ଦଳିତ ବୋଲି ମିଳୁନି ଘରଭଡ଼ା

ସମ୍ବଲପୁର,୪ା୭(ଶୁଭାଶିଷ ପାଢ଼ୀ): ଜାତିକୁ ନେଇ ଆଜି ବି ସମାଜରେ ବିଭେଦ ଲାଗିରହିଛି। ଛଆଁଅଛୁଆଁ ଭାବ ସତେ ଯେମିତି ଲୋକଙ୍କୁ କବଳିତ କରିରଖିଛି। ଦଳିତ ଶ୍ରେଣୀର ହୋଇଥିବାରୁ ପରିବାରକୁ ମିଳିଲାନାହିଁ ଘରଭଡ଼ା। ଫଳରେ ଖୋଲା ଆକାଶ ତଳେ ଦୟନୀୟ ଭାବେ କାଳ କାଟୁଛନ୍ତି ପରିବାର ସଦସ୍ୟ। ଏଭଳି ଏକ ଘଟଣା ସମ୍ବଲପୁର ଜିଲାରେ ଦେଖିବାକୁ ମିଳିଛି। ରେଳ ବିଭାଗ ଜମି ଜବରଦଖଲ କରି ବସବାସ କରିଆସୁଥିବା ପରିବାରକୁ ବିଭାଗ ନିଜସ୍ବ ବ୍ୟବହାର ପାଇଁ ଉଚ୍ଛେଦ କରିଛି।
ପଡ଼ାର ଭକ୍ତ ବାଗ ଓ ଅନ୍ୟମାନଙ୍କ କହିବା ଅନୁଯାୟୀ, ସମ୍ବଲପୁର ଷ୍ଟେଶନ ଚେରୁଆପଡ଼ା ନିକଟରେ ରେଳ ବିଭାଗ ଜମିରେ ୫୦ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଥିଲେ। ପୂର୍ବରୁ ଅନେକଥର ନୋଟିସ ଦିଆଯାଇଥିଲା। ହେଲେ ଜୁଲାଇ ୧ତାରିଖ ସକାଳୁ ହଠାତ୍‌ ପୋଲିସ ଫୋର୍ସ ଆସି ସମସ୍ତ ଘର ଭାଙ୍ଗି ଦେଇଥିଲେ। ଫଳରେ ଦିନମଜୁରିଆ ଶ୍ରେଣୀର ପ୍ରାୟ ୫୦ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ପଡ଼ାରେ ବିଜୁଳି, ପାଣି ସହ ସରକାରୀ ଯୋଜନାରେ ପିଡିଏସ୍‌, ଭତ୍ତା ଆଦି ସୁବିଧା ମିଳୁଥିଲା। ଘରଗୁଡ଼ିକ ଭାଙ୍ଗି ଦିଆଯିବା ପରେ ପରିବାର ସଦସ୍ୟଙ୍କୁ ଋ଼ଣ ଶୁଝିବା ଚିନ୍ତା ଘାରିଛି। ଭାଙ୍ଗିବା ପୂର୍ବରୁ ଥଇଥାନ କରିବାର କୌଣସି ବ୍ୟବସ୍ଥା କରାଗଲା ନାହିଁ। କିଛି ପରିବାର ଯୁବତୀ ଓ ମହିଳାମାନଙ୍କୁ ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ଛାଡ଼ି ଦେଇଛନ୍ତି। ଏବେ ମଧ୍ୟ ଘଟଣାସ୍ଥଳରେ ମହିଳାପୁରୁଷ ସହାୟତାକୁ ଚାହିଁ ବସିଛନ୍ତି। ଭକ୍ତ ବାଗ ଆହୁରି କହିଛନ୍ତି, ୨ଦିନ ହେଲା ଆଖପାଖ ପଡ଼ାରେ ଘରଭଡା ନେବା ପାଇଁ ଖୋଜାଖୋଜି କରିଥିଲୁ। ୩ ପରିବାର ସଦସ୍ୟ ଘର ଭଡ଼ା ସୂତ୍ରରେ ଦେଖିଥିଲେ। ମାସିକ ୭ ହଜାର ଟଙ୍କା ମଧ୍ୟ ଦେବା ପାଇଁ ରାଜି ହୋଇଥିଲେ। କିଛି ସାମଗ୍ରୀ ନେଇ ଉକ୍ତ ଘରେ ଛାଡ଼ି ଆସିଥିଲେ। ପରେ ଅଟୋରେ ସାମଗ୍ରୀ ନେଇ ଯାଉଥିବା ବେଳେ ଘର ମାଲିକ ଜାତି ବିଷୟରେ ପଚାରିଥିଲେ। ଯୁବତୀମାନେ ଗଣ୍ଡା ଜାତିର ବୋଲି କହିବାରୁ ଭଡ଼ା ଦେବାକୁ ମନା କରିଦେଇ ସାମଗ୍ରୀ ଫେରାଇନେବାକୁ କହିଥିଲେ। ଶେଷରେ ନିରାଶ ହୋଇ ସେମାନେ ଫେରିଆସିଥିଲେ। ଦଳିତ ଶ୍ରେଣୀର ହୋଇଥିବାରୁ ଏବେ ଘର ଭଡ଼ା ମଧ୍ୟ ମିଳୁନାହିଁ। ପ୍ରଶାସନ ଅସ୍ଥାୟୀ କ୍ୟାମ୍ପରେ ଆଶ୍ରୟ ଦେଇ ଖୋଲା ଆକାଶ ତଳେ ରହୁଥିବା ପରିବାର ପ୍ରତି ସହାନୁଭୂତି ଦେଖାଉ। ଘରଭଡ଼ା ମିଳିବା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri