୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା କୁର୍ଲୁପଡ଼ାସ୍ଥିତ ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ଜଣେ ବ୍ୟକ୍ତି ସମେତ ପ୍ରାୟ ୪୨ କେଜି ଚୋରା ଗଞ୍ଜେଇ ଜବତ କରିଛି। ଯାହାର ବଜାରର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ବିକାଶ ଦିଗାଲ(୨୬)ଙ୍କୁ କେସିଙ୍ଗା ପୋଲିସ ଗିରଫ କରିଛି। ଗଞ୍ଜେଇ କଳାହାଣ୍ଡିରୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ଥିବା ସନ୍ଦେହ କରାଯାଉଛି। ଏହି ଚଢ଼ାଉର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ କେସିଙ୍ଗାର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲଙ୍କ ସମେତ କେସିଙ୍ଗା ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily