କାନ୍ସ ରେଡ କାର୍ପେଟରେ ଏଥର ଆସିବେ ଅନୁଷ୍କା-ମାନୁଷି

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ ମଧ୍ୟରୁ ଗୋଟିଏ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ମେ’ ୧୬, ୨୦୨୩ରେ ଏହା ଆରମ୍ଭ ହେବାକୁ ଯାଉଥିବା ବେଳେ ସାରା ବିଶ୍ୱରୁ ବହୁ କଳାକାର ଏଥିରେ ଯୋଗଦେବେ। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଦୀପିକା ପାଦୁକୋନ ବଲିଉଡକୁ ଗୌରାବାନ୍ବିତ କରୁଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ଅନୁଷ୍କା ଶର୍ମା ଓ ମାନୁଷି ଚ୍ଛିଲ୍ଲରଙ୍କ ନାମ।

ଫ୍ରେଞ୍ଚ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ମହିଳା ଏବଂ ପୁରୁଷଙ୍କ ପାଇଁ ଏକ ଡ୍ରେସ କୋଡ ସ୍ଥିର କରାଯାଇଛି, ଯାହାକୁ ସମସ୍ତ ଲୋକଙ୍କୁ କଡାକଡି ପାଳନ କରିବାକୁ ପଡିବ। ମହିଳାମାନେ କକଟେଲ ପୋଷାକ ପିନ୍ଧିପାରିବେ। ବ୍ଲାକ ଟପ, ବ୍ଲାକ ଟ୍ରାଉଜର ଏବଂ ଡାର୍କ ଟ୍ରାଉଜର କିମ୍ବା ଅନ୍ୟ ଫର୍ମାଲ ଡ୍ରେସର ଏକ ବିକଳ୍ପ ମଧ୍ୟ ଅଛି । ସେମିତିି ଉତ୍ସବରେ ଯୋଗଦେଉଥିବା ପୁରୁଷମାନଙ୍କୁ ଡିନର ଜ୍ୟାକେଟ କିମ୍ବା ସୁଟ ପିନ୍ଧିବାକୁ ପଡିବ। ଏହା ବ୍ୟତୀତ ପୋଷାକ ସହିତଏଲିଗେଣ୍ଟ ସୁଜ ପିନ୍ଧିବା ଆବଶ୍ୟକ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ସେଲିବ୍ରିଟିଙ୍କ ବ୍ୟତୀତ ସାମ୍ବାଦିକ ଏବଂ ଚଳଚ୍ଚିତ୍ର ସମାଲୋଚକମାନେ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ। ତେବେ ଏଥିପାଇଁ ସେମାନଙ୍କୁ ୫ ଲକ୍ଷରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକେଟ କିଣିବାକୁ ପଡିବ। କାନ୍ସ ୱେବସାଇଟ ଭିଜିଟ କରି ଅନଲାଇନରେ ଟିକେଟ ବୁକ କରାଯାଇପାରିବ ।

ଏଥର ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଅବସରରେ, ବିଶ୍ୱର ବିଭିନ୍ନ ସେଲିବ୍ରିଟି ରେଡ କାର୍ପେଟରେ ନିଜର ଜଲଓ୍ବା ଦେଖାଇବେ।।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri