ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ କେନାଲ କଡ଼ ରାସ୍ତାରେ ଗୁରୁବାର ଏକ କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ।

ଶଟସର୍କିଟ ଯୋଗୁ କାରରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପାଖ ଦୋକାନରୁ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ କାର୍ର ସମ୍ମୁଖ ଭାଗ ଜଳିଯାଇ କ୍ଷତିଗ୍ରସ୍ତ ହୋଇଛି।


