Categories: ଖେଳ

ଖେଳାଳିଙ୍କ ନାଁ ଭୁଲିଗଲେ ରୋହିତ ଶର୍ମା

ବର୍ମିଂହାମ,୯।୭: ଖେଳାଳିଙ୍କ ନାଁ ଭୁଲିଗଲେ ଅଧିନାୟକ ରୋହିତ ଶର୍ମା। ଶନିବାର ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ର ଟସ୍‌ ସମୟରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ମ୍ୟାଚ୍‌ ଆରମ୍ଭରୁ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ୍‌ ଜିତିଥିଲେ। ସେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଉଭୟ ଅଧିନାୟକଙ୍କୁ ଦଳ ପରିବର୍ତ୍ତନ ନେଇ ପ୍ରଶ୍ନ କରାଯାଇଥିଲା। ଜବାବରେ ରୋହିତ ଶର୍ମା କୋହଲି ଦଳକୁ ଫେରିଥିବା କହିଥିଲେ। ତାଙ୍କ ଛଡ଼ା ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍‌ରାଙ୍କୁ ମଧ୍ୟ ସୁଯୋଗ ମିଳିଥିବା କହିଥିଲେ। ହେଲେ ଚତୁର୍ଥ ଖେଳାଳିଙ୍କ ନାମ ଭୁଲି ଯାଇଥିଲେ, ଯିଏ କି ଋଷଭ ପନ୍ତ ଥିଲେ।

କହିରଖୁଛୁ, ପ୍ରଥମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ହାରିଥିବାରୁ ଆଜି ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଛି। ତାଇମଲ ମିଲ୍ସଙ୍କ ବଦଳରେ ଡାଭିଡ ୱିଲ୍ଲୀ ଦଳକୁ ଫେରିିଛନ୍ତି। ସେହିପରି ରେସି ଟପଲେଙ୍କ ବଦଳରେ ରିଚାର୍ଡ ଗ୍ଲିସନ ସୁଯୋଗ ପାଇଛନ୍ତି। ଅନ୍ୟପକ୍ଷରେ ଭାରତ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛନ୍ତି। ଦଳର ୪ ବରିଷ୍ଠ ଖେଳାଳି ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆଜିର ମ୍ୟାଚ ଖେଳିବେ। ଏମାନଙ୍କୁ ପ୍ରଥମ ଟି-୨୦ରେ ବିଶ୍ରାମ ମିଳିଥିଲା।

Share