ମଦ ପାଇଁ ଘର ଛାଡି ୧୪ ବର୍ଷ ହେଲା ରହୁଛନ୍ତି ବିମାନବନ୍ଦରରେ

ବେଜିଂ,୧।୪: ମଦ, ସିଗାରେଟ ଛାଡ଼ିଲେ ଘରେ ରହିବୁ। ପରିବାର ଲୋକଙ୍କ ଏଭଳି ଚେତାବନୀ ପରେ ଚାଇନାର ୬୦ ବର୍ଷୀୟ ବୃଦ୍ଧ ଘର ଓ ପରିବାର ଲୋକଙ୍କୁ ଛାଡ଼ି ୧୪ ବର୍ଷ ହେଲା ବେଜିଂ କ୍ୟାପିଟାଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ରହୁଛନ୍ତି।

ସୂଚନା ଯୋଗ୍ୟ, ଓ୍ବଇ ଜିଆଙ୍ଗୁଓ ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ। ଏନେଇ ଘରେ ପାଟିତୁଣ୍ଡ ଲାଗି ରହୁଥିଲା। ପରିବାର ଲୋକେ ଓ୍ବଇ ଜିଆଙ୍ଗୁଓଙ୍କୁ ମଦ, ସିଗାରେଟ ଛାଡ଼ିବାକୁ କହିଥିଲେ। ହେଲେ ଜିଆଙ୍ଗୁଓ ମଦ ପାଇଁ ଘର ଛାଡ଼ି ପଳାଇ ଆସିଥିଲେ। ପରେ ବିମାନବନ୍ଦରରେ ରହିବାକୁ ନିଷ୍ପତ୍ତି ନେଇଥିବା ଜିଆଙ୍ଗୁଓ କହିଛନ୍ତି। ୨୦୦୮ରୁ ଜିଆଙ୍ଗୁଓ ବିମାନ ବନ୍ଦରରେ ରହିଆସୁଛନ୍ତି। ସରକାରୀ ଚାକିରି କରିଥିବା ଜିଆଙ୍ଗୁଓ ୧୫୦ ଡଲାର ବେତନ ପାଉଥିଲେ। ୪୦ ବର୍ଷ ବୟସରେ ସେ ଚାକିରିରୁ ଅବସର ନେଇଥିଲେ। ବୟସ କାରଣରୁ ପରେ ତାଙ୍କୁ ଆଉ ଚାକିରି ମିଳି ନ ଥିଲା।

Share