ସୋସିଆଲ ମିଡ଼ିଆ ଉପରେ ଚାପ ପକାଇ ପାରିବେନି ବାଇଡେନ: ଆମେରିକା କୋର୍ଟଙ୍କ ରାୟ…

ଓ୍ବାଶିଂଟନ,୫।୭ : ଯୁକ୍ତରାଷ୍ଟ୍ରର ଏକ କୋର୍ଟ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସୋସିଆଲ ମିଡିଆରେ କୌଣସି ବିଷୟବସ୍ତୁ ଉପରେ ଚାପ ପକାଇ ପାରିବେ ନାହିଁ କିମ୍ବା ନିୟନ୍ତ୍ରଣ କରିପାରିବ ନାହିଁ। କମ୍ପାନୀଗୁଡିକ ଠାରୁ ଦୂରରେ ରହିବାକୁ କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଲୁଇସିୟାନା ଏବଂ ମିସୌରୀରେ ରିପବ୍ଲିକାନ ଆଟର୍ନି ଜେନେରାଲ କରିଥିବା ଅଭିଯୋଗର ଜବାବରେ ଜଜ ଟେରି ଡୋଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀମାନେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ, ଟୁଇଟର ଏବଂ ୟୁଟ୍ୟୁବ ଭଳି କମ୍ପାନୀ ଉପରେ ସେନ୍ସର ଲଗା ଯାଉଥିବା ଅଭିଯୋଗ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ କରୋନା ମହାମାରୀ ସମ୍ବନ୍ଧୀୟ ପୋଷ୍ଟ ସମେତ ଭୁଲ ତଥ୍ୟକୁ ରୋକିବା ଉଦ୍ଦେଶ୍ୟରେ ରକ୍ଷଣଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସେ ବାଇଡେନ ପ୍ରଶାସନ ବିରୋଧରେ ଅଭିଯୋଗ କରିଥିଲେ।

ଏହି ଆଦେଶ ସବୁ ପ୍ରସଙ୍ଗ ପାଇଁ ନୁହେଁ। ଯଦି ଜାତୀୟ ସୁରକ୍ଷା ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ପ୍ରଶାସନର ଆପତ୍ତି ଅଛି, ତେବେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ଯୋଗାଯୋଗ କରିପାରିବ।

ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ନ୍ୟାୟ ବିଭାଗ କୋର୍ଟର ନିର୍ଦ୍ଦେଶର ସମୀକ୍ଷା କରୁଛି ଏବଂ ଏହାର ବିକଳ୍ପଗୁଡିକର ମୂଲ୍ୟାଙ୍କନ କରିବ। ଏଥିସହ ସେ କହିଛନ୍ତି ମାନବ ଚାଲାଣ କିମ୍ବା ଆତଙ୍କବାଦ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପ ବିଷୟରେ ପ୍ରଶାସନ ନିୟମିତ ଭାବେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ସଚେତନ କରିଥାଏ ଏବଂ ଏହି ନିଷ୍ପତ୍ତି ଉପରେ ଆମେ ଖୁବ ଶୀଘ୍ର ଜବାବ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି…

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ସୋନମ ୱାଙ୍ଗଚୁକଙ୍କ ଚାଞ୍ଚଲ୍ୟକର ଖୁଲାସା: ରାହୁଲ ଗାନ୍ଧୀଙ୍କ ହାତରୁ ପିଇଥାନ୍ତି ଜୁସ୍‌, ହେଲେ…

ନୂଆଦିଲ୍ଲୀ, ୭।୮: ସିଜେପି (CJP) ପ୍ରତିବାଦ ସମୟରେ ଅନଶନ କରିଥିବା ସୋନମ ୱାଙ୍ଗଚୁକ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଖୁଲାସା ସହ ସେ ରାହୁଲ ଗାନ୍ଧୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri