ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ, ଚାଲିଗଲା ୬ ଜୀବନ

ନୂଆପଡା ଅଫିସ,୧।୩: ମହାଶିବରାତ୍ରିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକା ବେଳକେ ଚାଲିଯାଇଛି ୬ ଜଣଙ୍କ ଜୀବନ। ଏଭଳି ଭୟଙ୍କର ଘଟଣା ଘଟିଛି ନୂଆପଡା ଜିଲାର। ନୂଆପଡାରୁ ପଦ୍ମପୁର ଯିବା ରାସ୍ତାରେ ସୁନସୁନିଆ ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ତେବେ କାର୍‌ରେ ଥିବା ସମସ୍ତ ୬ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଛତିଶଗଡର ମହାସମୁନ୍ଦ ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।