ପାରଳାଖେମୁଣ୍ଡିରୁ ୮୪କିଲୋ ଗଞ୍ଜେଇ ସହ, କାର୍‌ ଜବତ

ପାରଳାଖେମୁଣ୍ଡି,୨୪।୦୮: ପାରଳାଖେମୁଣ୍ଡି ଅବକାରୀ ପୋଲିସ ଦ୍ବାରା ୮୪ କିଲୋ ଗଞ୍ଜେଇ ଜବତ ହୋଇଛି। ପାଟ୍ରୋଲିଂ ସମୟରେ ମାର୍ଲବା ଘାଟିରେ ଏକ ସୁଜୁକି କାର୍‌ରୁ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଚନ୍ଦ୍ରଗିରି ଅଞ୍ଚଳରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଖବରପାଇ ଅବକାରୀ ଟିମ୍‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ। ସେହି ସମୟରେ ମାର୍ଲବା ଘାଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ ଥିବା ଏକ ସୁଜୁକି କାର୍‌ ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ ଗାଡ଼ିରୁ ୮୪କିଲୋଗ୍ରାମ୍‌ ଗଞ୍ଜେଇ ସହ ଗାଡ଼ି ଚାଳକ ଚନ୍ଦନ ଲାଲ ସ୍ବାଲସିଂଙ୍କୁ ଗିରଫ କରିଛି ଅବକାରୀ ଟିମ୍‌। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ ସୂଚନା ଦେଇଛନ୍ତି।