Categories: ଜାତୀୟ

ପଞ୍ଜାବରେ କ୍ୟାପଟେନଙ୍କ ଅଫର ଭାଜପା ପାଇଁ ହୋଇପାରେ ଗେମ ଚେଞ୍ଚର

ଚଣ୍ଡିଗଡ଼,୨୧ ।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳ ଛାଡି ନିଜର ନୂଆ ଦଳ ଗଢିବେ ବୋଲି ଘୋଷଣା କରି ସାରିଛନ୍ତି । ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ଲଢିବେ ବୋଲି ଜଣାପଡିଛି । ଗତ କିଛିଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବଡ ବଡ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ସହ ଅମରିନ୍ଦରଙ୍କ ସାକ୍ଷାତ୍‌କାର ସମ୍ଭାବିତ ମେଣ୍ଟ ଆଡକୁ ଇସାରା କରୁଛି ବୋଲି କୁହାଯାଉଛି । ଗୋଟିଏ ପଟେ ପଞ୍ଜାବରେ ଏକେଲା ଭାଜପା କୌଣସି ଓଲଟ ପାଲଟ କଲା ଭଳି ନଜର ଆସୁ ନ ଥିବା ବେଳେ କ୍ୟାପଟେନଙ୍କ ସହ ମିଶି ହୁଏତ ଦଳ ନିଜର ଉପସ୍ଥିତିକୁ ମଜଭୁତ କରିପାରେ ବୋଲି କୁହାଯାଉଛି । ତେଣୁ ଅମରିନ୍ଦରଙ୍କ ଅଫର ପଞ୍ଜାବ ରାଜନୀତିରେ ଗେମ ଚେଞ୍ଜର ହୋଇପାରେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ନେଇ ପଞ୍ଜାବରେ ଭାଜପା ଓ ଅକାଳି ଦଳ ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିବା ବେଳେ ଏବେ ଭାଜପା ନୂଆ ସହଯୋଗୀ ଆଡକୁ ଆଖି ବୁଲାଉଛି ବୋଲି ଆଲୋଚନା ହେଉଛି ।

Share