କାର୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଆହତ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା ପରାସେଠ୍‌ ହୋଇଥିବା ସୂଚନା।

ବୁଧବାର ମାଳିପଡ଼ା ଅଞ୍ଚଳର ଦୁଇଜଣ ଯୁବକ କୌଣସି ଏକ କାମରେ ବାଲିଗୁଡ଼ା ଅଭିମୁଖେ ବାହାରିଥିଲେ। କୁର୍ତ୍ତମଗଡ଼ ନିକଟସ୍ଥ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଯାଉଥିବା ଏକ କାର୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜିହୁଦା ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିହୁଦାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।