Categories: ଖେଳ

ଏହି ଖେଳାଳି ମୋ’ ଟିମ୍‌ର ଅସଲି ହିରୋ: ରୋହିତ

ନୂଆଦିଲ୍ଲୀ,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ପ୍ରଥମେ ନ୍ୟୁଜିଲାଣ୍ଡ ପରେ ଏବେ ଶ୍ରୀଲଙ୍କାକୁ ମଧ୍ୟ ଟି-୨୦ ସିରିଜରେ ପରାସ୍ତ କରିଛି ଭାରତ। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇବା ପରେ ସିରିଜକୁ ୨-୦ରେ କବ୍ଜା କରିଛି ଭାରତ। ତେବେ ଏହି ମ୍ୟାଚ୍‌ରେ ଶ୍ରେୟାସ ଆୟାର ଏବଂ ରବିନ୍ଦ୍ର ଜାଡ଼େଜା ହିରୋ ପାଲଟିଥିଲେ। ମ୍ୟାଚ୍‌ ପରେ ଅଧିନାୟକ ରୋହିତ ମଧ୍ୟ ଅନେକଙ୍କର ଭୁରି ପ୍ରଶଂସା କରିଛନ୍ତି।

ରୋହିତ କହିଛନ୍ତି, ଆମ ପାଖରେ ବହୁତ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି। ଆମେ ତାଙ୍କୁ ସୁଯୋଗ ଦେବୁ। ସେମାନେ ଏହାର ଲାଭ କିଭଳି ଉଠାଇବେ ସେ ନେଇ ଚେଷ୍ଟା କରିବାକୁ ହେବ। ସଞ୍ଜୁ ସାମସନ କେତେ ଭଲ ଖେଳି ପାରିବେ ତାହା କରି ଦେଖାଇଛନ୍ତି। କିଛି ଦିନ ଧରି ଟିମ୍‌ରେ ଏବଂ ପାଖରେ ରହୁଥିବା ଖେଳାଳିଙ୍କ ପ୍ରତି ଧ୍ୟାନ ଦେବାର ଏବେ ସମୟ ଆସିଛି। କାରଣ ସମସ୍ତଙ୍କ ପାଖରେ କ୍ଷମତା ରହିଛି। ଆମକୁ ତାଙ୍କୁ ସୁଯୋଗ ଦେବାକୁ ହେବ। ଶ୍ରେୟସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତାଙ୍କଠାରୁ ଅଧିକ କିଛି ଆଶା କରିପାରି ନ ଥାନ୍ତି। ଜାଡେଜା ମଧ୍ୟ ଭଲ ଖେଳିଥିବା ରୋହିତ କହିଛନ୍ତି। ଏହାଝଡ଼ା ମ୍ୟାଚ୍‌ରେ ସେତେଟା ଭଲ ପ୍ରଦର୍ଶନ କରି ନ ଥିଲେ ହେଁ ବୋଲରଙ୍କ କ୍ଷମା କରିଛନ୍ତି ରୋହିତ।

Share