ଅପହରଣ ନୁହେଁ ଦୁର୍ଘଟଣା: କୂଅରେ ଖସିପଡ଼ିଥିଲା କାର୍‌, ୪ ମୃତ

ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ୪ ଜଣଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ସନ୍ଦେହ ଭୁଲ୍‌ ପ୍ରମାଣିତ ହୋଇଛି। ଅପହରଣ ନୁହେଁ ଏହା ଏକ ଦୁର୍ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩୦ ନମ୍ବର ଜାତୀୟ ରାଜପଥରେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାପାର୍ଶ୍ୱ ପରିତ୍ୟକ୍ତ କୂଅ ମଧ୍ୟରେ ଖସିପଡ଼ିବା ଫଳରେ ଗାଡ଼ିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ଜିଲା ଉମରକୋଟର ସପନ ସରକାର, ତାଙ୍କର ସ୍ତ୍ରୀ ରୀତା ସରକାର, ଛତିଶଗଡ଼ କଣ୍ଡାଗାଁ ଅଞ୍ଚଳର ସପନଙ୍କ ଶାଳକ ବିଶ୍ୱଜିତ ଅଧିକାରୀ ଏବଂ ପଡ଼ୋଶୀ ହଜାରି ଢାଲି। ସପନଙ୍କ ଘର ଉମରକୋଟ ଡିଏନ୍‌କେ ଅଞ୍ଚଳରେ ହୋଇଥିବାବେଳେ ସେ ରାଇଘର ତହସିଲରେ ସୁପରଭାଇଜର ଥିଲେ।
ସୂଚନା ଅନୁଯାୟୀ, ସପନଙ୍କ ସମେତ ୪ ଜଣ ଶନିବାର ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ କାର୍‌(ଓଡି ୨୪ ସି ୧୭୦୫) ଯୋଗେ କାଙ୍କେର ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ରାତିରେ କଣ୍ଡାଗାଁ ସ୍ଥିତ ଶାଳକଙ୍କ ଘରେ ରାତ୍ରିଯାପନ ପାଇଁ ଫେରୁଥିଲେ। ରବିବାର ସକାଳେ ସେମାନେ ଉମରକୋଟ ଫେରିବାର ଥିଲା। ସପନଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଆଉ ଦୁଇଟି କାର୍‌ରେ ଭୋଜିରୁ କଣ୍ଡାଗାଁ ଫେରୁଥିଲେ। ହେଲେ ଅନ୍ୟ ଦୁଇ କାର୍‌ ରାତିରେ କଣ୍ଡାଗାଁରେ ପହଞ୍ଚିଥିଲେ ମଧ୍ୟ ସପନ ପହଞ୍ଚତ୍ ନ ଥିଲେ। ପରିବାର ଲୋକେ ସପନଙ୍କ ସମେତ ତାଙ୍କ ଗାଡ଼ିରେ ଥିବା ଅନ୍ୟ ୩ ଜଣଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ସପନଙ୍କ ପୁଅ ନବୋଜିତ ଖବର ପାଇ ରବିବାର କଣ୍ଡାଗାଁ ଯାଇ ସମ୍ପର୍କୀୟଙ୍କ ଶହ ମିଶି ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ସେମାନଙ୍କୁ ମାଓବାଦୀ ଅପହରଣ କରି ନେଇଥିବା ସନ୍ଦେହ କରିଥିଲେ। ସମ୍ପର୍କୀୟ ରୀନା ଦତ୍ତ କାଙ୍କେର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। କାଙ୍କେର ପୋଲିସ ମୋବାଇଲ ଟ୍ରାକ୍‌ କରିବାରୁ ଜାତୀୟ ରାଜପଥ ପାର୍ଶ୍ୱ ପେଟ୍ରେଲ ପମ୍ପଠାରୁ ୫ କି.ମି. ପରେ କାର୍‌ରେ ଥିବା ସମସ୍ତଙ୍କ ମୋବାଇଲ ବନ୍ଦ ହୋଇଥିବା ଜାଣିବାକୁ ପାଇଥିଲା। ଉକ୍ତ ସ୍ଥାନକୁ ଯାଇ ତଦନ୍ତବେଳେ ରାସ୍ତାପାର୍ଶ୍ୱ ଜମିରେ ଥିବା ପରିତ୍ୟକ୍ତ କୂଅରେ ସପନଙ୍କ କାର୍‌ ଖସି ପଡ଼ିଥିବା ଦେଖିଥିଲେ। ଛତିଶଗଡ଼ ଅଗ୍ନିଶମ ବାହିନୀ ଏବଂ ପୋଲିସର ମିଳିତ ଉଦ୍ୟମରେ ସମ୍ପର୍କୀୟଙ୍କ ଉପସ୍ଥିତିରେ କ୍ରେନ୍‌ ସହାୟତାରେ କୂଅରୁ କାର୍‌ଟିକୁ ବାହାର କରାଯାଇଥିଲା। ବନ୍ଦ କାର୍‌ ମଧ୍ୟରେ ବସିଥିବା ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ

ରିଆମାଳ, ୨୧।୧୨(ଡି.ଏନ୍‌.ଏ.) ଦେବଗଡ ଜିଲା ରିଆମାଳ ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜାତୀୟ କଂଗ୍ରେସର ଦଳକୁ ମଜବୁତ କରିବା ପାଇଁ ବ୍ଲକ ସ୍ତରୀୟ ସାଙ୍ଗଠନିକ...

୮ ଶ୍ରେଣୀ ପାଇଁ ୪ ଶିକ୍ଷକ

ବାହାନଗା,୨୭ା୨(ଡି.ଏନ.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଳକ ପଥରପେଣ୍ଠ ପଞ୍ଚାୟତର ଶିବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ବିଦ୍ୟାଳୟରେ ୮ ଶ୍ରେଣୀ ନିମନ୍ତେ...

ଫେବୃୟାରୀ ୧୩ରୁ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୨୬ା୧: ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନ ହେଲେ ହେଁ ଷ୍ଟେଟ ଆନଭାର୍ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ), ଠିକାସଂସ୍ଥା ଏନ୍‌ବିସିସି ଓ ପରିବେଶ, ଜଙ୍ଗଲ...

୧୬ ଦିନ ଭେଣ୍ଟିଲେଟରରେ ବିରୋଧୀ ଦଳ ନେତା:ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନାରେ ସଂକ୍ରମିତ ହୋଇ ଗତ ୧୬ ଦିନ ହେବ ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱର ଏମ୍ସରେ...

ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ

ଛେଣ୍ଡିପଦା,୧୪ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଜରପଡା ଓ ଅନୁଗୋଳ ବନାଞ୍ଚଳର ସୀମାନ୍ତ ରେଞ୍ଜ ଅଞ୍ଚଳରେ ଅସୁସ୍ଥ ହୋଇ ବୁଲୁଥିବା ଏକ ମାଈ ହାତୀକୁ ସୋମବାର ବନ ବିଭାଗ...

ରାଜଧାନୀରେ ପୋଲିସ-ଅପରାଧୀ ମୁହାଁମୁହିଁ : ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନାଞ୍ଚଳରେ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଆରମ୍ଭ କରିଛି ଅପରେଶନ ଏନ୍‌କାଉଣ୍ଟର। ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର କରିିଛି। ଶନିବାର...

ଗଞ୍ଜାମକୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର: ନିର୍ଦ୍ଦେଶ ଦେଲେ ଜ଼ିଲାପାଳ

ଛତ୍ରପୁର, ୨୩।୯(ଡି.ଏନ.ଏ): ଗଞ୍ଜାମରେ କରୋନା ସ୍ଥିତିରେ ବେଶ୍‌ ସୁଧାର ଆସିଛି । ଏନେଇ ଜ଼ିଲାବାସୀଙ୍କୁ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ଧନ୍ୟବାଦ...

ଯାଜପୁରରେ ନିର୍ବାଚନୀ ହିଂସା : ବନ୍ଧା ହେଲେଣି ୯୮

ଯାଜପୁର ଅଫିସ, ୨୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଯାଜପୁର ଜିଲାରେ ଏହା ପୂର୍ବରୁ ହୋଇଥିବା ଅନ୍ୟ...

Advertisement
Archives

Model This Week