଲା। ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଛନ୍ତି।

Share