କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏପରିକି ପୋଲିସ ଗଞ୍ଜେଇ ବୋଝେଇ ଏକ କାର୍‌(ନଂ.ଓଡି ୧୭ଏକ୍ସ-୭୧୨୭) ଜବତ କରିଛି। ଅନ୍ୟପକ୍ଷେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତିମାନେ ଗାଡି ଛାଡି ଫେରାର ହୋଇଯାଇଛନ୍ତି ।

ପୋଲିସ ସୂଚନା ମୁତାବକ, ଏକ କାର୍‌ ଯୋଗେ ବୌଦ୍ଧରୁ ଛତିଶଗଡ଼ ଗଞ୍ଜେଇ ଚାଲାଣ ହେଉଥିଲା। ସୋନପୁର ପୋଲିସ ଟିମ୍‌ କାରକୁ ପିଛା କରି ବିନିକା ଏବଂ ରାମପୁର ପୋଲିସକୁ ଖବର ଦେଇଥିଲା। ସୋନପୁର, ବିନିକା ଏବଂ ରାମପୁର ଥାନା ପୋଲିସ ଟିମ୍‌ ମିଳିତ ଭାବେ କାରକୁ ପିଛା କରିଥିଲେ। ହେଲେ ଅଭିଯୁକ୍ତମାନେ ବେହେରାମାଲ ଲଙ୍ଗଳକଟା ଗ୍ରାମ ଏକ ଚାଷ ଜମି ରାସ୍ତାରେ ଗଞ୍ଜେଇ ଭର୍ତ୍ତି କାର ଛାଡି ଫେରାର ହୋଇଯାଇଥିଲେ। ଚାଷ ଜମି ରାସ୍ତାରେ ଏକ କାର୍‌ ଥିବା ଦେଖି ଲଙ୍ଗଳକଟା ଗ୍ରାମର ରବୀନ୍ଦ୍ର ତ୍ରିପାଠୀ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ।

ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି କାର୍‌ ଭିତରୁ ଗଞ୍ଜେଇ ଜବତ କରିଥିଲା। ରାମପୁର ଅତିରିକ୍ତ ତହସିଲଦାର ରୋହିତ କୁମାର ବାଘଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ପରେ ଏହା ୨କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ହୋଇଥିଲା। ଓଜନ ଗଞ୍ଜେଇକୁ ୧୨ଟି ଅଖାରେ ଭର୍ତ୍ତି କରି ସିଲ୍‌ କରି ରଖାଯାଇଛି। ଏପରିକି ପୋଲିସ ଓଡିଶା ଏବଂ ଛତିଶଗଡ଼ ୨ଟି ନମ୍ବର ପ୍ଲେଟ ସହ କାରକୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏନେଇ ନେଇ ଡୁଙ୍ଗୁରିପାଲି ପୋଲିସ ଏକ ମାମଲା(ନଂ.୧୧୫/୨୬) ରୁଜୁ କରି ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଅମିତ କୁମାର ଧଳ କହିଛନ୍ତି।

Share