Categories: Home Leftଖେଳ

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ ଏହି ସିରିଜ୍‌ରେ ଭାରତ ଫେଭରାଇଟ୍‌ ନୁହେଁ, ବରଂ ଉଭୟ ଦଳ ପାଖରେ ସିରିଜ୍‌ ଜିତିବା ପାଇଁ ସମାନ ସୁଯୋଗ ରହିଛି। ଲଗାତର ଦୁଇ ଥର ଟି୨୦ ବିଶ୍ୱକପ୍‌ ବିଜେତା ଭାରତ ନୂଆ ଅଧିନାୟକ ଶ୍ରେୟସ ଆୟାରଙ୍କ ନେତୃତ୍ୱରେ ପ୍ରଥମେ ଆୟର୍ଲାଣ୍ଡଠାରୁ ୨-୦ରେ ଓ ଇଂଲଣ୍ଡଠାରୁ ୪-୦ରେ ପରାସ୍ତ ହୋଇଛି। ଏହାପରେ ଭ୍ରମଣକାରୀ ଦଳ ଇଂଲଣ୍ଡଠାରୁ ଦିନିକିଆ ସିରିଜ୍‌ରେ ମଧ୍ୟ ପରାସ୍ତ ହୋଇଛି।

ଭାରତ ଓ ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସମାନ ସୁଯୋଗ ରହିଛି। ମୁଁ ନିଶ୍ଚିତ ଯେ, ଏହି ସିରିଜ୍‌ ଖୁବ ଏଣ୍ଟରଟେନିଂ ହେବ। କାରଣ ଜିମ୍ବାଓ୍ବେ ନିକଟ ଅତୀତରେ ସ୍ଥିର ଓ ପ୍ରଶଂସକଙ୍କ ମନ ଜିତିଲା ଭଳି ପ୍ରଦର୍ଶନ କରିଛି। ହଁ, ଭାରତୀୟ ଦଳ ଏବେ ଟ୍ରାଞ୍ଜିଶନ ସମୟ ଦେଇ ଗତିକରୁଛି। ଏହି ସିରିଜ୍‌ରେ ଆହୁରି କିଛି ନୂଆ ଖେଳାଳି ଖେଳିବେ। କିନ୍ତୁ ଏହି ସିରିଜ୍‌ ଏକତରଫା ହେବ ନାହିଁ ’ ବୋଲି ରାଜା କହିଛନ୍ତି।

ଗତ ଫେବୃଆରୀରେ ଟି୨୦ ବିଶ୍ୱକପ୍‌ରେ ଜିମ୍ବାଓ୍ବେ ୨୩ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ମରଣୀୟ ବିଜୟ ହାସଲ କରିଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ସିରିର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ସମାନ ଭେନ୍ୟୁରେ ଯଥାକ୍ରମେ ୨୫ ଓ ୨୬ ତାରିଖରେ ଖେଳାଯିବ।