ଅପହରଣ ନୁହେଁ ଦୁର୍ଘଟଣା: କୂଅରେ ଖସିପଡ଼ିଥିଲା କାର୍‌, ୪ ମୃତ

ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ୪ ଜଣଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ସନ୍ଦେହ ଭୁଲ୍‌ ପ୍ରମାଣିତ ହୋଇଛି। ଅପହରଣ ନୁହେଁ ଏହା ଏକ ଦୁର୍ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩୦ ନମ୍ବର ଜାତୀୟ ରାଜପଥରେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାପାର୍ଶ୍ୱ ପରିତ୍ୟକ୍ତ କୂଅ ମଧ୍ୟରେ ଖସିପଡ଼ିବା ଫଳରେ ଗାଡ଼ିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ଜିଲା ଉମରକୋଟର ସପନ ସରକାର, ତାଙ୍କର ସ୍ତ୍ରୀ ରୀତା ସରକାର, ଛତିଶଗଡ଼ କଣ୍ଡାଗାଁ ଅଞ୍ଚଳର ସପନଙ୍କ ଶାଳକ ବିଶ୍ୱଜିତ ଅଧିକାରୀ ଏବଂ ପଡ଼ୋଶୀ ହଜାରି ଢାଲି। ସପନଙ୍କ ଘର ଉମରକୋଟ ଡିଏନ୍‌କେ ଅଞ୍ଚଳରେ ହୋଇଥିବାବେଳେ ସେ ରାଇଘର ତହସିଲରେ ସୁପରଭାଇଜର ଥିଲେ।
ସୂଚନା ଅନୁଯାୟୀ, ସପନଙ୍କ ସମେତ ୪ ଜଣ ଶନିବାର ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ କାର୍‌(ଓଡି ୨୪ ସି ୧୭୦୫) ଯୋଗେ କାଙ୍କେର ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ରାତିରେ କଣ୍ଡାଗାଁ ସ୍ଥିତ ଶାଳକଙ୍କ ଘରେ ରାତ୍ରିଯାପନ ପାଇଁ ଫେରୁଥିଲେ। ରବିବାର ସକାଳେ ସେମାନେ ଉମରକୋଟ ଫେରିବାର ଥିଲା। ସପନଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଆଉ ଦୁଇଟି କାର୍‌ରେ ଭୋଜିରୁ କଣ୍ଡାଗାଁ ଫେରୁଥିଲେ। ହେଲେ ଅନ୍ୟ ଦୁଇ କାର୍‌ ରାତିରେ କଣ୍ଡାଗାଁରେ ପହଞ୍ଚିଥିଲେ ମଧ୍ୟ ସପନ ପହଞ୍ଚତ୍ ନ ଥିଲେ। ପରିବାର ଲୋକେ ସପନଙ୍କ ସମେତ ତାଙ୍କ ଗାଡ଼ିରେ ଥିବା ଅନ୍ୟ ୩ ଜଣଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ସପନଙ୍କ ପୁଅ ନବୋଜିତ ଖବର ପାଇ ରବିବାର କଣ୍ଡାଗାଁ ଯାଇ ସମ୍ପର୍କୀୟଙ୍କ ଶହ ମିଶି ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ସେମାନଙ୍କୁ ମାଓବାଦୀ ଅପହରଣ କରି ନେଇଥିବା ସନ୍ଦେହ କରିଥିଲେ। ସମ୍ପର୍କୀୟ ରୀନା ଦତ୍ତ କାଙ୍କେର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। କାଙ୍କେର ପୋଲିସ ମୋବାଇଲ ଟ୍ରାକ୍‌ କରିବାରୁ ଜାତୀୟ ରାଜପଥ ପାର୍ଶ୍ୱ ପେଟ୍ରେଲ ପମ୍ପଠାରୁ ୫ କି.ମି. ପରେ କାର୍‌ରେ ଥିବା ସମସ୍ତଙ୍କ ମୋବାଇଲ ବନ୍ଦ ହୋଇଥିବା ଜାଣିବାକୁ ପାଇଥିଲା। ଉକ୍ତ ସ୍ଥାନକୁ ଯାଇ ତଦନ୍ତବେଳେ ରାସ୍ତାପାର୍ଶ୍ୱ ଜମିରେ ଥିବା ପରିତ୍ୟକ୍ତ କୂଅରେ ସପନଙ୍କ କାର୍‌ ଖସି ପଡ଼ିଥିବା ଦେଖିଥିଲେ। ଛତିଶଗଡ଼ ଅଗ୍ନିଶମ ବାହିନୀ ଏବଂ ପୋଲିସର ମିଳିତ ଉଦ୍ୟମରେ ସମ୍ପର୍କୀୟଙ୍କ ଉପସ୍ଥିତିରେ କ୍ରେନ୍‌ ସହାୟତାରେ କୂଅରୁ କାର୍‌ଟିକୁ ବାହାର କରାଯାଇଥିଲା। ବନ୍ଦ କାର୍‌ ମଧ୍ୟରେ ବସିଥିବା ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?