ମୋ ଘର ଯୋଜନାରେ ଋଣ ମିଳିପାରୁନି

ବ୍ରହ୍ମବରଦା,୧।୧୦(ଯଯାତି କେଶରୀ ବେହେରା):ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ମୋ ଘର’ ଯୋଜନାରେ ଋଣ ମିଳି ପାରୁନାହିଁ। ଫଳରେ ଋଣ ପାଇଁ ଆବେଦନ କରିଥିବା ଅନେକ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଲୋକଙ୍କ ଆବେଦନ ବ୍ଲକ୍‌ କାର୍ଯ୍ୟାଳୟରୁ ଯାଞ୍ଚ ହୋଇ ବ୍ୟାଙ୍କକୁ ଆସୁଛି। ହେଲେ ବ୍ୟାଙ୍କ ନିୟମରେ ଋଣ ମିଳିବା କଷ୍ଟକର ହୋଇପଡୁଛି। ତେଣୁ ନିୟମରେ ସଂଶୋଧନ କରି ଆବେଦନକାରୀଙ୍କୁ ଋଣ ପ୍ରଦାନ କରିବାକୁ ଦାବି ହୋଇଛି।
ମୋ ଘର ଯୋଜନାରେ ଋଣ ପାଇବାକୁ ହେଲେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡୁଛି। ମାସିକ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକେ ଏହି ଯୋଜନାରେ ଋଣ ପାଇପାରିବେ। ଏଥିରେ ସର୍ବାଧିକ ୩ ଲକ୍ଷ ଏବଂ ସର୍ବନିମ୍ନ ୧ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା ରହିଛି। ସରକାରଙ୍କ ତରଫରୁ ସବସିଡିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଋଣ ପରିଶୋଧ ସମୟ ସୀମା ୧୦ବର୍ଷ ପର୍ଯ୍ୟନ୍ତ ରହିଛି।

ଯାଜପୁର ଜିଲାରେ ମୋଟ ୪୨୨୧୯ଜଣ ଋଣ ପାଇଁ ପଞ୍ଜୀକରଣ କରିଥିବାବେଳେ ସେଥିରୁ ୩୩୬୭୫ ଜଣଙ୍କ ଫର୍ମ ସମ୍ପୂର୍ଣ୍ଣ ହୋଇଛି। ୧୪୧୮୯ ଜଣଙ୍କ ଫର୍ମ ବ୍ଲକ୍‌ ଦ୍ୱାରା ଯାଞ୍ଚ ହୋଇ ବ୍ୟାଙ୍କକୁ ସୁପାରିସ କରାଯାଇଛି। ଏହିକ୍ରମରେ ରସୁଲପୁର ବ୍ଲକ୍‌ର ମୋଟ୍‌ ୩୫୦୯ଜଣ ପଞ୍ଜୀକରଣ କରିଥିବାବେଳେ ୨୬୭୧ଜଣଙ୍କ ଫର୍ମ ପୂରଣ ସମ୍ପୂର୍ଣ୍ଣ କରିଛନ୍ତି। ୧୯୩୧ଜଣଙ୍କ ଫର୍ମ ବ୍ଲକ୍‌ ଦ୍ୱାରାଯାଞ୍ଚ ହୋଇ ବ୍ୟାଙ୍କକୁ ସୁପାରିସ କରାଯାଇଛି। ହେଲେ ଜଣଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଋଣ ମିଳି ପାରିନାହିଁ। ବ୍ଲକ୍‌ର ବ୍ରହ୍ମବରଦା ପଞ୍ଚାୟତରେ ୭୪ଜଣ ପଞ୍ଜୀକରଣ କରିଥିବାବେଳେ ୫୦ଜଣ ଫର୍ମ ପୂରଣ ସମ୍ପୂର୍ଣ୍ଣ କରିଛନ୍ତି। ବ୍ଲକ୍‌ ଦ୍ୱାରା ୩୭ ଫର୍ମ ଯାଞ୍ଚ ହୋଇ ଆବେଦନକାରୀ ଚୟନ କରିଥିବା ବ୍ୟାଙ୍କକୁ ସୁପାରିସ କରାଯାଇଛି। ସେହିପରି ମହେଶ୍ୱରପୁର ପଞ୍ଚାୟତରେ ୫୨ଜଣ ଆବେଦନ କରିଥିବାସ୍ଥଳେ ୨୨ଜଣଙ୍କ ଫର୍ମ ବ୍ୟାଙ୍କରେ ପଡ଼ିରହିଛି। ବନ୍ଧଡ଼ିହରେ ୬୭ଜଣ ଆବେଦନ କରିଥିବାବେଳେ ୨୩ ଜଣଙ୍କ ଫର୍ମ ବ୍ୟାଙ୍କରେ ପଡ଼ି ରହିଛି। ଏ ନେଇ ଜଣେ ଆବେଦନକାରୀ ମହେଶ୍ୱର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ ଆବେଦନପତ୍ର ଯାଞ୍ଚ ହୋଇସାରିଛି। ହେଲେ ବ୍ୟାଙ୍କ ତରଫରୁ କେବେ ଋଣ ମିଳିବ ତାହାକୁ ସେ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବ୍ରହ୍ମବରଦା ଶାଖା ପରିଚାଳକ ଚିନ୍ମୟ କୁମାର ପ୍ରଧାନିଙ୍କୁ ପଚାରିବାରୁ ସେ କହିଛନ୍ତି, ଅନେକ ଆବେଦନକାରୀଙ୍କ ନିଜ ନାମରେ ପଟ୍ଟା ନ ଥିବାରୁ ଋଣ ପ୍ରଦାନରେ ଅସୁବିଧା ହେଉଛି। ଯେଉଁ ଆବେଦନକାରୀଙ୍କ ନିଜ ନାମରେ ପଟ୍ଟା ଅଛି ବ୍ୟାଙ୍କ ତରଫରୁ ସେମାନଙ୍କୁ ତୁରନ୍ତ ଋଣ ପ୍ରଦାନ କରାଯାଉଛି। ଜେଜେ ବାପା କିମ୍ବା ବାପାଙ୍କ ନାମରେ ପଟ୍ଟା ଥିବାରୁ ଆବେଦନକାରୀ ଋଣ ପାଇବାରୁ ବଞ୍ଚତ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri