ଦୋକାନରେ ପଶିଲା ଗାଡ଼ି

ବରଗଡ଼ ଅଫିସ୍‌,୧୦।୧୦ ବରଗଡ଼ ସହର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ବେପରୁଆ ଗାଡ଼ି ଚାଳନା ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରବିବାର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବ୍ଲକ ଅଫିସ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଗାଡ଼ି ରାସ୍ତାପାର୍ଶ୍ୱ ଦୋକାନ ଭିତରକୁ ଧସେଇ ପଶି ଓଲଟି ପଡ଼ିଥିଲା। ଏଥିରେ ଜଣେ ନାବାଳକ ଆହତ ହୋଇଥିଲେ। ଗାଡ଼ି ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଥାନାକୁ ନେଇଥିଲା। ସେହିପରି ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା।