ଦାହ କରିପାରୁ ନାହାନ୍ତି

ନୂଆଦିଲ୍ଲୀ/ପାଟନା,୧୨ା୫: ଯେତେ ଲୁଚାଇଲେ ବି ଲୁଚୁନାହିଁ ସତ। ହସ୍ପିଟାଲରେ ଅକ୍ସିଜେନ ଓ ଅନ୍ୟ ଜରୁରୀ ସେବା ନ ପାଇ କରୋନା ରୋଗୀ ମରୁଛନ୍ତି। ଶ୍ମଶାନରେ ଶବ ଦାହ କରିବାକୁ ବି ଜାଗା ନାହିଁ। ମୃତଦେହ ସତ୍କାର କରି କରି ଥକିପଡ଼ିଲେଣି। ତେଣୁ ଏବେ ସେଗୁଡ଼ିକୁ ନଈକୁ ଫିଙ୍ଗିଦେଉଛନ୍ତି। ଏଥିଯୋଗୁ ଗଙ୍ଗାରେ ଭାସୁଛି ଶତାଧିକ କରୋନା ସଂକ୍ରମିତଙ୍କ ମୃତଦେହ। ବିହାରର ବକ୍ସାର ଜିଲା ଗଙ୍ଗାନଦୀ କୂଳରେ ଶତାଧିକ ମୃତଦେହ ଭାସିବାର ଦିନକ ପରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ(ୟୁପି)ର ଗାଜିପୁର ଗଙ୍ଗାଘାଟରେ। ଲଗାତର ଦ୍ୱିତୀୟ ଦିନ ଧରି ଏଭଳି ଦୃଶ୍ୟ ସମଗ୍ର ଉତ୍ତର ଭାରତରେ ଆତଙ୍କ ଖେଳାଇ ଦେଇଛି। ବିଶେଷକରି ସ୍ବାସ୍ଥ୍ୟସେବା ଅପହଞ୍ଚ ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ନ ପାଇ ରୋଗୀ ପ୍ରାଣ ହରାଉଥିବାବେଳେ ମୃତ୍ୟୁସଂଖ୍ୟା ଲୁଚାଇବା ପାଇଁ ଏହା ଏକ ବିଧିବଦ୍ଧ ଚକ୍ରାନ୍ତ ବୋଲି କୁହାଯାଉଛି।
ବିହାରର ବକ୍ସାର ଜିଲା ଚଉସା ଗ୍ରାମସ୍ଥିତ ଏକ ଶ୍ମଶାନ ଘାଟ ନିକଟରେ ସୋମବାର ବହୁ ସଂଖ୍ୟକ ପଚାଶଢ଼ା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକ ୟୁପିରୁ ଭାସିଆସିଥିବା କୁହାଯାଇଥିଲା। ମଙ୍ଗଳବାର ଆମ୍ବୁଲାନ୍ସରେ ମୃତଦେହଗୁଡ଼ିକୁ ଆଣି ସେଠାରୁ ୫୫ କି.ମି. ଦୂର ଗାଜିପୁରସ୍ଥିତ ଗଙ୍ଗା ଘାଟରେ ଫିଙ୍ଗି ଦିଆଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରମାନେ ମୃତଦେହ ଫିଙ୍ଗୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିହାର ଓ ୟୁପି ସୀମାରେ ଥିବା ଏକ ବ୍ରିଜ୍‌ ତଳେ ଭାସମାନ ଶହ ଶହ ମୃତଦେହର ହୃଦୟ ବିଦାରକ ଦୃଶ୍ୟ କୋଭିଡ୍‌-୧୯ର ମୁକାବିଲାରେ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି। ରୋଗୀଙ୍କ ମୃତଦେହ ସତ୍କାର କରା ନ ଯାଇ ନଈକୁ ଫିଙ୍ଗାଯିବା ପ୍ରଶାସନର ସମ୍ବେଦନହୀନତାକୁ ଦର୍ଶାଉଛି। ବିହାରର ଭାଜପା ଏମ୍‌ପି ଜନାର୍ଦ୍ଦନ ସିଂ ସିଗ୍ରିଓ୍ବାଲ କହିଛନ୍ତି, କେତେଜଣ ଆମ୍ବୁଲାନ୍ସ ଡ୍ରାଇଭର ୟୁପିର ବାଲିଆ ଓ ବିହାରର ସରନ ସୀମାସ୍ଥିତ ଜୟପ୍ରଭା ସେତୁରେ ମୃତଦେହଗୁଡ଼ିକୁ ଆଣି ଫିଙ୍ଗୁଛନ୍ତି। ସେମାନଙ୍କୁ ଏଥରୁ ନିବୃତ୍ତ କରିବା ପାଇଁ ବକ୍ସାର ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ତେବେ ସ୍ଥାନୀୟ ଲୋକେ ଏଥିପାଇଁ ଦୁଇ ରାଜ୍ୟକୁ ଦାୟୀ କରିଛନ୍ତି। ଉଭୟ ବିହାର ଓ ୟୁପିର ଡ୍ରାଇଭରମାନେ ମୃତଦେହ ଆଣୁଛନ୍ତି ବୋଲି ଅରବିନ୍ଦ ସିଂ ନାମକ ଜଣେ ବ୍ୟକ୍ତି କହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସାରା ରାତି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ କରାଯାଇଥିଲା। ସେଗୁଡ଼ିକ ଶଢ଼ିଯାଇଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଡିଏନ୍‌ଏ ପରୀକ୍ଷା କରି ପରିଚୟ ସ୍ପଷ୍ଟ ପାଇଁ ଉଦ୍ୟମ ଚାଲିଛି। କାଠ ଅଭାବରୁ ମୃତଦେହଗୁଡ଼ିକୁ ଭସାଇ ଦିଆଯାଉଥିବା ନେଇ ପ୍ରଚାର ମିଛ ବୋଲି ଜିଲାପାଳ ଅମନ ସମୀର କହିଛନ୍ତି। ଗ୍ରାମାଞ୍ଚଳର ଶ୍ମଶାନଗୁଡ଼ିକରେ କୋଭିଡ୍‌ ପ୍ରୋଟୋକଲ ଅଭାବରୁ ସ୍ଥାନୀୟ ଲୋକେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ସତ୍କାର କରିବାକୁ ଭୟ କରୁଥିବା ମଧ୍ୟ କୁହାଯାଉଛି। ଏହି ଘଟଣା ଦେଶବ୍ୟାପୀ ଉଦ୍‌ବେଗ ସୃଷ୍ଟି କରିବା ପରେ ଗାଜିପୁର ଜିଲା ପ୍ରଶାସନ ତତ୍ପରତା ଦେଖାଇଛି। ମୃତଦେହ ଭାସୁଥିବା ସ୍ଥାନକୁ ଅଫିସରମାନଙ୍କୁ ପଠାଯାଇଛି। ସେମାନେ ତଦନ୍ତ କରୁଛନ୍ତି ବୋଲି ଗାଜିପୁର ଜିଲାପାଳ ଏମ୍‌.ପି. ସିଂ ସୂଚନା ଦେଇଛନ୍ତି।

ଗୋଆରେ ୨୬, ତିରୁପତିରେ ୧୩ ମୃତ
ଅକ୍ସିଜେନ ସଙ୍କଟ କେବଳ ଦିଲ୍ଲୀ କି ମୁମ୍ବାଇରେ ସୃଷ୍ଟି ହୋଇନାହିଁ, ବରଂ ସାରା ଦେଶରେ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଛି। ଆମେ ବ୍ୟବସ୍ଥା କରୁଛୁ ବୋଲି କେନ୍ଦ୍ର ସରକାର ଯେତେ ସଫେଇ ଦେଲେ ବି ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ଏପରି କି ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବା ନେଇ ରାଜ୍ୟଗୁଡ଼ିକର ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିସାରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଟାସ୍କଫୋର୍ସ ଗଠନ କରିଛନ୍ତି। ହେଲେ ଏହାର ସୁଫଳ ରାଜ୍ୟଗୁଡ଼ିକୁ ମିଳିପାରି ନାହିଁ। ଗୋଆର ଏକ ସରକାରୀ ହସ୍ପିଟାଲରେ ମାତ୍ର ୪ ଘଣ୍ଟା ମଧ୍ୟରେ ୨୬ କରୋନା ରୋଗୀ ଅମ୍ଳଜାନ ନ ପାଇ ପ୍ରାଣ ହରାଇଛନ୍ତି। ସେହିପରି ଆନ୍ଧ୍ରର ତିରୁପତି ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କର ୪୫ ମିନିଟ ବିଳମ୍ବରେ ପହଞ୍ଚତ୍ଥିବାବେଳେ ସେଯାଏ ୧୧ ଚିକିତ୍ସାଧୀନ ସଂକ୍ରମିତଙ୍କ ମୃତ୍ୟୁ ଘଟିସାରିଥିଲା। ଏହି ସଂଖ୍ୟା ୧୩ରେ ପହଞ୍ଚତ୍ଥିବାବେଳେ ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏଇଟା ମାତ୍ର ଦୁଇ ଟ୍ରାଜେଡି। ଜୀବନ ରକ୍ଷାକାରୀ ଔଷଧ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଉପକରଣ ନ ପାଇ ସବୁବେଳେ କେଉଁଠି ନା କେଉଁଠି ଲୋକେ ପ୍ରାଣ ହରାଉଛନ୍ତି। ନାହିଁ ନାହିଁରେ ନାମକୁ ମାତ୍ର ଚାଲିଛି ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା। ଅଦ୍ୟାବଧି ୨୦୦ରୁ ଊର୍ଦ୍ଧ୍ୱ କୋଭିଡ୍‌ ରୋଗୀ ଅକ୍ସିଜେନ ନ ପାଇ ବିଭିନ୍ନ ହସ୍ପିଟାଲରେ ଆଖି ବୁଜିସାରିଲେଣି। ଏହା ହିଁ ବୟାନ କରୁଛି ଦେଶରେ କେତେ ନିମ୍ନକୁ ଖସିଯାଇଛି ଲିକ୍ୟୁଇଡ୍‌ ମେଡିକାଲ୍‌ ଅକ୍ସିଜେନ(ଏଲ୍‌ଏମ୍‌ଓ)ର ଯୋଗାଣ ସ୍ତର।
ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ(ଜିଏମ୍‌ସିଏଚ୍‌)ରେ ମଙ୍ଗଳବାର ଅକ୍ସିଜେନ ଅଭାବରୁ ୨୬ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ଏହି ସମସ୍ତ ରୋଗୀ ଆଖି ବୁଜିଦେଇଥିବା ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‌ ରାଣେ ସ୍ବୀକାର କରିଛନ୍ତି। କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ହାଇକୋର୍ଟଙ୍କ ଦ୍ୱାରା ତଦନ୍ତ କରାଯାଉ ବୋଲି ରାଣେ ଦାବି କରିଛନ୍ତି। ସୋମବାର ସୁଦ୍ଧା ଉକ୍ତ ହସ୍ପିଟାଲକୁ ୧୨୦୦ ଜୁମ୍ବୋ ସିଲିଣ୍ଡର ଆବଶ୍ୟକ ଥିବାବେଳେ ମାତ୍ର ୪୦୦ ଯୋଗାଣ ହୋଇଥିଲା। ଅକ୍ସିଜେନ ଯୋଗାଣ ନିଅଣ୍ଟିଆ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଣେ କହିଥିବାବେଳେ ରୋଗୀଙ୍କ ମୃତ୍ୟୁର କାରଣ ବିଷୟକୁ ସେ ଏଡ଼ାଇଯାଇଛନ୍ତି। କହିଛନ୍ତି, ହାଇକୋର୍ଟ ଏହାର ତଦନ୍ତ କରିବା ଉଚିତ। ଏହାସହ ଜିଏମ୍‌ସିଏଚ୍‌କୁ ଅକ୍ସିଜେନ ଯୋଗାଣ ନେଇ ହସ୍ତକ୍ଷେପ ସହ ଏ ସମ୍ପର୍କିତ ଏକ ଶ୍ୱେତପତ୍ର ପ୍ରସ୍ତୁତ କରିବା ଉଚିତ। ରାଜ୍ୟ ସରକାର ଏହାର ଅନୁଧ୍ୟାନ କରିବା ପାଇଁ ୩ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠନ କରିଛନ୍ତି। ଏହା ପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଜିଏମ୍‌ସିଏଚ୍‌ ପରିଦର୍ଶନରେ ଯାଇ କହିଥିଲେ, କୋଭିଡ୍‌-୧୯ ଓ୍ବାର୍ଡଗୁଡ଼ିକରେ ଅକ୍ସିଜେନ ଉପଲବ୍ଧତାର ବ୍ୟବଧାନ ଯୋଗୁ ରୋଗୀଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି ହୋଇଥାଇପାରେ। ତେବେ ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ। ପ୍ରକାଶ ଯେ, ସୋମବାର ଗୋଆରେ ୫୦ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିବା ସହ ମୋଟ ମୃତ୍ୟୁସଂଖ୍ୟା ୧,୭୨୯ରେ ପହଞ୍ଚତ୍ଥିଲା। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧,୨୧,୬୫୦ ଡେଇଁଥିଲା।
