କାର ବୋମା ବିସ୍ଫୋରଣ: ୯ ମୃତ

କାବୁଲ,୨୦।୧୨: ଆଫଗାନିସ୍ତାନରେ ରବିବାର କାର୍‌ ବୋମା ବିସ୍ଫୋରଣ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାବୁଲରେ ସଂସଦ ସଦସ୍ୟ ଖାଁ ମହମ୍ମଦ ଓ୍ବାରଡ଼ାକଙ୍କୁ ଲକ୍ଷ୍ୟ କରି ବିସ୍ଫୋରଣ ଘଟାଯାଇଥିବା ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମସୁଦ ଅନ୍ଦାରାବି ସୂଚନା ଦେଇଛନ୍ତି। ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରିଛନ୍ତି।

Share