Categories: ଜାତୀୟ

କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଧନ୍ୟବାଦ ଜଣାଇଲେ ଶାହ

ନୂଆଦିଲ୍ଲୀ,୨୨ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବହୁ ରାଜନେତା ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମଧ୍ୟ ପ୍ରଦେଶ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର ଓ ଛତିଶଗଡ ଆଦିର ମୁଖ୍ୟମନ୍ତ୍ରୀମାନେ ଶାହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ଶାହାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମଜଭୁତ କରିବାକୁ ଶାହାଙ୍କ ଅବଦାନର ପ୍ରଶଂସା କରିଛନ୍ତି । ଏହାସହ ମୋଦି ଶାହାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କିଛନ୍ତି ।
କିନ୍ତୁ ଏସବୁ ଭିତରେ ଚର୍ଚ୍ଚାକୁ ଆସିଛି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଜନ୍ମଦିନ ଶୁଭେଚ୍ଛା । ଅମରିନ୍ଦର ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ଶାହା ତୁରନ୍ତ ଏହାର ଉତ୍ତରରେ କ୍ୟାପଟେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅସଲ କଥା ହେଲା ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସେ ତାଙ୍କର ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ଆଉ ୨୦୨୨ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କରିପାରନ୍ତି ବୋଲି ଆଲୋଚନା ହେଉଛି । ତେଣୁ ଅମରିନ୍ଦର ଏବେଠାରୁ ଶାହାଙ୍କ ସମେତ ଭାଜପାର ବଡ ବଡ ନେତାଙ୍କୁ ସାକ୍ଷାତ୍ କରୁଥିବା କୁହାଯାଉଛି ।

Share