୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର ଏହି ଅଦ୍ଭୁତ କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାତ୍ର ଏହା ଗ୍ରାହକଙ୍କ ସୁରକ୍ଷା ପାଇଁ କରାଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଏହା ଏକ ଦୁର୍ଘଟଣା ପରୀକ୍ଷଣ। ଏହାକୁ ଆଧାର କରି ଉଦ୍ଧାରକାରୀମାନେ ବିପଜ୍ଜନକ ଦୁର୍ଘଟଣା ପରିସ୍ଥିତିର ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ସକ୍ଷମ ହେବେ। ସାଧାରଣତଃ ଦୁଇ ଉଦ୍ଧାରକାରୀଙ୍କ ତାଲିମ ପାଇଁ ଦୁଇ ଦଶନ୍ଧି ଧରି ପୁରୁଣା କାର୍‌ ଦିଆଯାଏ। ମାତ୍ର ଏଥର ଭଲଭୋ ଏକ ନୂତନ କାର୍‌ ସହିତ କ୍ରାସ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି।


କମ୍ପାନୀ ଏକ ଟୁଇଟ୍‌ ଶେୟର କରିଛି। ଯେଉଁଥିରେ ଏହି କାର୍‌ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ୟାପଶନରେ ଲେଖାଯାଇଛି, ଆମେ ଆମର ଜରୁରିକାଳୀନ ସେବା ପାଇଁ ନୂତନ ଟେକ୍ନୋଲୋଜି ଲଞ୍ଚ କରିବାକୁ ଚାହୁଁଛୁ। ଯାହା ଦୁର୍ଘଟଣାରେ ଆହତମାନଙ୍କୁ ବିପଜ୍ଜନକ ଅବସ୍ଥାରୁ ସହଜରେ କଢ଼ାଯାଇପାରିବ। ସେଥିପାଇଁ ଆମେ ଆମର ସ୍ତରକୁ ଆଉ ଟିକେ ବଢ଼ାଇଛୁ।

କମ୍ପାନୀ କହିଛି ଯେ, ସଡ଼କ ଦୁର୍ଘଟଣାର ମୃତାହତଙ୍କୁ କିପରି ତୁରନ୍ତ କାର୍‌ରୁ ବାହାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯିବ ସେନେଇ ରଣନୀତି ପ୍ରସ୍ତୁତ ହେବ। ଏହାବ୍ୟତୀତ ଏକ ଗମ୍ଭୀର ପରିସ୍ଥିତିର ମଧ୍ୟ ସହଜରେ ମୁକାବିଲା ହୋଇପାରିବ।
ଭଲଭୋ ଏପର୍ଯ୍ୟନ୍ତ ଏହି କ୍ରାସ୍‌ ପରୀକ୍ଷଣ ପାଇଁ ୧୦ଟି ବ୍ରାଣ୍ଡର ନୂଆ କାର୍‌ ବ୍ୟବହାର କରିଛି। ଏହି ପ୍ରକ୍ରିୟା ସମୟରେ ଭଲଭୋ କାର୍‌ଗୁଡ଼ିକର ଇଞ୍ଜିନିୟରମାନେ ନିଷ୍ପତ୍ତି ନେଇଛନ୍ତି, କାର୍‌ ଖସିବା ପୂର୍ବରୁ କେତେ ଚାପ ପଡ଼ିବ ଏବଂ ଏହା ଦ୍ୱାରା କେତେ କ୍ଷୟକ୍ଷତି ହେବ ସେ ସମ୍ପର୍କରେ ସଠିକ୍‌ ତଥ୍ୟ ସଂଗ୍ରହ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri