Categories: ଖେଳ

ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଲେ ରୋହିତ ଶର୍ମା, ଦିନିକିଆ ବିଶ୍ୱକପରେ ମାରିଲେ ସର୍ବାଧିକ ଛକା

ମୁମ୍ବାଇ,୧୫।୧୧: ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ମେଗା ଇଭେଣ୍ଟ ଇତିହାସରେ ୩୬ ବର୍ଷୀୟ ରୋହିତ ୫୦ ଟି ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ୨୭ ଟି ମ୍ୟାଚରୁ ୪୯ ଟି ଛକା ମାରିଥିବା ଗେଲଙ୍କୁ ଅତିକ୍ରମ କରିଛନ୍ତି।

ଏହା ସହିତ ବିଶ୍ୱକପର ଗୋଟିଏ ସଂସ୍କରଣରେ ରୋହିତ ମଧ୍ୟ ସର୍ବାଧିକ ୨୭ଟି ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ପୂର୍ବରୁ ୨୦୧୫ ଟୁର୍ନାମେଣ୍ଟର ସଂସ୍କରଣରେ ୬ ଟି ମ୍ୟାଚରୁ ୨୬ ଛକା ମାରିଥିଲେ କ୍ରିସ୍ ଗେଲ।

ତେବେ ଦ୍ରୁତ ଗତିରେ ବ୍ୟାଟିଂ କରୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୪ ଟି ଚୌକା ଓ ଚାରି ଛକା ସହାୟତାରେ ୨୯ ବଲରେ ୪୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। କିୱି ଅଧିନାୟକ କେନ୍ ୱିଲିୟମସନ ରୋହିତ ଶର୍ମାଙ୍କ ଚମତ୍କାର କ୍ୟାଚ୍ ନେଇଥିଲେ।

Share