Categories: Home Leftଖେଳ

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ ଭେଟିବ। ହେଲେ ଦଳର ଏହି ସ୍ମରଣୀୟ ଅଭିଯାନକୁ ସୋମବାର ଏକ ଶକ୍ତ ଧକ୍କା ଲାଗିଛି। ଦଳର ଅଧିନାୟକ ରିୟାନ ମେଣ୍ଡେସଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିବା ଏକ ରିପୋର୍ଟ ସାମ୍ନାକୁ ଆସିଛି। ତୁର୍କୀରେ ଖେଳୁଥିବା ଏହି ଫରଓ୍ବାର୍ଡ ଅକଲାଣ୍ଡ ହୋଟେଲରେ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହେବା ପରେ ନ୍ୟୁଜିଲାଣ୍ଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ମେଣ୍ଡେସ ଚଳିତବର୍ଷ ନ୍ୟୁଜିଲାଣ୍ଡରେ ଏକ ଫିଫା ସିରିଜ୍‌ ଟୁର୍ନାମେଣ୍ଟ ବେଳେ ଦଳ ସହ ଟ୍ରାନ୍ସଲେଟର ଭାବେ କାର୍ଯ୍ୟ କରୁଥିବା ବ୍ରାଜିଲିଆନ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ମେଣ୍ଡେସ ହଠାତ୍‌ ତାଙ୍କ ରୁମ୍‌ ମଧ୍ୟରେ ପ୍ରବେଶ କରି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏଥିଯୋଗୁ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଥିଲା। ପୀଡ଼ିତା ଏ ଘଟଣା ସମ୍ପର୍କରେ କେପ୍‌ ଭର୍ଡି ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ।

Share