Posted inଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ଅମରିନ୍ଦର

ଚଣ୍ଡିଗଡ଼,୨ ।୧୧: ପଞ୍ଜାବର ପୁର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୭ ପୃଷ୍ଠାର ପତ୍ର ଲେଖି ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ଅମରିନ୍ଦର ନୂଆ ଦଳର ଘୋଷଣା କରିଛନ୍ତି । ଯାହାର ନାମ ପଞ୍ଜାବ ଲୋକ କଂଗ୍ରେସ ହେବ । ସେ ସୋନିଆଙ୍କୁ ଲେଖିଥିବା ପତ୍ରରେ ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରିଥିବା ବେଳେ ହରିଶ ରାୱତ ଜଣେ ଅବିଶ୍ୱନୀୟ ବ୍ୟକ୍ତି ବୋଲି କହିବାକୁ ପଛାଇ ନାହାନ୍ତି । ସୂଚନାଯୋଗ୍ୟ, ଅମରିନ୍ଦର ସିଂ ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧଙ୍କ ସହ ତୁତୁମେମେ ପରେ ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ କହିଥିଲେ କି କଂଗ୍ରେସ ତାଙ୍କୁ ଅପମାନିତ କରିଛି । ତେଣୁ ସେ ଶୀଘ୍ର ଦଳ ଛାଡିଦେବେ । ଏହାପରେ ସେ ଭବିଷ୍ୟତର ରଣନୀତି ସମ୍ପର୍କରେ ଆଲୋଚନା ପରେ କହିବେ ବୋଲି କହିଥିଲେ । ଏହାପରେ ସେ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ: ରାକେଶ ଟିକାୟତ

ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ସୋମବାର ତିନି କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି। କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଏବେ ବି ଆନ୍ଦୋଳନ...

ଇଦ୍‌ରେ ଘରକୁ ଆସିଥିବା ଯବାନ ଅପହରଣ

ଜମ୍ମୁ,୩।୮: ଇଦ୍‌ରେ ଘରକୁ ଆସିଥିବା ଜବାନଙ୍କୁ ଆତଙ୍କବାଦୀମାନେ ରବିବାର ସନ୍ଧ୍ୟାରେ ଅପହରଣ କରିନେଇଛନ୍ତି। ଏଥିସହ ଯବାନଙ୍କ ଗାଡ଼ିକୁ ମଧ୍ୟ ଆତଙ୍କବାଦୀମାନେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।...

ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ

ଲକ୍ଷ୍ନୌ,୪।୪: ଉତ୍ତର ପ୍ରଦେଶର ବୁଡାଉନ ଜିଲା ସମରେର ବ୍ଲକ ଅଧୀନ ସର୍ବୋଦୟ ବିଦ୍ୟାଳୟରେ ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ୮ଜଣଙ୍କ ଅବସ୍ଥା ସଂକଟାପନ୍ନ...

ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ...

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୩ ।୭: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଉପରେ କଂଗ୍ରେସ ଲଗାଇଛି ଗୁରୁତର ଅଭିଯୋଗ । ଦଳ ପକ୍ଷରୁ ସ୍ମୃତିଙ୍କ ଇସ୍ତଫା ଦାବି କରାଯାଇଛି । ପ୍ରଧାନମନ୍ତ୍ରୀ...

ଭାଷଣ ଦେବାବେଳେ ମଞ୍ଚ ଭୁଶୁଡିଲା: ପପୁ ଯାଦବଙ୍କ ହାତ ଭାଙ୍ଗିଲା

ମୁଜଫରପୁର,୩୧।୧୦-ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ମୁଜଫରପୁର ଜିଲାର ମୀନାପୁରରେ ଜନ ଅଧିକାର ପାର୍ଟି...

ନାଗରିକତା ବିବାଦ: ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ଲାଗିପାରେ ରୋକ !

ନୂଆଦିଲ୍ଲୀ,୨।୫: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ନାଗରିକତା ବିବାଦ ଯୋଗୁ ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଯିବାର...

୩୬୯ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୧୮ା୬: ଅଗ୍ନିପଥ ପ୍ରତିବାଦ ଯୋଗୁ ରେଳ ବିଭାଗ ପକ୍ଷରୁ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି। କେତେକ ରୁଟ୍‌ରେ ଟ୍ରେନ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ଆଉ କେତେକ...

Advertisement
Archives

Model This Week