Categories: ଜାତୀୟ

ଭାଜପାରେ ଯୋଗ ଦେବେ କ୍ୟାପଟେନ ଅମରିନ୍ଦର ସିଂ!

ଚଣ୍ଡିଗଡ଼,୨୮ ।୯: ପଞ୍ଜାବରେ ରାଜନୈତିକ ଟଣା ଓଟରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଇତିମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଙ୍ଗଳବାର ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ୍ କରିବେ ବୋଲି ଜଣାପଡିଛି । ଏହା ଜଣାପଡିବା ପରେ ଏବେ ସାରା ଦେଶର ରାଜନୀତି ହେଉଛି ସରଗରମ । ଆଲୋଚନା ହେଲାଣି କି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହୁଏତ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଭାଜପାରେ ଯୋଗ ଦେଇ ପାରନ୍ତି । ବହୁ ବାଦ ବିବାଦ ପରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ତେବେ ସେ ପୂର୍ବରୁ କହିଥିଲେ କି ପଞ୍ଜାବରେ ସେ ନବଜୋତ ସିଂ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବେନି । ହେଲେ ଏବେ ସେ ଦଳ ଛାଡିବାକୁ ନେଇ ଚର୍ଚ୍ଚା ହେଲାଣି ।

Share