ବିଶ୍ୱାସ ହେଉନାହିଁ

ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ଶିପ୍‌ରେ ଡ୍ରଗ୍ସ ପାର୍ଟି କରୁଥିବାବେଳେ ସୁପରଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ପୁଅ ୨୩ ବର୍ଷୀୟ ଆର୍ୟନଙ୍କ ସହ ଅନ୍ୟ ୭ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଥିଲା। ପରେ ଗିରଫ ସଂଖ୍ୟା ବଢ଼ିଛି ହେଲେ ଏହି ଘଟଣାରେ ଆର୍ୟନଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୋର୍ଟରେ ହାଜର କରାଯିବା ପରେ ଆର୍ୟନଙ୍କ ରିମାଣ୍ଡ ଅବଧିକୁ ୭ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଡ୍ରଗ୍ସ ବେପାରୀଙ୍କ ସହ ନିୟମିତ ଚାର୍ଟିଂର ପ୍ରମାଣ ଥିବାରୁ ଅଧିକ ତଦନ୍ତ ଆବଶ୍ୟକ ବୋଲି କୋର୍ଟକୁ ଏନ୍‌ସିବି ଅବଗତ କରିଛି। ତେବେ ଏନ୍‌ସିବି ତଦନ୍ତ ତୀବ୍ର କରି ଏହାର ଖିଅ ଖୋଜିବ, ଯାହା କରୁଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଘଟଣାରେ। ହେଲେ ନିକଟରେ ମୁନ୍ଦ୍ରା ବନ୍ଦରରୁ ଜବତ କରାଯାଇଥିବା ୨୧,୦୦୦ କୋଟି ଟଙ୍କାର ୩,୦୦୦ କେ.ଜି. ହେରୋଇନର ରହସ୍ୟ ସାମ୍ନାକୁ ଆସୁନାହିଁ। ଏଥିରେ ଏନ୍‌ସିବି ଓ ଅନ୍ୟ ତଦନ୍ତକାରୀ ଟିମ୍‌ ସମ୍ପୂର୍ଣ୍ଣ ନୀରବ ଥିବା ମନେହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁନ୍ଦ୍ରା ବନ୍ଦର ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ପରିଚାଳିତ। ତେବେ ସବୁ ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତରେ ନିରପେକ୍ଷ ଡ୍ରଗ୍ସ କାରବାରର ରହସ୍ୟ ପଦାକୁ ଆଣିିଲେ ବହୁ ସମସ୍ୟାର ସମାଧାନ ହୋଇପାରିବ। ବିଶେଷକରି ଭାରତର ଯୁବପିଢ଼ିଙ୍କୁ ଏହା କବଳରୁ ଅନେକାଂଶରେ ମୁକ୍ତ କରାଯାଇପାରିବ।
ପୂର୍ବରୁ ପଞ୍ଜାବ, ଜମ୍ମୁ ଓ କଶ୍ମୀର ବାଟ ଦେଇ ଭାରତକୁ ସବୁଠୁ ବେଶି ଡ୍ରଗ୍ସ ଆଫଗାନିସ୍ତାନ ଓ ପାକିସ୍ତାନରୁ ଆସୁଥିଲା। ଏବେ ଜଳପଥରେ ସହଜରେ ଓ ଅଧିକ ପରିମାଣରେ ଆସୁଛି। ଏହା ସହ ଉତ୍ତରପୂର୍ବାଞ୍ଚଳ ସୀମା ଦେଇ ଡ୍ରଗ୍ସ କାରବାର ହେଉଛି। ତେବେ ମୁନ୍ଦ୍ରା ବନ୍ଦରରୁ ଧରାପଡ଼ିଥିବା ହେରୋଇନରୁ ଅନୁମାନ ହେଉଛି ଗୁଜରାଟ ଅନ୍ୟତମ ପେଣ୍ଠ ପାଲଟିଛି। ତେବେ ଏବକାର କ୍ରୁଜ୍‌ ଶିପ୍‌ ଘଟଣା ଏକ ସଙ୍କେତ ମାତ୍ର। କେବଳ ସେଲିବ୍ରିଟିଙ୍କ ପିଲା ନୁହନ୍ତି, ସବୁ ବର୍ଗର ଯୁବକ ଏହା କବଳରେ ପଡ଼ୁଛନ୍ତି। ଗରିବ ପିଲାମାନେ ହେରୋଇନ ସେବନ କରୁଥିବାବେଳେ ଧନୀ ପିଲାଙ୍କ ପସନ୍ଦ କୋକେନ୍‌। ବିପୁଳ ପରିମାଣର ଡ୍ରଗ୍ସ ଭାରତକୁ ଆସୁଥିଲେ ମଧ୍ୟ ବହୁଦିନରୁ ଏହାକୁ ଅଣଦେଖା କରାଯାଉଛି। ଏବେ ମନେହେଉଛି ଭାରତ ଯେପରିି ଡ୍ରଗ୍ସ କାରବାରର ବାଟ ହୋଇଛି। ଏହି ମାଧ୍ୟମ ଦେଇ ପୃଥିବୀବ୍ୟାପୀ ମାରାତ୍ମକ ଡ୍ରଗ୍ସ ଚାଲାଣ ହେଉଛି। ଏଠାରେ ସ୍ବୀକାର କରିବାକୁ ହେବ ଯେ ଡ୍ରଗ୍ସ ସ୍ଥିତିକୁ କୌଣସି ଆଇନ ମଧ୍ୟରେ କବଳିତ କରାଯାଇପାରିବ ନାହିଁ। ଏଭଳି ମାଦକଦ୍ରବ୍ୟର ବ୍ୟବହାର ଭାରତରେ ସୀମିତ ନୁହେଁ। ସମଗ୍ର ପୃଥିବୀ ଏହି ସମସ୍ୟାକୁ ସମ୍ମୁଖୀନ ହେଉଛି। ଅନ୍ୟ ଦେଶଗୁଡ଼ିକରେ ଏଭଳି ଦ୍ରବ୍ୟର ବ୍ୟବହାରକାରୀଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଇଥାଏ ଏବଂ ଏହି ବ୍ୟବସାୟରେ ସମ୍ପୃକ୍ତ ଲୋକଙ୍କୁୁ ଗିରଫ କରି ଦଣ୍ଡିତ କରାଯାଏ। ଆମ ଦେଶରେ କେବଳ ଟିଆର୍‌ପି ଓ ରାଜନୀତିକୁ ଦୃଷ୍ଟିରେ ରଖି ବ୍ୟବହାରକାରୀଙ୍କୁ ଗିରଫ କରାଯାଉଥିବାବେଳେ ମୂଳ ସମସ୍ୟା ଅର୍ଥାତ୍‌ ମାଦକଦ୍ରବ୍ୟ ବ୍ୟବସାୟୀଙ୍କୁ ଛାଡ଼ି ଦିଆଯାଉଛି। ସେଥିପାଇଁ ଭାରତରେ ଏହି ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ବିଶ୍ୱାସ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri