ଓଡ଼ିଆରେ ପରୀକ୍ଷା ଦେବେ ସିଏପିଏଫ୍‌ କନଷ୍ଟେବଳ ପ୍ରାର୍ଥୀ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫ୍‌ କନଷ୍ଟେବଳ ପାଇଁ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୩ଟି ଭାଷା ମଧ୍ୟରେ ଓଡ଼ିଆ ସ୍ଥାନ ପାଇଛି। ଏହି ଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆ, ହିନ୍ଦୀ, ଇଂରାଜୀ, ଆସାମୀ, ବଙ୍ଗଳା, ଗୁଜରାଟୀ ମରାଠି, ମାଲାୟାଲମ, କନ୍ନଡ଼, ତାମିଲ, ତେଲଗୁ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ ରହିଛି।