ଆନ୍ଧ୍ର ପ୍ରଦେଶର ତିରୁପତି ଏସ୍‌ଭିଆର୍‌ ରୁଇଆ ସରକାରୀ ହସ୍ପିଟାଲକୁ ଶ୍ରୀପେରୁମ୍ବୁଦୁରରୁ ୧୦ କେଏଲ୍‌ ଅକ୍ସିଜେନ ଆସିଲା ୪୫ ମିନିଟ ବିଳମ୍ବରେ। ସୋମବାର ରାତି ପ୍ରାୟ ୮ଟା ୩୦ରେ ୧୧ କୋଭିଡ୍‌ ରୋଗୀ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଲା। ମଙ୍ଗଳବାର ମୃତକଙ୍କ ସଂଖ୍ୟା ୧୩ରେ ପହଞ୍ଚତ୍ଥିବାବେଳେ ଆଉ ୩ ଜଣ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛନ୍ତି। ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିବା ରୋଗୀଙ୍କ ସମ୍ପର୍କୀୟମାନେ ସେମାନଙ୍କ ମୃତଦେହ ଧରି ଫେରିଲେ। ଅକ୍ସିଜେନ୍‌ ଯୋଗାଣ ବାଧାପ୍ରାପ୍ତ ହେବାରୁ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଉକ୍ତ ହସ୍ପିଟାଲର ଡାକ୍ତର ହରି କ୍ରିଷ୍ଣା ସୂଚନା ଦେଇଛନ୍ତି। ସୂଚନାନୁସାରେ ୧,୦୦୦ ଶଯ୍ୟା ବିଶିଷ୍ଟ ତିରୁପତି ରୁଇଆ ହସ୍ପିଟାଲକୁ କୋଭିଡ୍‌-ସ୍ପେଶାଲିଟି ହସ୍ପିଟାଲରେ ପରିବର୍ତ୍ତିତ କରାଯାଇଛି। ସେଠାରେ ଅକ୍ସିଜେନ ସଙ୍କଟ ଥିବା ନେଇ ପୂର୍ବରୁ ସରକାରଙ୍କୁ ଅବଗତ କରାଯାଇଥିଲା। ଅକ୍ସିଜେନ ଯୋଗାଣ ବିଳମ୍ବ ହେବାରୁ ୪୫ ମିନିଟ ଧରି ଛଟପଟ ହୋଇ ଆଖି ବୁଜିଦେଲେ। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହାସହ ବର୍ତ୍ତମାନ ସ୍ଥିତିରେ ରାଜ୍ୟକୁ ଦୈନିକ ୯୧୦ ଟନ୍‌ ଲିକୁଇଡ୍‌ ମେଡିକାଲ୍‌ ଅକ୍ସିଜେନ ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଆନ୍ଧ୍ରକୁ ଏପ୍ରିଲ ୨୪ରେ ୪୮୦ ମେଟ୍ରିକ୍‌ ଟନ୍‌ ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଉଥିବାବେଳେ ମେ ୮ରୁ ଏହାକୁ ୫୯୦ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି।
ପ୍ରକାଶ ଯେ, ନିକଟରେ କର୍ନାଟକର ଚମରାଜନଗର ଜିଲା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏପ୍ରିଲ ୨୪ରେ ଦିଲ୍ଲୀର ଜୟପୁର ଗୋଲ୍ଡେନ୍‌ ହସ୍ପିଟାଲରେ ୨୦ ରୋଗୀଙ୍କ ଜୀବନ ଯାଇଥିବାବେଳେ ଦିନକ ପୂର୍ବରୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ମଧ୍ୟ ୨୫ ସଂକ୍ରମିତ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଥିଲେ। ଏସବୁ ମୃତ୍ୟୁସଂଖ୍ୟାକୁ ମିଶାଇଲେ ୨୦୦ରୁ ଊର୍ଦ୍ଧ୍ୱ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri