ବିଶ୍ୱାସ ହେଉନାହିଁ

ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ଶିପ୍‌ରେ ଡ୍ରଗ୍ସ ପାର୍ଟି କରୁଥିବାବେଳେ ସୁପରଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ପୁଅ ୨୩ ବର୍ଷୀୟ ଆର୍ୟନଙ୍କ ସହ ଅନ୍ୟ ୭ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଥିଲା। ପରେ ଗିରଫ ସଂଖ୍ୟା ବଢ଼ିଛି ହେଲେ ଏହି ଘଟଣାରେ ଆର୍ୟନଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୋର୍ଟରେ ହାଜର କରାଯିବା ପରେ ଆର୍ୟନଙ୍କ ରିମାଣ୍ଡ ଅବଧିକୁ ୭ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଡ୍ରଗ୍ସ ବେପାରୀଙ୍କ ସହ ନିୟମିତ ଚାର୍ଟିଂର ପ୍ରମାଣ ଥିବାରୁ ଅଧିକ ତଦନ୍ତ ଆବଶ୍ୟକ ବୋଲି କୋର୍ଟକୁ ଏନ୍‌ସିବି ଅବଗତ କରିଛି। ତେବେ ଏନ୍‌ସିବି ତଦନ୍ତ ତୀବ୍ର କରି ଏହାର ଖିଅ ଖୋଜିବ, ଯାହା କରୁଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଘଟଣାରେ। ହେଲେ ନିକଟରେ ମୁନ୍ଦ୍ରା ବନ୍ଦରରୁ ଜବତ କରାଯାଇଥିବା ୨୧,୦୦୦ କୋଟି ଟଙ୍କାର ୩,୦୦୦ କେ.ଜି. ହେରୋଇନର ରହସ୍ୟ ସାମ୍ନାକୁ ଆସୁନାହିଁ। ଏଥିରେ ଏନ୍‌ସିବି ଓ ଅନ୍ୟ ତଦନ୍ତକାରୀ ଟିମ୍‌ ସମ୍ପୂର୍ଣ୍ଣ ନୀରବ ଥିବା ମନେହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁନ୍ଦ୍ରା ବନ୍ଦର ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ପରିଚାଳିତ। ତେବେ ସବୁ ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତରେ ନିରପେକ୍ଷ ଡ୍ରଗ୍ସ କାରବାରର ରହସ୍ୟ ପଦାକୁ ଆଣିିଲେ ବହୁ ସମସ୍ୟାର ସମାଧାନ ହୋଇପାରିବ। ବିଶେଷକରି ଭାରତର ଯୁବପିଢ଼ିଙ୍କୁ ଏହା କବଳରୁ ଅନେକାଂଶରେ ମୁକ୍ତ କରାଯାଇପାରିବ।
ପୂର୍ବରୁ ପଞ୍ଜାବ, ଜମ୍ମୁ ଓ କଶ୍ମୀର ବାଟ ଦେଇ ଭାରତକୁ ସବୁଠୁ ବେଶି ଡ୍ରଗ୍ସ ଆଫଗାନିସ୍ତାନ ଓ ପାକିସ୍ତାନରୁ ଆସୁଥିଲା। ଏବେ ଜଳପଥରେ ସହଜରେ ଓ ଅଧିକ ପରିମାଣରେ ଆସୁଛି। ଏହା ସହ ଉତ୍ତରପୂର୍ବାଞ୍ଚଳ ସୀମା ଦେଇ ଡ୍ରଗ୍ସ କାରବାର ହେଉଛି। ତେବେ ମୁନ୍ଦ୍ରା ବନ୍ଦରରୁ ଧରାପଡ଼ିଥିବା ହେରୋଇନରୁ ଅନୁମାନ ହେଉଛି ଗୁଜରାଟ ଅନ୍ୟତମ ପେଣ୍ଠ ପାଲଟିଛି। ତେବେ ଏବକାର କ୍ରୁଜ୍‌ ଶିପ୍‌ ଘଟଣା ଏକ ସଙ୍କେତ ମାତ୍ର। କେବଳ ସେଲିବ୍ରିଟିଙ୍କ ପିଲା ନୁହନ୍ତି, ସବୁ ବର୍ଗର ଯୁବକ ଏହା କବଳରେ ପଡ଼ୁଛନ୍ତି। ଗରିବ ପିଲାମାନେ ହେରୋଇନ ସେବନ କରୁଥିବାବେଳେ ଧନୀ ପିଲାଙ୍କ ପସନ୍ଦ କୋକେନ୍‌। ବିପୁଳ ପରିମାଣର ଡ୍ରଗ୍ସ ଭାରତକୁ ଆସୁଥିଲେ ମଧ୍ୟ ବହୁଦିନରୁ ଏହାକୁ ଅଣଦେଖା କରାଯାଉଛି। ଏବେ ମନେହେଉଛି ଭାରତ ଯେପରିି ଡ୍ରଗ୍ସ କାରବାରର ବାଟ ହୋଇଛି। ଏହି ମାଧ୍ୟମ ଦେଇ ପୃଥିବୀବ୍ୟାପୀ ମାରାତ୍ମକ ଡ୍ରଗ୍ସ ଚାଲାଣ ହେଉଛି। ଏଠାରେ ସ୍ବୀକାର କରିବାକୁ ହେବ ଯେ ଡ୍ରଗ୍ସ ସ୍ଥିତିକୁ କୌଣସି ଆଇନ ମଧ୍ୟରେ କବଳିତ କରାଯାଇପାରିବ ନାହିଁ। ଏଭଳି ମାଦକଦ୍ରବ୍ୟର ବ୍ୟବହାର ଭାରତରେ ସୀମିତ ନୁହେଁ। ସମଗ୍ର ପୃଥିବୀ ଏହି ସମସ୍ୟାକୁ ସମ୍ମୁଖୀନ ହେଉଛି। ଅନ୍ୟ ଦେଶଗୁଡ଼ିକରେ ଏଭଳି ଦ୍ରବ୍ୟର ବ୍ୟବହାରକାରୀଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଇଥାଏ ଏବଂ ଏହି ବ୍ୟବସାୟରେ ସମ୍ପୃକ୍ତ ଲୋକଙ୍କୁୁ ଗିରଫ କରି ଦଣ୍ଡିତ କରାଯାଏ। ଆମ ଦେଶରେ କେବଳ ଟିଆର୍‌ପି ଓ ରାଜନୀତିକୁ ଦୃଷ୍ଟିରେ ରଖି ବ୍ୟବହାରକାରୀଙ୍କୁ ଗିରଫ କରାଯାଉଥିବାବେଳେ ମୂଳ ସମସ୍ୟା ଅର୍ଥାତ୍‌ ମାଦକଦ୍ରବ୍ୟ ବ୍ୟବସାୟୀଙ୍କୁ ଛାଡ଼ି ଦିଆଯାଉଛି। ସେଥିପାଇଁ ଭାରତରେ ଏହି ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ବିଶ୍ୱାସ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri