ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦ ରେ ଏକ କାରରେ ସିବିଏସଇ ଦଶମ ପରୀକ୍ଷା ଦେବାକୁ ଯିବା ବେଳେ ରାସ୍ତାରେ ସିରିଜ୍ ଦୁର୍ଘଟଣା ହୋଇଛି । ଦୁଇଜଣ ପରୀକ୍ଷାର୍ଥୀ ସମେତ ଛଅ ଜଣ ଆହତ ହୋଇଛନ୍ତି । ଘଟଣାଟି ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ନିକଟ ଏନଏଚ ୨୦ରେ ଦୁର୍ଘଟଣା ହୋଇଛି । ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ପୋଲିସ ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନାରେ ଚିକିତ୍ସିତ କରି ପରୀକ୍ଷା କେନ୍ଦ୍ରରେ ଛାଡ଼ି ଦେଇଛନ୍ତି। ସେମାନଙ୍କ ଅବସ୍ଥା ଭଲ ଅଛି ଏବଂ ସେମାନେ ସ୍ଵାଭାବିକ ଭାବେ ପରୀକ୍ଷା ଦେଉଛନ୍ତି ବୋଲି ଥାନା ଅଧିକାରୀ ସ୍ୱରୂପ ରଞ୍ଜନ ନାୟକ କହିଛନ୍ତି।
ପ୍ରକାଶ ଯେ ଆଜି ଝୁମ୍ପୁରା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର ପରୀକ୍ଷା ଦେବାକୁ ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିଆମ୍ ପବ୍ଲିକ ସ୍କୁଲକୁ ଏକ କାରରେ ଯାଉଥିଲେ । ଏନଏଚ ରାସ୍ତା ମରାମତି ଚାଲିଥିବାରୁ ଅର୍ଶଳାରୁ ରିମୁଳିରେ ଗୋଟିଏ ପଟୁ ଗାଡ଼ି ଯିବାଆସିବା କରୁଛି । ଏଣୁ ଉକ୍ତ ସ୍ଥାନରେ ହଠାତ୍ ଏକ ଲୁହା ପଥର ବୋଝେଇ ଟ୍ରେଲର ଆଗ ପଟୁ ଆସିଥିଲା। ଟ୍ରେଲରଟି କାରକୁ ବଞ୍ଚାଇବା ପାଇଁ ସାମାନ୍ୟ ସାଇଡ କରିବାରୁ ହଠାତ୍ ଡାଲା ଓଲଟି ପଡିଥିଲା। ଫଳରେ ଡାଲା ବାଜି କାରଟି କ୍ଷତଗ୍ରସ୍ତ ହୋଇଥିଲା। କାରଟି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଗାଡ଼ିରେ ବସିଥିବା ଦୁଇ ଛାତ୍ର ସାମାନ୍ୟ ଆହତ ହୋଇ ଅଳ୍ପକେ ବଡ ଅଘଟଣରୁ ବର୍ତ୍ତି ଯାଇଥିଲେ ।

କାର ଚାଳକ ମଧ୍ୟ ଆହତ ହୋଇ ଥିବା ବେଳେ ତାଙ୍କୁ ପ୍ରଥମେ ଚମ୍ପୁଆ ଓ ପରେ କେନ୍ଦୁଝରକୁ ଅଧିକ ଚିକିତ୍ସା ପାଇଁ ପଠେଇ ଦିଆଯାଇଛି । ଅନ୍ୟ ପକ୍ଷରେ କାର ପଛରେ ଆସୁଥିବା ଏକ ବୁଲେଟ ହଠାତ୍ ଦୁର୍ଘଟଣା ଯୋଗୁଁ ଭାରସାମ୍ୟ ହରାଇ କାର ପଛରେ ପିଟିଦେବାରୁ ଦୁଇ ବୁଲେଟ ଆରୋହୀ ଆହତ ହୋଇଥିବା ଜଣା ପଡ଼ିଛି। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଭୟ ସୃଷ୍ଟି ହୋଇଥିବା ବେଳେ ଦୁର୍ଘଟଣା ପରେ ଯାତାୟତ ବନ୍ଦ ହୋଇ ଯାଇଥିଲା। ଦଶମ ପରୀକ୍ଷା ଚାଲିଥିବା ବେଳେ ଲୁହ ପଥର ଗାଡ଼ି ଚଳାଚଳ ଉପରେ କଟକଣା କରାଯାଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri