ନନ୍ଦପୁର/ପାଡୁଆ,୩୦ା୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର-ହାଣ୍ଡିପୁଟ ସଂଯୋଗୀ ଏମ୍ଡିଆର ୫୫ ରାସ୍ତାର ଭେଜା ରେଳ ଷ୍ଟେଶନ ନିକଟ ରାସ୍ତାରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ କାର ଚାଳକ ଓ ସହଯାତ୍ରୀ ଶୁକ୍ରବାର ଗୁରୁତର ହୋଇଛନ୍ତି। ପାଡୁଆ ପଟୁ ଆସୁଥିବା କାର(ଏପି୩୧ ସିଡବ୍ଲୁ ୫୨୮୬) ରାସ୍ତାକଡ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଚାଳକ ଯତୀନ ଖିଲ ଓ ଜଣେ ସହଯାତ୍ରୀ ଗୁରୁତର ହୋଇଥିଲେ। ପାଡୁଆ ପୋଲିସ ଏସ୍ଆଇ ଦୀପକ ବାରିକଙ୍କ ନେତୃତ୍ୱାଧୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଲମତାପୁଟ ଆଶାକିରଣ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।