ପୋଖରୀ ଭିତରେ ପଶିଗଲା ଗଞ୍ଜେଇ ଭର୍ତ୍ତି କାର୍‌

ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅଧୀନ କୁରୁଲରୁ-ଭାଲେର୍‌ ବାଏପାସ୍‌ ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ଏକ କାର୍‌ (ନଂ. ଓଡି୨୬-୯୦୯୯) କୁରୁଲରୁ-ଭାଲେର୍‌ ବାଏପାସ୍‌ ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ହେଲେ କାର୍‌ ଡ୍ରାଇଭରଙ୍କ ସହ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ଖବର ପାଇ ପୁଇଁତଲା ଥାନା ପୋଲିସ ପହଞ୍ଚି ଏକ କ୍ରେନ ସାହାଯ୍ୟରେ କାରକୁ ଉଦ୍ଧାର କରିଥିଲା। ପୋଲିସ ଯାଞ୍ଚ ବେଳେ କାରରୁ ୩୦ କେଜି ଗଞ୍ଜେଇ ଜବତ କରିଛି। ଅନ୍ୟପକ୍ଷେ ଘଟଣା ସ୍ଥଳରେ ପୁଇଁତଲା ଥାନା ଆଇଆଇସି ଶୁଭରାଜ ଧରୁଆ ଏବଂ ପୋଲିସ କର୍ମଚାରୀଙ୍କ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି…

ସାଇବର ଅପରାଧରୁ ଦୂରେଇ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ: ନନ୍ଦିପଦା ପୋଲିସ ତରଫରୁ…

ହାଟଡିହୀ/ଛେନାପଦୀ,୧୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ତରଫରୁ ଓରାଳି ହାଇସ୍କୁଲ ପରିସରରେ ସୋମବାର ଅପରାହ୍ନରେ ଛାତ୍ରୀଛାତ୍ରଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନଲାଇନ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

ଜିଲା ଶିକ୍ଷାଅଧିକାରୀଙ୍କୁ କଳାହାଣ୍ଡି ଘରୋଇ ସଂଘର ଦାବିପତ୍ର: ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ …

ଭବାନୀପାଟଣା,୧୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସିଓଆର ଓ ଆରଟିଇ ପ୍ରତିପୂରଣ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri