କାର୍‌ ଦୁର୍ଘଟଣା, ୩ ଗୁରୁତର

ପୋଲସରା/ବୁଗୁଡ଼ା,୧୧ା୪( ଡି.ଏନ.ଏ. ): ପୋଲସରା ବ୍ଲକ ବିରିପୁର ଛକ ନିକଟ ତଥା ବୁଗୁଡ଼ା ଥାନାଞ୍ଚଳରେ ମଙ୍ଗଳବାର ଏକ କାର୍‌ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ବୁଗୁଡ଼ା ଓ ପୋଲସରାରେ ରହୁଥିବା ମଧୁସ୍ମିତା ପାତ୍ର, ସର୍ଣ୍ଣଲତା ପାତ୍ର ଓ ଝୁନୁଲତା ପାତ୍ର।

ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ପରିବାର ସିମାଞ୍ଚଳ ଦର୍ଶନ ସରିଲା ପରେ ଟ୍ରେନ୍‌ ଯୋଗେ ବ୍ରହ୍ମପୁର ଫେରି ସେଠାରୁ ନିଜ କାର୍‌ ଯୋଗେ ବୁଗୁଡ଼ା ଫେରୁଥିଲେ। ସେହି ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଆହତମାନଙ୍କୁ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେତୁ ପ୍ରାଥମିକ ଚିକିତ୍ସା ପରେ ଆହତ ସମସ୍ତଙ୍କୁ ଅଧିକ ଚିକିତ୍ସା ଲାଗି ବ୍ରହ୍ମପୁର ପଠାଇ ଦିଆଯାଇଛି।