ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି।
ଦଳର ଜର୍ସିରେ ପରିବର୍ତ୍ତନ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ୨୦୧୩-୧୪ରେ ଆମେ ହଳଦିଆ ଜର୍ସିରେ ଖେଳିଥିଲୁ। ତା’ ପରଠାରୁ ଆମେ ହାଲକା ନୀଳ ଓ ପରେ ଘନ ନୀଳ ରଙ୍ଗ ଜର୍ସିରେ ଖେଳୁଥିଲୁ। ଏଥର ଆମେ ସାଫ୍ରନ ରଙ୍ଗ ବାଛିଛୁ। ଏହା ପଛରେ କିଛି ଟେକନିକାଲ କାରଣ ରହିଥିବା କହିଛନ୍ତି।
ଜର୍ସି ରଙ୍ଗରେ ପରିବର୍ତ୍ତନକୁ ନେଇ ଆମେ ଖୁସି। ଆଜି ପ୍ରାକ୍ଟିସ ମ୍ୟାଚ୍ ଥିଲା ଏବଂ ଆମେ ଆମର ଅଫିସିଆଲ କିଟ୍ ପିନ୍ଧି ଖେଳିଥିଲୁ, ଯାହାକି ଆମେ ବିଶ୍ୱକପ୍ରେ ପିନ୍ଧିବୁ। ମୋ ମତରେ ପରବର୍ତ୍ତୀ ଜର୍ସି ରଙ୍ଗକୁ ନେଇ ସମ୍ପୂର୍ଣ୍ଣ ଦଳ ଖୁବ ସକରାତ୍ମକ ଅନୁଭବ କରୁଛି ଏବଂ ଏହାକୁ ନେଇ ଆମେ ଉତ୍ସାହିତ ଅଛୁ’ ବୋଲି ହରମନପ୍ରୀତ କହିଛନ୍ତି।