ପୁଣି ଦୀପିକାଙ୍କ ଜଲଓ୍ବା

ଫ୍ରାନ୍ସରେ ଚାଲିଥିବା ଫିଲ୍ମର ସବୁଠୁ ବଡ ଇଭେଣ୍ଟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁଣି ଜଲଓ୍ବା ଦେଖାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। କଳା ଗାଉନରେ ରେଡ୍‌ କାର୍ପେଟରେ ଏଣ୍ଟ୍ରି କରିଥିଲେ ସେ। ଦୀପିକାଙ୍କ ସୁନ୍ଦର ଅନ୍ଦାଜ୍‌ ସମସ୍ତଙ୍କୁ ଆକର୍ଷିତ କରିଥିଲା। ତେବେ ତାଙ୍କ ଲୁକ୍ର ସବୁଠାରୁ ବଡ ହାଇଲାଇଟ୍ସ ଥିଲା ଅଲ୍ଟ୍ରା ବୋଲ୍ଡ ମେକଅପ। ହେଭି ମେକଅପ୍‌ରେ ମଧ୍ୟ ନଜର ଆସିଥିଲେ ଦୀପିକା। ଡ୍ରାମାଟିକ ସ୍ମୋକି ଆଇଲାଇନର୍‌ ସାଙ୍ଗକୁ ହେଭି ଇୟରିଂ ପିନ୍ଧି ସେ ନିଜ ଲୁକ୍‌କୁ କମ୍ଲିଟ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ହେୟାର ଷ୍ଟାଇଲ ମଧ୍ୟ ଥିଲା ବେଶ ନିଆରା। କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ପ୍ରଥମ ଦିନରୁ ଦୀପିକା ନିଜ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଆସିୁଛନ୍ତି।
ଦୀପିକା ପାଦୁକୋନ ଗତ ଅନେକ ବର୍ଷ ହେଲା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେଇ ଆସୁଛନ୍ତି। ଚଳିତ ଥର ଦୀପିକା ପ୍ରଥମ କରି ‘କାନ୍ସ’ରେ ଜୁରୀ ଟେବୁଲରେ ନଜର ଆସିଛନ୍ତି। ଚଳିତ ଥର ଦୀପିକା ଜଣାଶୁଣା ମେକଅପ ବ୍ରାଣ୍ଡ ଲରିଆଲ୍‌ର ପ୍ରମୋଶନ କରୁଛନ୍ତି।
ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ଦର୍ଶକଙ୍କ ସମେତ ସେଲେବ୍ରିଟିମାନେ ମଧ୍ୟ ଅପେକ୍ଷା କରି ରହିଥାନ୍ତି। ଏହି ଫେଷ୍ଟିଭାଲ ପାଇଁ ବଲିଉଡରେ ଅନେକ ନାମିଦାମୀ ଷ୍ଟାର୍‌ ଫ୍ରେଞ୍ଚ ରିଭେରା ପହଞ୍ଚି ସାରିଲେଣି। ଏହି ଫେଷ୍ଟିଭାଲ ମେ’ ୨୮ ପର୍ଯ୍ୟନ୍ତ ଚାଲିବ। ନିକଟରେ ଉର୍ବଶୀ ରଉତେଲା, ଐଶ୍ୱର୍ଯ୍ୟା ରାୟ, ହିନା ଖାନ୍‌, ତମନ୍ନା ଭାଟିଆ, ଆର୍‌ ମାଧବନ, ନୱାଜଉଦ୍ଦିନ ସିଦ୍ଦିକି ପ୍ରମୁଖଙ୍କୁ କାନ୍ସ ରେଡ କାର୍ପେଟ୍‌ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri