ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଏବଂ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ସହାୟତାରେ ଏକ ବଡ଼ ଦୁର୍ଘଟଣାକୁ ଟଳାଯାଇ ପାରିଛି।
‘ଫ୍ଲାଇଦୁବାଇ’ (Flydubai) ରେ କାର୍ଯ୍ୟରତ ଭାରତର ସ୍ମିତ ମଚ୍ଚାରଙ୍କ ଦରମାର ପ୍ରକୃତ ତଥ୍ୟ ସାର୍ୱଜନୀନ ଭାବେ ଉପଲବ୍ଧ ନାହିଁ। କିନ୍ତୁ ଏୟାରଲାଇନ୍ସ ନିଜ କର୍ମଚାରୀଙ୍କୁ ଯେଉଁ ବେତନ ସଂରଚନା (Pay Structure) ଅନୁଯାୟୀ ଦରମା ଦେଇଥାଏ, ସେହି ହିସାବରେ ତାଙ୍କ ଦରମାର ଏକ ଆକଳନ କରାଯାଇପାରେ:
ଭାରତୀୟ ନାଗରିକ କ୍ୟାପଟେନ ସ୍ମିତ ମଚ୍ଛର ବିଗତ ଚାରି ବର୍ଷ ଧରି ଫ୍ଲାଇଦୁବାଇ ସହିତ ଜଡ଼ିତ ରହିଛନ୍ତି, ଯାହା ଦୁବାଇ ସରକାରଙ୍କ ଏକ ବଜେଟ ଏୟାରଲାଇନ୍ସ। ଏହା ପୂର୍ୱରୁ ସେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ’ସ୍ପାଇସ୍ଜେଟ’ (SpiceJet) ପାଇଁ କାର୍ଯ୍ୟ କରିଥିଲେ।
କ୍ୟାପଟେନ ମଚ୍ଛରଙ୍କ ପାଖରେ ବୋଇଂ ୭୩୭ (Boeing 737) ବିମାନ ଚଳାଇବାର ୧୩ ବର୍ଷରୁ ଅଧିକ ଅନୁଭବ ରହିଛି। ସେ ଲାଇନ ଟ୍ରେନିଂ କ୍ୟାପଟେନ ଭାବେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କ ନାମରେ ୯,୭୫୦ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ରେକର୍ଡ ରହିଛି।
କ୍ୟାପଟେନ ମଚ୍ଛର ୨୦୧୧ରେ ସ୍ପାଇସ ଜେଟ୍ରେ ଯୋଗ ଦେଇଥିଲେ ଏବଂ ସେଠାରେ ଲାଇନ ଟ୍ରେନିଂ କ୍ୟାପଟେନ ତଥା ସିନିୟର କମାଣ୍ଡର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ପରେ ଜୁନ ୨୦୨୨ରେ ସେ ସ୍ପାଇସ୍ଜେଟ ଛାଡ଼ି ଡାଇରେକ୍ଟ ଏଣ୍ଟ୍ରି କ୍ୟାପଟେନ ଭାବରେ ଫ୍ଲାଇଦୁବାଇରେ ଯୋଗ ଦେଇଥିଲେ।