Posted inଜାତୀୟ

ବରୁଣଙ୍କ ନୀତିକୁ ଗ୍ରହଣ କରିପାରିବି ନାହିଁ: ରାହୁଲ

ହୋଶିଆରପୁର,୧୮।୧: ଭାଇ ବରୁଣ ଗାନ୍ଧୀଙ୍କୁ ଭେଟିବା ଏବଂ କୋଳାଗ୍ରତ କରିବାକୁ ପ୍ରସ୍ତୁତ ଅଛି, ହେଲେ ତାଙ୍କ ନୀତି ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରାରେ ଭାଜପା ଏମ୍‌ପି ବରୁଣ ଯୋଗ ଦେଇପାରିବେ କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ରାହୁଲ କହିଥିଲେ, ସେମାନଙ୍କ ନୀତି ଆଦର୍ଶ ଭିନ୍ନ ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ବରୁଣ ଭାଜପାରେ ଅଛନ୍ତି। ସେ ଏଠାକୁ ଆସିଲେ ତାଙ୍କ ପାଇଁ ସମସ୍ୟା ହେବ। ତେବେ ସେ ବରୁଣଙ୍କୁ ଭେଟି ପାରିବେ ଏବଂ କୋଳାଗ୍ରତ କରିପାରିବେ ବୋଲି ହୋଶିଆରପୁରରେ ଖବରଦାତା ସମ୍ମିଳନୀକୁ ରାହୁଲ କହିଛନ୍ତି। ତାଙ୍କ ପରିବାରର ଏକ ନୀତି ଆଦର୍ଶ ରହିଛି କିନ୍ତୁ ବରୁଣ ଅଲଗା ନୀତି ଗ୍ରହଣ କରିଛନ୍ତି, ଯାହାକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି ରାହୁଲ କହିଥିଲେ। ସେ କଦାପି ଆର୍‌ଏସ୍‌ଏସ୍‌ ଅଫିସ୍‌କୁ ଯାଇପାରିବେ ନାହିଁ। ତୁମେ ମୋ ତଣ୍ଟି କାଟିଦେଇପାର, ତଥାପି ମୁଁ ସେଠାକୁ ଯିବି ନାହିଁ ବୋଲି କଂଗ୍ରେସ ନେତା କହିଥିଲେ।
ଆର୍‌ଏସ୍‌ଏସ୍‌ ଏବଂ ଭାଜପା ସରକାରୀ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ, ଅମଲାତନ୍ତ୍ର, ନିର୍ବାଚନ କମିଶନ ଏବଂ ନ୍ୟାୟପାଳିକା ଉପରେ ମଧ୍ୟ ଚାପ ପକାଯାଉଛି। ସେଥିପାଇଁ ଦେଶରେ ସ୍ବାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟା ଏବେ ଉଭାନ ହୋଇଯାଇଥିବା କଂଗ୍ରେସ ନେତା କହିଛନ୍ତି। ଏହା ଗୋଟିଏ ରାଜନୈତିକ ଦଳର ଅନ୍ୟ ଦଳ ସହ ଲଢ଼େଇ ନୁହେଁ। ଏହା ଶାସକ ଦଳ ଏବଂ ଆର୍‌ଏସ୍‌ଏସ୍‌ ନିୟନ୍ତ୍ରଣରେ ଥିବା ଅନୁଷ୍ଠାନ ଏବଂ ବିରୋଧୀଙ୍କ ମଧ୍ୟରେ ଲଢ଼େଇ। ସେଥିରୁ ଗୋଟିଏ ହେଲା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ ବୋଲି ରାହୁଲ କହିଥିଲେ। ସେ ପଞ୍ଜାବରେ ଏଏପି ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି। ପଞ୍ଜାବର ଶାସନ କେବଳ ପଞ୍ଜାବରୁ ହେବା ଉଚିତ, ଦିଲ୍ଲୀରୁ ନୁହେଁ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ରିମୋଟ କଣ୍ଟ୍ରୋଲ ହେବା ଉଚିତ ନୁହେଁ ବୋଲି କଂଗ୍ରେସ ନେତା ସୋମବାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସର ଅଙ୍ଗଦାନକାରୀ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri