କାର ରେସିଂ ସମୟରେ ଦର୍ଶକଙ୍କ ଭିତରକୁ ମାଡିଗଲା କାର, ୭ ମୃତ, ୨୩ ଆହତ

କଲମ୍ବୋ,୨୧।୪: ରବିବାର ଶ୍ରୀଲଙ୍କାର ଉଭା ପ୍ରଦେଶରେ ଏକ ମୋଟର କାର ରେସିଂ ଇଭେଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ସମୟରେ ଏକ କାର ଦର୍ଶକଙ୍କୁ ଦଳି ଦେଇଥିଲା। ଏହି ଦୁର୍ଘଟଣାରେ ଶିଶୁ ସମେତ ଅତି କମରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ୨୩ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ।
ପୋଲିସର ସୂଚନାନୁସାରେ, ଦିୟାଥଲାଭାର ସେଣ୍ଟ୍ରାଲ ହିଲ ରିସର୍ଟରେ ଏକ ରେସିଂ ଇଭେଣ୍ଟ ଆୟୋଜନ କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ, ଅଂଶଗ୍ରହଣକାରୀ ଥରେ ଟ୍ରାକରୁ ଓହ୍ଲାଇ ଦର୍ଶକଙ୍କୁ ଦଳି ଦେଇ ଆଗକୁ ଯାଇଥିଲେ। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ଜଣ ଆହତ ହୋଇଛନ୍ତି।
ଏହି ଦୁର୍ଘଟଣାରେ ୨୩ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ୭ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁଖପାତ୍ର ନିହାଲ ଥାଲଡୁଆ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ ୮ବର୍ଷର ବାଳକ ଏବଂ ଚାରିଜଣ ଟ୍ରାକ ଆସିଷ୍ଟାଣ୍ଟ ଅଛନ୍ତି। ମୋଟ ୨୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share